ଭଦ୍ରକ: ଜିଲ୍ଲାସ୍ଥିତ ଚାନ୍ଦବାଲି ବ୍ଲକ ତହସିଲ ସମ୍ମୁଖରେ ପ୍ରତିବାଦ କରାଯିବା ସହ ବ୍ଲକ ବିଧାୟକ ବ୍ୟୋମକେଶ ରାଏଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଜଣେ କର୍ତ୍ତବ୍ୟରତ ଏଏସଆଇଙ୍କୁ ବିଧାୟକ ଧମକ ଦେବା ପ୍ରତିବାଦରେ ବିଜେପି ପକ୍ଷରୁ ଏପରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସୂଚନା ଅନୁଯାୟୀ ଅନୁଯାୟୀ ବାଂଶଡ଼ା ଥାନାର ଜଣେ କର୍ତ୍ତବ୍ୟରତ ପୋଲିସ ଅଧିକାରୀ ଗୁରୁଚରଣ ବେହେରାଙ୍କୁ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାଏ ଏକ ରାଜନୈତିକ ସଂଘର୍ଷରେ ଘଟଣା ଚପାଇଦେବା ପାଇଁ ମୋବାଇଲ ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲେ । ଯଦି ଏପରି ନ କରନ୍ତି ତେବେ ତାଙ୍କୁ ଅନତ୍ର ବଦଳି କରିଦେବେ ବୋଲି ବିଧାୟକ ଧମକ ଦେଇଥିଲା । ମାମଲାର ଅଡିଓ କଲ୍ ଭାଇରାଲ୍ ହେବା ପରେ ବିଜେପି ତୀବ୍ର ନିନ୍ଦା କରିବା ସହ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରିଛି ।
ଏଥିସହ ବିଧାୟକଙ୍କ ଗିରଫ ଦାବି କରି ବିଜେପି ତହସିଲଦାରଙ୍କ ଜରିଆରେ ରାଜ୍ୟପାଳଙ୍କ ନିକଟକୁ ଏକ ଦାବି ପତ୍ର ପ୍ରଦାନ କରିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ