ETV Bharat / state

ଚାନ୍ଦବାଲି ବିଧାୟକଙ୍କ ବରଖାସ୍ତ ଦାବି କଲା ବିଜେପି - BJP has demanded

ପୋଲିସ ଏଏସଆଇଙ୍କୁ ଚାନ୍ଦବାଲି ବିଧାୟକ ଧମକ ଦେଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ବିଧାୟକଙ୍କୁ ବରଖାସ୍ତ କରିବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି। ଅଧିକ ପଢନ୍ତୁ...

ଚାନ୍ଦବାଲି ବିଧାୟକଙ୍କୁ ବରଖାସ୍ତ ଦାବି
ଚାନ୍ଦବାଲି ବିଧାୟକଙ୍କୁ ବରଖାସ୍ତ ଦାବି
author img

By

Published : Mar 24, 2021, 7:32 PM IST

ଭଦ୍ରକ: ତେଜିବାରେ ଲାଗିଛି ଜଣେ ପୋଲିସ ଏଏସଆଇଙ୍କୁ ଚାନ୍ଦବାଲି ବିଧାୟକ ଧମକ ଦେଇଥିବା ଘଟଣା । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିଧାୟକଙ୍କୁ ବରଖାସ୍ତ କରିବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି। ନହେଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଆଜି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି।

ଚାନ୍ଦବାଲି ବିଧାୟକଙ୍କୁ ବରଖାସ୍ତ ଦାବି

ଆଜି(ବୁଧବାର) ବିଧାନସଭାରେ ଏହି ପ୍ରସଙ୍ଗ ଉଠିଥିବାବେଳେ ଏହାର ତାତି ମଧ୍ୟ ଭଦ୍ରକରେ ଦେଖିବାକୁ ମିଳିଛି। ଏନେଇ ଦଳର ଜିଲ୍ଲା କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଖବର ଅନୁଯାୟୀ, ବାଂଶଡା ଥାନାର କାର୍ଯ୍ୟରତ ଏଏସଆଇ ଗୁରୁଚରଣ ବେହେରାଙ୍କୁ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ତାଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିବା ପାଇଁ କହିଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ।

ଏଥିସହ କାର୍ଯ୍ୟ ନ କଲେ ତାଙ୍କୁ ମୋଟୁ ବଦଳି କରିଦେବେ ବୋଲି ବିଧାୟକ ଫୋନରେ ଧମକ ଦେଇଥିଲେ ବୋଲି ମଧ୍ଯ ଅଭିଯୋଗ ହୋଇଛି। ଯାହାର ଅଡିଓ ଏବେ ଭାଇରାଲ ହେବାରେ ଲାଗିଛି ବୋଲି ସୂଚନା ମିଳିଛି। ତେବେ ଏଏସଆଇ କାହିଁକି ବିଧାୟକଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିବେ ବୋଲି ପ୍ରଶ୍ନ କରିଛି ବିଜେପି ।

ତେଣୁ ଏହି ଘଟଣାରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଦଳର ଜିଲ୍ଲା ସଭାପତି ହେମନ୍ତ ପାଢୀ ଓ ବିଧାନସଭା ସ୍ତରୀୟ ନେତା ଡାକ୍ତର ପ୍ରଦୀପ ନାୟକ ଚେତାବନୀ ଦେଇଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.