ଭଦ୍ରକ: ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳର ନବନିଯୁକ୍ତ ଜିଲ୍ଲା ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ତେବେ ଗୁରୁବାରବିଜେଡି ଦଳର ସଭାପତି ନବୀନ ପଟ୍ଟନାୟକ ଭଦ୍ରକ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ସ୍ୱାଇଁଙ୍କୁ ଏହି ଦାୟିତ୍ବ ପ୍ରଦାନ କରିଛନ୍ତି।
ସୂଚନା ଅନୁଯାୟୀ, ଅର୍ଜୁନ ଚରଣ ସେଠୀ ବିଜେଡିରୁ ଇସ୍ତଫା ଦେବା ପରେ ଏହି ପଦ ଖାଲି ପଡିଥିଲା। ତେଣୁ ନବନିଯୁକ୍ତ ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁଙ୍କୁ ଏହି ଦାୟିତ୍ବ ପ୍ରଦାନ କରାଯାଇଛି । ଏନେଇ ଜଗନ୍ନାଥ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ନିର୍ବାଚନରେ ଜିଲ୍ଲାର ସମସ୍ତ ବିଜେଡି ପ୍ରାର୍ଥୀଙ୍କୁ ବିଜୟ କରିବା ପାଇଁ ସେ ଉପସ୍ଥିତ ଦଳୀୟ କର୍ମୀମାନଙ୍କୁ ନିବେଦନ କରିଛନ୍ତି।
ନବନିଯୁକ୍ତ ଭଦ୍ରକ ବିଜେଡି ସଭାପତି ପ୍ରଥମ ପଦକ୍ଷେପ ଭାବେ, ଦୀର୍ଘ ପାଞ୍ଚ ବର୍ଷ ଧରି ନିଲମ୍ବିତ ହୋଇଥିବା ନଅ ଜଣ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ ଦୁଇ ଜଣ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବରିଷ୍ଠ ନେତୃତ୍ୱ ଏବଂ କର୍ମୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ କରିଛନ୍ତି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ