ETV Bharat / state

ଧାମନଗର ଉପ ନିର୍ବାଚନ ପାଇଁ ବଢୁଛି ନିର୍ବାଚନୀ ଉଷ୍ମତା

author img

By

Published : Oct 10, 2022, 5:40 PM IST

ଭଦ୍ରକ ଜିଲ୍ଲା ଧାମନଗର ଉପ ନିର୍ବାଚନ ପାଇଁ ବଢୁଛି ନିର୍ବାଚନୀ ଉଷ୍ମତା । ଉପନିର୍ବାଚନ ପାଇଁ ଏବେ ଛକ ଛକରେ ନେତା ଓ ଜନତାଙ୍କ ଭିଡ଼ । ବିଜେଡି ପକ୍ଷରୁ ଦୋବଲ ଜୋନରେ ଏକ ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ଧାମନଗର ଉପ ନିର୍ବାଚନ ପାଇଁ ବଢୁଛି ନିର୍ବାଚନୀ ଉଷ୍ମତା
ଧାମନଗର ଉପ ନିର୍ବାଚନ ପାଇଁ ବଢୁଛି ନିର୍ବାଚନୀ ଉଷ୍ମତା

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ବଢୁଛି ନିର୍ବାଚନୀ ଉଷ୍ମତା । ଉପନିର୍ବାଚନ ପାଇଁ ଏବେ ଛକ ଛକରେ ନେତା ଓ ଜନତାଙ୍କ ଭିଡ଼ । ଅନ୍ୟପଟେ ବିଜେଡି ପକ୍ଷରୁ ଦୋବଲ ଜୋନରେ ଏକ ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାରେ ଦଳର ବରିଷ୍ଠ ନେତା ସାମିଲ ହୋଇଥିଲେ । ଧାମନଗର ନିର୍ବାଚନ ମଣ୍ଡଳୀର ଦୋବଲ ଠାରେ ଜନ ସମ୍ପର୍କ ପଦଯାତ୍ରା କରିଛି ବିଜେଡି ।

ତେବେ ଏଥିରେ ମନ୍ତ୍ରୀ ଅଶ୍ବୀନି ପାତ୍ର , ରାଜ୍ୟସଭା ସାଂସଦ ମୁନ୍ନା ଖାଁ , ଭଦ୍ରକ ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଭଣ୍ଡାରି ପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଧାମନଗର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ସରୋଜ ମହାପାତ୍ର ପ୍ରମୁଖ ଯୋଗ ହୋଇଥିଲେ । ଏନେଇ ବିଜେଡି କହିଛି ପୂର୍ବରୁ ଜନ ସମ୍ପର୍କ ପଦଯାତ୍ରା ପାଇଁ ସ୍ଥିର ହୋଇଛି । ଦଳ ତରଫରୁ ଉପ ନିର୍ବାଚନ ପାଇଁ ପାର୍ଥି ଘୋଷଣା ପରେ ନିର୍ବାଚନ ପାଇଁ ପ୍ରଚାର ଓ ପ୍ରସାର ଆରମ୍ଭ ହେବ । ବିଜେଡିର ପଦଯାତ୍ରା ପରେ ଟିକେଟ କୁ ନେଇ ବିଜେଡି ଠିକ ସମୟ ରେ ସଠିକ ନିଷ୍ପତ୍ତି ନିଆଯିବ ବୋଲି ଉପସ୍ଥିତ ବରିଷ୍ଠ ନେତା ମାନେ କହିଥିଲେ ।

ସୂଚନା ଥାଉକି , ମହମ୍ମଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଧାମନଗରରେ ଆୟୋଜିତ ସଭାରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ସମେତ ବହୁ ନେତା ଯୋଗ ଦେଇଥିଲେ । ଏହି ଅବସରରେ ସର୍ବପ୍ରଥମେ ଷେଣ୍ଢପୁରରୁ ଏକ ବାଇକ ଶୋଭାଯାତ୍ରା ବାହାରି ଦୋବଲରେ ପହଞ୍ଚିଥିଲା । ଦୋବଲ ଠାରେ ଅନୁଷ୍ଠିତ ସଭାରେ ପ୍ରଫେଟ ମହମ୍ମଦଙ୍କ କାଫିଲା ସମେତ ସଂଖ୍ୟାଲଘୁ ସମ୍ପ୍ରଦାୟର ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।

ଦଳ ପକ୍ଷରୁ ଗାନ୍ଧୀ ଜୟନ୍ତୀରୁ ଜାରି ରହିଥିବା ପଦଯାତ୍ରା ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା । ଏହି ପଦଯାତ୍ରାରେ ସାଙ୍ଗଠନିକ ସମ୍ପାଦକଙ୍କ ସହ ଦଳର ହେଭିୱେଟ ନେତା ସାମିଲ ହୋଇଥିସଲେ । ତେବେ ଆସନ୍ତା ଉପ ନିର୍ବାଚନରେ ବିଜୁ ଜନତା ଦଳ ନିଶ୍ଚୟ ଭଲ ସଫଳତା ପାଇବା ବୋଲି କହିଥିଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.