ଭଦ୍ରକ: ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀର 27 ନମ୍ବର ଜିଲ୍ଲା ପରିଷଦ ଜୋନରେ ପଞ୍ଚାୟତ ନିର୍ବାଚନ ଲାଗି ଜୋରଦାର ପ୍ରଚାର କରୁଛନ୍ତି ପ୍ରାର୍ଥୀ । ଏହି ଜୋନର ଏରଡା ପଞ୍ଚାୟତରେ ନିର୍ବାଚନୀ ପ୍ରଚାର ଜୋର ଧରିଛି । ଜିଲ୍ଲା ପରିଷଦ, ସମିତିସଭ୍ୟ, ସରପଞ୍ଚ ଏବଂ ୱାର୍ଡ ମେମ୍ବର ପ୍ରାର୍ଥୀ ଭୋଟରଙ୍କୁ ମନାଇବାରେ ଲାଗି ପଡିଛନ୍ତି ।
ତେବେ ଶାସକ ବିଜେଡି ଦଳ ପକ୍ଷରୁ ନିର୍ବାଚନୀ ପ୍ରଚାର ଜୋରଦାର ଚାଲିଥିବା ଦେଖିବାକୁ ମିଳିଛି । ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପକ୍ଷରୁ ଚଳିତ ପଞ୍ଚାୟତ ନିର୍ବାଚନରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଏବଂ ତୃଣମୂଳ ସ୍ତରରେ ଭଦ୍ରକ ବିଧାୟକଙ୍କ ଉନ୍ନୟନମୂଳକ କାର୍ଯ୍ୟକୁ ଆଧାର କରି ନିର୍ବାଚନୀ ପ୍ରଚାର କରୁଛନ୍ତି ।
ଅନ୍ୟପଟେ ବିଜେଡି ସମର୍ଥିତ ପ୍ରାର୍ଥୀ ଚଳିତ ନିର୍ବାଚନରେ ଭଲ ଫଳାଫଳ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ