ETV Bharat / state

ଓଡିଶା ଫେରିଲା ବିଜୁବାବୁଙ୍କ ପ୍ରିୟ ବିମାନ ଡାକୋଟା - ଓଡିଶାରେ ଡାକୋଟା ବିମାନ

ଓଡ଼ିଶାକୁ ଫେରିଲା ବିଜୁବାବୁଙ୍କ ପ୍ରିୟ ଡାକୋଟା ବିମାନ । କୋଲକତା ରୁ ଏହି ବିମାନ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଅଧିକ ପଢନ୍ତୁ

dakota aircraft
dakota aircraft
author img

By

Published : Jan 18, 2023, 8:47 PM IST

ଡାକୋଟା

ଭଦ୍ରକ: ବିଜୁବାବୁଙ୍କ ପ୍ରିୟ ଡାକୋଟା ବିମାନ ଫେରିଛି ଓଡ଼ିଶା । ପୂରଣ ହେଲା ଦୀର୍ଘ ଦିନର ଦାବି। ଓଡ଼ିଶାକୁ ଫେରିଲା ବିଜୁବାବୁଙ୍କ ପ୍ରିୟ ଡାକୋଟା ବିମାନ। କୋଲକତାରୁ ଏହି ବିମାନ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ବୁଧବାର ଏହି ବିମାନ ଓଡ଼ିଶା ସୀମା ଜଳେଶ୍ଵର ଲକ୍ଷ୍ମଣନାଥ ଗେଟ୍‌ ନିକଟରେ ପହଞ୍ଚିବା ପରେ ଏସ୍କର୍ଟ ଗାଡ଼ି ସହ ବିମାନର ବିଭିନ୍ନ ଅଂଶକୁ 3ଟି ଟ୍ରଲର୍ ଯୋଗେ ଅଣାଯାଇଛି ।

ତେବେ ଏହି ବିମାନ ପ୍ରଥମେ ଜଳେଶ୍ଵର ପରେ ବାଲେଶ୍ଵର, ଏବଂ ଭଦ୍ରକରେ ମଇଦାପୁର ନିକଟରେ ପହଞ୍ଚିବା ପରେ ଏସ୍କଟ ଗାଡ଼ି ସହ ଏହି ବିମାନକୁ ନିଆଯାଇଛି । ତେବେ ଏହି ବିମାନକୁ ଦେଖିବା ପାଇଁ ଜାତୀୟ ରାଜପଥରେ ଲୋକଙ୍କ ଗହଳି ଲାଗି ରହିଥିଲା। ସ୍ଥାନୀୟ ଲୋକଙ୍କ ସମେତ ଶିମୁଳିଆ ତଥା ମଇତାପୁରୁଠାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ସ୍ଥାନୀୟ ଲୋକେ ଏହି ବିମାନକୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ।

ତେବେ ବିଜୁବାବୁଙ୍କ ଦେହାନ୍ତ ପରେ 1997 ମସିହାରେ ଓଡ଼ିଶା ଆଣି ସଂରକ୍ଷିତ କରି ରଖିବା ପାଇଁ ଦାବି ହୋଇଥିଲା । ତେବେ 30 ବର୍ଷ ପରେ ଏହି ବିମାନକୁ ସରକାର ଓଡ଼ିଶାକୁ ଆଣିଛନ୍ତି। ଏହି ବିମାନକୁ ଭୁବନେଶ୍ବର ବିମାନ ବନ୍ଦରରେ ରଖାଯିବାର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ଵର ବିମାନବନ୍ଦରରେ ଏହି ଡାକୋଟା ବିମାନ ରଖିବା ପାଇଁ 11 ଏକର ଜମି ମଧ୍ୟ ଦିଆଯାଇଛି । ବିଜୁ ବାବୁଙ୍କ ଡାକୋଟା ବିମାନର ଲମ୍ବ 64 ଫୁଟ 8 ଇଞ୍ଚ ହୋଇଥିବା ବେଳେ ଚଉଡ଼ା 95 ଫୁଟ ରହିଛି ।

ସୂଚନା ଥାଉକି, ବର୍ତ୍ତମାନ ଭୁବନେଶ୍ୱରରେ ପହଞ୍ଚିଯାଇଛି ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଲଢୁଆ ବିମାନ । ସ୍ବତନ୍ତ୍ର କାରକେଡ ଜରିଆରେ ପରିବହନ ବିଭାଗ ପ୍ରୟାସରେ ଆସି ପହଞ୍ଚିଛି ଭୁବନେଶ୍ୱରରେ । କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ତିନୋଟି ଟ୍ରଲର ଯୋଗେ ଅଣାଯାଇଥିଲା ଭୁବନେଶ୍ୱର । ଯାହାକି ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଶୋଭା ପାଇବ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.