ETV Bharat / state

ଆପୋଲୋ ହସ୍ପିଟାଲ ବିରୋଧରେ ଦୁର୍ନୀତି ଅଭିଯୋଗ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦ୍ବାରା ସରକାରୀ ଅର୍ଥ ହଡ଼ପ ଭଳି ଅନିୟମିତତା । ଜନସାଧାରଣଙ୍କୁ ଅଯଥା ହଇରାଣ କରିବା ଏବଂ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ତୀବ୍ର ଅସନ୍ତୋଷ । ଅଧିକ ପଢନ୍ତୁ

author img

By

Published : Jul 8, 2023, 1:43 PM IST

bharatiya mazdoor sangh
bharatiya mazdoor sangh
bharatiya mazdoor sangh

ଭଦ୍ରକ: ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ । କର୍ତ୍ତୃପକ୍ଷଙ୍କ ଦ୍ବାରା ସରକାରୀ ଅର୍ଥ ହଡ଼ପ, ଜନସାଧାରଣଙ୍କୁ ହଇରାଣ ଓ ଶ୍ରମିକ ମାରଣ ନୀତିକୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲାପାଳଙ୍କୁ ପାଞ୍ଚ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛି ଭାରତୀୟ ମଜଦୁର ସଂଘ । ଏହି ପାଞ୍ଚ ଦଫା ଦାବି ମଧ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହେଉଥିବା ସରକାରୀ ଅର୍ଥ ହଡ଼ପର ସିବିଆଇ ତଦନ୍ତ, ଆପୋଲୋ ହସ୍ପିଟାଲରେ ଶ୍ରମିକ ଶୋଷଣ ବନ୍ଦ କରିବା, ବହିଷ୍କୃତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ ରହିଛି ।

ଏହାସହିତ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ, କମର୍ଚାରୀଙ୍କ ସ୍ୱରକୁ ଚାପି ଦେବା ପାଇଁ ଅତୀତରେ ଅନ୍ୟତ୍ର ବଦଳି କରାଯାଇଥିବା ଭାରତୀୟ ମଜଦୁର ସଂଘର ଖୋର୍ଦ୍ଧା ଜିଲ୍ଳା ସଭାପତି ତଥା ଆପୋଲୋ ହସ୍ପିଟାଲର ମଜଦୁର ସଂଘର ସାଧାରଣ ସମ୍ପାଦକ ପାର୍ଥ ସାରଥୀ ମହାନ୍ତିଙ୍କୁ ପୁନଃ ଭୁବନେଶ୍ୱର ୟୁନିଟରେ ନିୟୋଜିତ କରାଯିବା ପାଇଁ ଦାବି କରାଯାଇଛି । ଉକ୍ତ ସମସ୍ୟାର ଆଶୁ ସମାଧାନ କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ସଂଘ ବାଧ୍ୟ ହେବ ବୋଲି ସଂଘର ରାଜ୍ୟ ଉପସାଧାରଣ ସମ୍ପାଦକ ଶାନ୍ତନୁ ମହାପାତ୍ର ଚେତବନୀ ଦେଇଛନ୍ତି ।

ଶାନ୍ତନୁ ମହାପାତ୍ରଙ୍କ ସହିତ ଭାରତୀୟ ମଜଦୁର ସଂଘର ଭଦ୍ରକ ଜିଲ୍ଳା ସଭାପତି ମନୋଜ ବସନ୍ତରାୟ, ସମ୍ପାଦକ ପରେଶ ନାଥ ଧଳ, ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘର ରାଜ୍ୟ ସହପ୍ରଭାରୀ ମୁକ୍ତିକାନ୍ତ ସାହୁ, କମଳାକାନ୍ତ ସାହୁ, ବିଶ୍ୱନାଥ ଜେନା ଦାବିପତ୍ର ନେଇ ଅତିରିକ୍ତ ଜିଲ୍ଳାପାଳ ଶାନ୍ତନୁ ମହାନ୍ତିଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ପାତରଅନ୍ତର, ଉପଜିଲ୍ଲାପାଳଙ୍କୁ ଦେଲେ 4 ଦଫା ଦାବିପତ୍ର

ଏନେଇ ଭାରତୀୟ ମଜଦୁର ସଂଘର ରାଜ୍ୟ ଉପସାଧାରଣ ସମ୍ପାଦକ କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛୁ । ଦାବିପତ୍ରଟି ହେଉଛି, ଆପୋଲ ହସ୍ପିଟାଲରେ ବର୍ତ୍ତମାନ ଶ୍ରମିକ ଶୋଷଣ ଚାଲିଛି । ବିନା ନୋଟିସରେ ୪୦ ଜଣ ଠିକା ଶ୍ରମିକଙ୍କୁ ବାହାର କରିଦେଇଛନ୍ତି । ଯେଉଁ ମହିଳାମାନେ ସେଠାରେ କାର୍ଯ୍ୟ କରୁଛନ୍ତି ରାତିରେ ସେମାନେ ମଧ୍ୟ ନିର୍ଯାତନାର ଶିକାର ହେଉଛନ୍ତି ଏନେଇ ଥାନାରେ ଅଭିଯୋଗ ମଧ୍ୟ ହେଉଛି । ଏହିସବୁ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।''

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.