ଭଦ୍ରକ: ଜିଲ୍ଲାର ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କ୍ରମାଗତ ଭାବେ ତୃତୀୟ ଥର ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ । ବିଜୟ ନେଇ ଖୁବ ଉତ୍ସାହିତ ଥିବାବେଳେ ବିଜୟର ଶ୍ରେୟ ଭଣ୍ଡାରିପୋଖରୀ ବାସିନ୍ଦାଙ୍କୁ ଦେଇଛନ୍ତି । ବିରୋଧୀଙ୍କ ସମସ୍ତ ଚେଷ୍ଟା ଓ ଅପଚେଷ୍ଟା ବିଫଳ ହୋଇଛି ବୋଲି କହିଛନ୍ତି ପ୍ରଫୁଲ୍ଲ ।
କଂଗ୍ରେସ ସଭାପତିଙ୍କୁ ପରାସ୍ତ କରି ଏହି ବିପୁଳ ବିଜୟ ଲାଭ କରିଛନ୍ତି ସାମଲ । ତେବେ ପ୍ରତିଦ୍ୱନ୍ଦୀଙ୍କ ବିଷୟରେ ସେ କହିଛନ୍ତି ଯେ ପ୍ରତିଦ୍ୱନ୍ଦୀ କିଏ ତାକୁ ନେଇ ମୁଁ କେବେ ବିଚଳିତ ହୋଇ ନଥିଲି । ପ୍ରାର୍ଥୀ ଭାବେ ଟିକେଟ ପାଇବା ପରେ ବିପକ୍ଷରେ ଯିଏ ଥାଆନ୍ତୁ ନା କାହିଁକି ପ୍ରତିଦ୍ବନ୍ଦିତା କରିବାକୁ ହୁଏ ବୋଲି କହିଛନ୍ତି ସେ । ତେବେ ବିଜୟ ପରେ ଭଣ୍ଡାରିପୋଖରୀର ଉନ୍ନତି ପାଇଁ କଣ ରହିଛି ପ୍ରଫୁଲ୍ଲଙ୍କ ଯୋଜନା ସେନେଇ ତାଙ୍କ ସହ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ।
ଭଦ୍ରକରୁ ଦେବାଷିଶ ମହାପାତ୍ର, ଇଟିଭି ଭାରତ