ETV Bharat / state

ଛକି ବସିଛି ମୃତ୍ୟୁ ! ରାତିପାହିଲେ ଯମ ଯନ୍ତ୍ରଣା, ଯୋଗାଯୋଗର ଏକମାତ୍ର ସାହାରା ବାଉଁଶ ପୋଲ - ଯୋଗାଯୋଗର ମାଧ୍ୟମ ବାଉଁଶ ଚାରା

ଭଦ୍ରକ ବ୍ଲକ ଅଧିନସ୍ଥ ସାହାଡ଼ା ପଞ୍ଚାୟତର ସାନନ୍ଦପୁର ଗାଁରେ ରୁହନ୍ତି ୩୦ ପରିବାର । ଗାଁକୁ ଦୁଇ ଭାଗରେ ବିଭକ୍ତ କରିଛି ମନ୍ତେଇ ନଦୀ । ହେଲେ ଲେକଙ୍କ ଦୈନନ୍ଦିନ କାର୍ଯ୍ୟକଳାପରେ ଏକମାତ୍ର ଭରସା ନଦୀ ଉପରେ ଥିବା ବାଉଁଶ ପେଲ । ଥରେ ବିଧାୟକ ମଧ୍ୟ ଏହି ପୋଲରେ ଗଳିପଡିଥିଲେ । ହେଲେ ବ୍ରିଜ ସ୍ବପ୍ନ ଆଜିବି ସ୍ବପ୍ନରେ ରହିଯାଇଛି । ଅଧିକ ପଢନ୍ତୁ

ଆଁ କରି ବସିଛି ମୃତ୍ୟୁ: ଯୋଗାଯୋଗର ଏକମାତ୍ର ମାଧ୍ୟମ ବାଉଁଶ ପୋଲ

author img

By

Published : Jan 5, 2022, 8:02 PM IST

ଭଦ୍ରକ: ଦେଶକୁ ସ୍ୱାଧୀନତାର 75 ବର୍ଷ ବିତିଯାଇଥିଲେ ମଧ୍ୟ ଆଜିବି ଏମିତି ଗାଁ ରହିଛି, ଯେଉଁଠି ଲୋକମାନଙ୍କ ଯୋଗାଯୋଗର ମାଧ୍ୟମ କେବଳ ବାଉଁଶ ପୋଲ । ଆଉ ଗାଁକୁ ଦୁଇ ଭାଗ କରୁଥିବା ମନ୍ତେଇ ନଦୀ ଗ୍ରାମବାସୀଙ୍କ ଯିବା ଆସିବାରେ ପ୍ରତିବନ୍ଧକ ସାଜିଛି । ତେଣୁ ନଦୀ ଉପରେ ସ୍ଥାୟୀ ପୋଲଟିଏ ନଥିବାରୁ, ବାଉଁଶ ପୋଲ ପାଲଟିଛି ଯୋଗାଯୋଗର କେବଳ ଏକମାତ୍ର ମାଧ୍ୟମ ।

ଏହା କେଉଁ ଉପାନ୍ତ ଅଞ୍ଚଳ ନୁହେଁ । ଭଦ୍ରକ ବ୍ଲକ ଅଧିନସ୍ଥ ସାହାଡ଼ା ପଞ୍ଚାୟତର ସାନନ୍ଦପୁର ଗାଁର । ପୋଲଟିଏ ନଥିବାରୁ, ନାହିଁ ନଥିବା ହଇରାଣ ହେଉଛନ୍ତି ଗ୍ରାମବାସୀ । ଯାହାଫଳରେ ଗ୍ରାମବାସୀଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ପୋଲଟିଏ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦୃଢ଼ ଦାବି କରାଯାଇଛି ।

ଆଁ କରି ବସିଛି ମୃତ୍ୟୁ: ଯୋଗାଯୋଗର ଏକମାତ୍ର ମାଧ୍ୟମ ବାଉଁଶ ପୋଲ

ଘରକୁ ଯିବା ପାଇଁ ଭଙ୍ଗା ଦଦରା ବାଉଁଶ ପୋଲ ହିଁ ଲୋକମାନଙ୍କ ସାହାଭରସା । ବନ୍ୟା ବାତ୍ୟାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ଗାଁରେ ଥିବା ଲୋକମାନେ । ଦୀର୍ଘ ଦିନ ଧରି ଏଭଳି ଭଙ୍ଗା ବାଉଁଶ ପୋଲରେ ଯିବାଆସିବା କରୁଛନ୍ତି ପ୍ରାୟ 30ରୁ ଉର୍ଦ୍ଧ୍ବ ପରିବାର ଲୋକେ । ପୂର୍ବରୁ ଏହି ବାଉଁଶ ପୋଲରୁ ଖସିପଡି ଅନେକ ଲୋକ ଆହତ ହୋଇଥିବା ନଜିର ମଧ୍ଯ ରହିଛି । ଛୋଟଛୋଟ ପିଲାମାନେ ସ୍କୁଲ ଯିବା ଆସିବା କି ରୋଗୀଟିଏ ମେଡିକାଲ ଯିବାକୁ ନାହିଁ ନଥିବା ହଇରାଣର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ପୋଲଟିଏ ନିର୍ମାଣ ପାଇଁ ଗ୍ରାମବାସୀ ଅନେକ ବାର ଅଭିଯୋଗ କରିବା ସହ, ବାରମ୍ବାର ଦାବି କରିଥିଲେ ମଧ୍ଯ ଏଥିପ୍ରତି ଜିଲ୍ଲା ପ୍ରଶାସନ କି ଲୋକ ପ୍ରତିନିଧି ଦୃଷ୍ଟି ଦେଉନାହାଁନ୍ତି ବୋଲି କହିଛନ୍ତି ଗ୍ରାମବାସୀ ।

ସେହିପରି ଏହି ଗାଁ ଲୋକମାନେ ମେଡ଼ିକାଲ ହେଉ ବା କୌଣସି କାମରେ ବଜାରକୁ ଯିବାକୁ ହେଲେ ଏହି ବାଉଁଶ ଚାରା ସାହାଯ୍ୟରେ ଯାତାୟାତ କରିଥାନ୍ତି । ଆମ୍ବୁଲାନ୍ସ କିମ୍ବା ଦମକଳ ଏହି ଗାଁ ପାଇଁ ସ୍ଵପ୍ନ । ଛୋଟ ଛୋଟ ପିଲାମାନେ ସ୍କୁଲକୁ ଯିବାପାଇଁ ହେଲେ ବାଉଁଶ ଚାରା ଉପରେ ନିର୍ଭର କରିଥାନ୍ତି । ଏହି ନଦୀରେ ଜୁଆର ପାଣି ଆସିଲେ ଲୋକମାନେ ପହଁରି ତାଙ୍କ ଛୁଆ ମାନଙ୍କୁ ଛାଡିଥାନ୍ତି । ମୋଟାମୋଟି ଏହି ଗାଁରେ ଗ୍ରାମବାସୀ ମାନେ ଏହି ବାଉଁଶ ପୋଲକୁ ସାହାଭରସା କରିଥାନ୍ତି । ଏନେଇ ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଖୁବଶୀଘ୍ର ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷେତ୍ରୀୟ ତଦନ୍ତ କରାଯାଇ, ଏହି ନଦୀ ଉପରେ ବ୍ରିଜଟିଏ ନିର୍ମାଣ କରାଯାଇ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ ।

ଯୋଜନା ପରେ ଯୋଜନା ପ୍ରସ୍ତୁତ ହେଉଥିଲେ ମଧ୍ଯ, ଏହି ଦୃଶ୍ୟ ଦେଖିଲେ ଯୋଜନାର ସଫଳ ରୂପାୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଦୀର୍ଘଦିନର ସମସ୍ୟା ସମାଧାନ ପ୍ରତି ଜିଲ୍ଲା ପ୍ରଶାସନ କେବେ ଦୃଷ୍ଟି ଦେବ ? ତାହା ଦେଖିବାକୁ ବାକି ରହିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.