ETV Bharat / state

ସପ୍ତାହନ୍ତ ସଟଡାଉନ କଟକଣାକୁ କଡାକଡି

author img

By

Published : May 2, 2021, 5:10 PM IST

ଭଦ୍ରକ ଜିଲ୍ଲାରେ ସଂକ୍ରମଣ ଚେନକୁ ରୋକିବା ଲାଗି ସଟଡାଉନ ଜାରି ହୋଇଥିବା ବେଳେ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ କଟକଣାକୁ କଡାକଡି କରାଯାଇଛି । ଅଧିକ ପଢନ୍ତୁ...

bhadrak weekend shutdown
ସପ୍ତାହାନ୍ତ ସଟଡାଉନ କଟକଣାକୁ କଡାକଡି

ଭଦ୍ରକ: ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ କଟକଣାକୁ କଡାକଡି । ଜିଲ୍ଲାରେ ସଂକ୍ରମଣ ଚେନକୁ ରୋକିବା ଲାଗି ସଟଡାଉନ ଜାରି ହୋଇଥିବା ବେଳେ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ କଟକଣାକୁ କଡାକଡି କରାଯାଇଛି ।

ସପ୍ତାହାନ୍ତ ସଟଡାଉନ କଟକଣାକୁ କଡାକଡି

ଜିଲ୍ଲାର ଭଦ୍ରକ ସମେତ ବାସୁଦେବପୁର, ଚାନ୍ଦବାଲି, ଧାମନଗର ସହରାଞ୍ଚଳ ରେ ସଟଡାଉନ ଜାରି ହୋଇଛି। ସୁରକ୍ଷା ବ୍ୟବସ୍ଥା ସହ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି। ଅନ୍ୟ ପକ୍ଷରେ ଭଦ୍ରକ ରେଳ ଷ୍ଟେସନରେ ଘର ବାହୁଡା଼ଙ୍କ ଉପରେ କଡା ନଜର ରଖାଯାଇଛି। ବର୍ତ୍ତମାନ ସୁଦ୍ଧା 3 ହଜାରରୁ ଅଧିକ ପ୍ରବାସୀ ଘରକୁ ଫେରିଥିବା ଜଣାପଡିଛି। ସଟଡାଉନ ଯୋଗୁଁ ସହର ବଜାର ଶୂନଶାନ ହୋଇଛି। ତେବେ ଜିଲ୍ଲାରେ ଅଦ୍ୟାବଧି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 8 ହଜାର 951 ଜଣ ପଜିଟିଭ ଚି଼ହ୍ନଟ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ 7 ହଜାର 996 ଜଣ ସୁସ୍ଥ ହୋଇଛନ୍ତି। ଭଦ୍ରକ ସହରାଞ୍ଚଳକୁ ଲାଗିରହିଥିବା ରାନ୍ଦିଆ , ସାମରାଇପୁର , ଏରେଇଁ ପଞ୍ଚାୟତ ଗୁଡିକରେ ମଧ୍ୟ ସଟଡାଉନ କଟକଣା ଜାରି ରହିଛି । କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଅଞ୍ଚଳରେ ସର୍ଭିଲାନ୍ସ ଜୋରଦାର କରାଯାଇଛି ।

ଅନ୍ୟପକ୍ଷରେ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ ଗୁଡିକ ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। କୋଭିଡ ସଂକ୍ରମଣ ଯେପରି ବୃଦ୍ଧି ପାଉଛି, ଏହାକୁ ନଜରରେ ରଖି, ଆସନ୍ତା କାଲି 3 ତାରିଖ ଠାରୁ 15 ତାରିଖ ପର୍ଯ୍ୟନ୍ତ ସକାଳ 5 ଟା ଠାରୁ 2 ଟା ପର୍ଯ୍ୟନ୍ତ ବ୍ୟବସାହିକ ପ୍ରତିଷ୍ଠାନ ଖୋଲା ରଖିବାକୁ ନିଷ୍ପତି ନେଇଛି ବଣିକ ସଙ୍ଘ। ଅପରାହ୍ନ 2 ଟା ପରେ କେବଳ କ୍ଷୀର ଓ ଔଷଧ ଦୋକାନ ଖୋଲାରହିବ ବୋଲି ବଣିକ ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.