ETV Bharat / state

ଚର୍ଚ୍ଚାରେ ଭଦ୍ରକ ଛାତ୍ର କମଳ ମାଝି, ଉଦ୍ଭାବନ କଲେ ମନି ସାନିଟାଇଜର ଡିଭାଇସ

author img

By

Published : Aug 21, 2020, 4:15 PM IST

ମନି ସାନିଟାଇଜର ଡିଭାଇସ ତିଆରି କରି ଚର୍ଚ୍ଚାରେ ଭଦ୍ରକ ଜିଲ୍ଲାର ଛାତ୍ର କମଳ କିଶୋର ମାଝି। କୋରୋନା କାଳରେ ସାନିଟାଇଜେସନ ଏକ ମୂଖ୍ୟ ପ୍ରତିଷେଧକ। ସେଥିପାଇଁ ସରକାରଙ୍କ ପକ୍ଷରୁ ସଚେତନତା ଚାଲିଥିବା ବେଳେ ବଜାରକୁ ଆସୁଛି ସାନିଟାଇଜେସନକୁ ନେଇ ଭିନ୍ନ ଭିନ୍ନ ଦ୍ରବ୍ୟ ଓ ମାଧ୍ୟମ। ଏପରିକି ଘରକୁ ଆଣୁଥିବା ସାମଗ୍ରୀ, ପନିପରିବାକୁ ମଧ୍ୟ ଉପଯୁକ୍ତ ଭାବେ ବିଶୋଧନ କରି ବ୍ୟବହାର କରିବାକୁ ମେସିନର ଚାହିଦା ମଧ୍ଯ ଆଜିକାଲି ବଢିଯାଇଛି। ଏପରି ସ୍ଥିତିରେ ଟଙ୍କାକୁ ମଧ୍ୟ ବିଶୋଧନ କରିବା ପାଇଁ ପ୍ରୟାସ କରିଛନ୍ତି ଜଣେ ଓଡିଆ ଛାତ୍ର। ଅଧିିକ ଖବର ପଢନ୍ତୁ...

ଚର୍ଚ୍ଚାରେ ଭଦ୍ରକ ଛାତ୍ର କମଳ ମାଝି, ଉଭାବନ କଲେ ମନି ସାନିଟାଇଜର ଡିଭାଇସ

ଭଦ୍ରକ: କୋରୋନା କାଳରେ ବଦଳିଯାଇଛି ଜୀବନର ପରିଭାଷା। ଭାଇରସ ଭୟରେ ସମସ୍ତେ ରୁନ୍ଧି ହୋଇଗଲେଣି। ସବୁ ସ୍ଥାନରେ ଏବେ ମଣିଷଙ୍କ ବ୍ୟତିତ ସାନିଟାଇଜର ନିଜର ଉପସ୍ଥିତି ଜାହିର କରୁଛି। କାରଣ ଏହି ମହାମାରୀ କାଳରେ ଏହା ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଜିନିଷ ହୋଇଯାଇଛି। ଘରୁ ବାହାରିଲେ ବା କେଉଁ ସ୍ଥାନକୁ ଗଲେ ସବୁଠୁ ଏହାର ବ୍ୟବହାର। ତେବେ ହାତକୁ ବାରମ୍ବାର ଧୋଇବା ଓ ସାନିଟାଇଜ କରିବା ସହଜ କିନ୍ତୁ ଟଙ୍କାକୁ ପରିଷ୍କାର କରିବା ସହଜ ନୁହେଁ।

ହେଲେ ଏହି ସମସ୍ୟାର ଚୁଟକୀରେ ସମାଧାନ ହୋଇପାରିବ। ସ୍ବଳ୍ପ ସମୟରେ ଓ କମ୍ ଟଙ୍କାରେ ମନି ସାନିଟାଇଜର ଡିଭାଇସ ତିଆରି କରି ଏବେ ଚର୍ଚ୍ଚାରେ ଭଦ୍ରକର ଜିଲ୍ଲାର ଓଡିଆ ପୁଅ କମଳ କିଶୋର ମାଝି। ମୋବାଇଲ ଫୋନ ବ୍ୟାଟେରୀ, ହେଡ ଫୋନ ତାର, ପିଭିସୀ ପାଇପ ର ଫ୍ରେମ ଓ ୟୁଭି ଲାଇଟର ବ୍ୟବହାର କରି ମାତ୍ର 2 ଘଣ୍ଟାରେ ଏହି ଡିଭାଇସ ପ୍ରସ୍ତୁତ କରିଛନ୍ତି ଛାତ୍ର ଜଣକ। ବିଜ୍ଞାନ ସମ୍ମତ ଏହି ମେସନିକୁ ତର୍ଜମା କରି ବ୍ୟବହାରି ହୋଇପାରିବ ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି।

ମେସିନଟି ଅତ୍ୟନ୍ତ ଛୋଟ ହୋଇଥିବାରୁ ମନିପର୍ସରେ ମଧ୍ୟ ରଖି ହେବ। ମାତ୍ର 700 ଟଙ୍କାରେ ଉପଲବ୍ଧ ହୋଇପାରିବ ଏହି ମନି ସାନିଟାଇଜର ଡିଭାଇସ। ଏହି ଲାଇଟକୁ ଡାଇରେକ୍ଟ ଲାଇନରେ ଓ ମୋବାଇଲ ବ୍ୟାଟେରୀରେ ମଧ୍ୟ ଚାର୍ଜ କରି ହେବ। ତେବେ ପୁଅର ଏହି ପ୍ରୟାସରେ ବାପା ଓ ମା ବେଶ ଖୁସି। ଭଦ୍ରକ କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ର କମଲ କିଶୋର ମାଝୀ ପୁର୍ବରୁ ମିନି ଭାକ୍ଯୂମ କ୍ଳିନର, ଫୁଟ ସନିଟାଇଜର ଆଦି ସାମଗ୍ରୀର ପ୍ରସ୍ତୁତ କରିଛନ୍ତି। ତେବେ ପୁଅ ଯେଉଁ ନୂଆ ନୂଆ ଡିଭାଇସ ତିଆରି କରୁଛି ତାହାର ବିଜ୍ଞାନ ସମ୍ମତ କାରଣକୁ ନଜରରେ ରଖି କରୁଛି। ସେଥି ପାଇଁ ତାଙ୍କ ସାଙ୍ଗ ସାଥି ଓ ପଡୋଶୀ ମାନେ ମଧ୍ୟ ଏହି ଡିଭାଇସକୁ ବ୍ୟବହାର କରୁଛନ୍ତି। ଏହି ମେସିନକୁ ବ୍ୟାଙ୍କ ସହ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ରେ ମଧ୍ୟ ବ୍ୟବହାର କରିହେବ। କେବଳ ସରକାର ଏଥିପ୍ରତି ଗୁରୁତ୍ବ ଦେଲେ ତାହା ସମସ୍ତଙ୍କ ଆଦୃତ ହେଇପାରିବ ବୋଲି କହିଥିଲେ କମଲ ଙ୍କ ବାପା କହିଛନ୍ତି।

ଲକଡାଉନ କାଳରେ ଜୀବନ ସଟଡାଉନ। ହେଲେ ପ୍ରତିଭା ମାନଙ୍କ ପାଇଁ ନେଇ ଆସିଛି ସୁଯୋଗର ସମ୍ଭାର। ଘରେ ରହି ସମୟକୁ ଅପଚୟ ନକରି ଛାତ୍ର ଜଣଙ୍କର ଏହିପରି ପ୍ରୟାସ ନିଶ୍ଚିତ ଭାବେ ସ୍ଵାଗତ ଯୋଗ୍ୟ। ଏନେଇ ସରକାରି ସ୍ତରରେ ପ୍ରୋତ୍ସାହନ ମିଳିଲେ, ଏହିପରି ପ୍ରତିଭା ଆହୁରି ବିକଶିତ ହୁଅନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.