ETV Bharat / state

ବିଶ୍ବାସରେ ବିଷ! 2 ଲକ୍ଷ ଋଣ ଟଙ୍କାକୁ ଲୁଟି ନେଲେ, ମାସେ ପରେ ବି ପୋଲିସ ହାତ ଖାଲି

author img

By ETV Bharat Odisha Team

Published : Nov 24, 2023, 9:22 AM IST

ଆପ୍ ଖୋଲି ଦେବାକୁ କହି ଲୁଟି ନେଲେ 2 ଲକ୍ଷ ଲୁଟି ନେଲେ । ଅଭିଯୋଗର ଦୀର୍ଘ ଦିନ ବିତିଥିଲେ ବି ପୋଲିସ ହାତ ଖାଲି । ଅଧିକ ପଢନ୍ତୁ

Man file complaint over online fraud
ଅନଲାଇନ ଠାକିମାର ଶିକାର ବ୍ୟକ୍ତି
online fraud in bhadrak

ଭଦ୍ରକ: ଘରୋଇ ବ୍ୟାଙ୍କରୁ ଋଣ କରାଇ ଦେଇ ଅନଲାଇନ ମାଧ୍ୟମରେ ଠକେଇର ଶିକାର ହୋଇଛନ୍ତି ଜଣେ ବ୍ୟକ୍ତି । ଆପ୍ ଖୋଲି ଦେବାକୁ କହି ଲୁଟି ନେଲେ 2 ଲକ୍ଷ । ମାଲଲା ରୁଜୁ ପରେବି ପୋଲିସର ହାତ ଖାଲି ଥିବା ଜଣାପଡିଛି । ସଙ୍ଗୀନ ଦଫାରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ସତ, ହେଲେ ଦେଢ ମାସ ବିତି ଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଅଭିଯୋଗକାରୀଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅଞ୍ଚଳରୁ ।

ଖବର ଅନୁଯାୟୀ, ତିହିଡି ଥାନା ଅନ୍ତର୍ଗତ ଫତେପୁର ଗାଁର ଜନନ୍ମେଜୟ ନାୟକ ନାମକ ବ୍ୟକ୍ତି ପୀରହାଟ ଥାନା ଅଧୀନରେ ଥିବା ଚାରିତରଫ ଗାଁର ସଞ୍ଜୟ ସ୍ୱାଇଁଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ଏକ ଘରୋଇ ବ୍ୟାଙ୍କରୁ ଋଣ କରେଇ ଦେବା ଆଳରେ ସଞ୍ଜୟ ସ୍ୱାଇଁ ଜନ୍ମେଜୟଙ୍କ ସହିତ ଲଗାତର ଉଦ୍ୟମ ଜାରି ରଖିଥିଲେ । ଋଣ କରେଇ ଦେବା ପାଇଁ ଜନ୍ମେଜୟଙ୍କ ଠାରୁ ପ୍ରଥମେ 10 ହଜାର ଟଙ୍କା ହାତ ଖର୍ଚ୍ଚ ନେଇଥିଲେ ସଞ୍ଜୟ । କାଗଜ ପତ୍ର ଦାଖଲ କରିବା ପରେ ସଂପୃକ୍ତ ବ୍ୟାଙ୍କରୁ ଜନ୍ମେଜୟଙ୍କ ନାମରେ 2 ଲକ୍ଷ ଟଙ୍କା ବ୍ୟାଙ୍କରୁ ଋଣ ମଞ୍ଜୁର ହୋଇଥିଲା । ଜନ୍ମେଜୟ ଋଣ ଟଙ୍କା ଉଠାଣ କରିବା ପୂର୍ବରୁ ସଞ୍ଜୟ ଚାଲାକି କରି ତାଙ୍କୁ ଅନ୍ୟ ଏକ ଋଣ ସଂସ୍ଥା ମାଧ୍ୟମରେ ଏକ ମୋବାଇଲ୍ କିଣାଇ ଦେଇଥିଲେ । ସଞ୍ଜୟ ଏହା ପୂର୍ବରୁ ଜନ୍ମେଜୟଙ୍କ ଆଧାର ଏବଂ ଋଣ ଖାତା ନେଇ ଯାଇଥିଲେ । ଉକ୍ତ ମୋବାଇଲକୁ ସଞ୍ଜୟ ନିଜ ପାଖରେ ରଖି ସେଥିରେ ଜନ୍ମେଜୟଙ୍କର ଫୋନ୍ ପେ ଖୋଲି ପର୍ଯ୍ୟାୟ କ୍ରମେ 2 ଲକ୍ଷ ଟଙ୍କା ଉଠାଣ କରିଥିବା ଅଭିଯୋଗ କରିଛନ୍ତି ଜନନ୍ମେଜୟ ।

ଏହା ବି ପଢନ୍ତୁ...ପୂଜାରେ ମାତିଲେ ହାଇୱା ଲୁଟେରା, ବନ୍ଧୁକ ଦେଖାଇ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟିଲେ

ଉକ୍ତ 2 ଲକ୍ଷ ଟଙ୍କାକୁ ସଞ୍ଜୟ ନିଜ ଜମାଖାତା ସମେତ ସମ୍ପର୍କୀୟଙ୍କ ଜମାଖାତାକୁ ନେଇ ଯାଇଥିବା ଜଣାପଡିଛି । ପରେ ଜନ୍ମେଜୟଙ୍କ ସହିତ ସଞ୍ଜୟଙ୍କ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା । ପ୍ରାୟ 15 ଦିନ ପରେ ସଞ୍ଜୟ ଅତି ଚତୁରତାର ସହ ଜନ୍ମେଜୟଙ୍କୁ ମୋବାଇଲ ଫେରେଇ ଦେଇଥିଲେ । ଜନନ୍ମେଜୟଙ୍କର ସନ୍ଦେହ ହେବାରୁ ସେ ତାଙ୍କର ଜଣେ ବନ୍ଧୁଙ୍କ ସହାୟତା ଲୋଡିଥିଲେ । ଖୋଳତାଡ କରିବା ପରେ ସେଥିରେ 2 ଲକ୍ଷ ଟଙ୍କାର ଉଠାଣ ହୋଇଥିବା ଜଣା ପଡିଥିଲା । ଯାହା ଘରୋଇ ବ୍ୟାଙ୍କ ତରଫରୁ ମଞ୍ଜୁର ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ପୀରହାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଜନ୍ମେଜୟ । ପରେ ସଞ୍ଜୟ ଥାନାରେ ପହଞ୍ଚି ଠକେଇ କଥା ସ୍ୱିକାର କରିଥିଲେ ଏବଂ ଉକ୍ତ ଟଙ୍କାକୁ 15 ଦିନ ମଧ୍ୟରେ ଜନ୍ମେଜୟଙ୍କୁ ଫେରସ୍ଥ କରିବା ଲାଗି ଲିଖିତ ପ୍ରତିଶୃତି ଦେଇଥିଲେ । ସଞ୍ଜୟ ଫେରାର ହୋଇ ଯାଇଥିଲେ ।

ଜନନ୍ମେଜୟ ପୂନର୍ବାର ଥାନାରେ ଦ୍ୱାରସ୍ଥ ହେବା ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ତାଙ୍କ ଟଙ୍କା ଫେରସ୍ଥ ଲାଗି ଗୁହାରୀ କରିଥିଲେ। ଘଟଣାକୁ ନେଇ ପୀରହାଟ ପୋଲିସ ଗତ 03/10/23 ତାରିଖ ଦିନ ସଞ୍ଜୟ ସ୍ୱାଇଁଙ୍କ ବିରୋଧରେ ଦଫା 420, 294, 506, 66 ଏବଂ 66(E)ରେ ଏକ ମାମଲା (187/23) ରୁଜୁ କରିଛି । ମାତ୍ର ଏଯାଏଁ ପୋଲିସ କୌଣସି ପଦକ୍ଷେପ ନେଇ ନଥିବାରୁ ଅଭିଯୋଗକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଟଙ୍କା ଫେରସ୍ଥ ସହିତ ଅଭିଯୁକ୍ତ ସଞ୍ଜୟଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆନଗଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସପରିବାର ଆମରଣ ଅନଶନରେ ବସିବା ପାଇଁ ଚେତାବନୀ ଦେଇଛନ୍ତି ଜନନ୍ମେଜୟ । ଏ ସମ୍ପର୍କରେ ଥାନା ଅଧିକାରୀ ଶ୍ରୀକାନ୍ତ ପତିଙ୍କୁ ପଚାରିବାରୁ ଅଭିଯୁକ୍ତକୁ ଖୋଜା ଚାଲିଛି କେଉଁଠି ରହୁଛି, ସୁରାକ ମିଳିଲେ ଗିରଫ କରାଯିବ ବୋଲି କହିଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.