ETV Bharat / state

ଆଖୁଆପଦାରେ ବନ୍ୟାଞ୍ଚଳ ପରିଦର୍ଶନ କଲେ ଭଦ୍ରକ ସାଂସଦ - Bhadrak MP visited the flood area

ବୈତରଣୀ ନଦୀରେ ବନ୍ୟା ଦ୍ବାରା ଜଳସମ୍ପଦ ବିଭାଗର କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ସମେତ ସାଂସଦଙ୍କ ସହ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜଳସମ୍ପଦ ବିଭାଗ ତଥା ବନ୍ୟା ନିୟନ୍ତ୍ରଣ ମୁଖ୍ୟଯନ୍ତ୍ରୀ ସୁଶାନ୍ତ କୁମାର ରଥ ସାଥିରେ ଯାଇଥିଲେ ।

akhuapada
ବନ୍ୟାଞ୍ଚଳ ପରିଦର୍ଶନ କଲେ ଭଦ୍ରକ ସାଂସଦ
author img

By

Published : Sep 11, 2020, 10:06 PM IST

Updated : Sep 13, 2020, 4:47 PM IST

ଭଦ୍ରକ: ରାଜ୍ୟରେ ହୋଇଥିବା ବନ୍ୟାଜନିତ କ୍ଷୟକ୍ଷତି ନେଇ ବନ୍ୟାଞ୍ଚଳ ପରିଦର୍ଶନ କଲେ ସାଂସଦ ଓ ମୁଖ୍ୟଯନ୍ତ୍ରୀ। ବୈତରଣୀ ନଦୀରେ ବନ୍ୟା ଦ୍ବାରା ଜଳସମ୍ପଦ ବିଭାଗର କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ସାଂସଦ ମଞ୍ଜୁଲତା ମଣ୍ଡଳ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ।

ବନ୍ୟାଞ୍ଚଳ ପରିଦର୍ଶନ କଲେ ଭଦ୍ରକ ସାଂସଦ

ସାଂସଦଙ୍କ ସହ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜଳସମ୍ପଦ ବିଭାଗ ତଥା ବନ୍ୟା ନିୟନ୍ତ୍ରଣ ମୁଖ୍ୟଯନ୍ତ୍ରୀ ସୁଶାନ୍ତ କୁମାର ରଥ, ଚଣ୍ଡିଖୋଲ ପୂର୍ବାଞ୍ଚଳ ମଣ୍ଡଳ ଅଧିକ୍ଷଣ ଯନ୍ତ୍ରୀ ଚଣ୍ଡେଶ୍ବର ବେହେରା, ଯାଜପୁର ଜଳସେଚନ ବିଭାଜନ ନିର୍ବାହୀ ଯନ୍ତ୍ରୀ ଧନେଶ୍ବର ସାମଲ, ଆଖୁଆପଦା ସହନିର୍ବାହୀ ଯନ୍ତ୍ରୀ ଶଙ୍କର୍ଷଣ ବେହେରା, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ଦାସ ପ୍ରମୁଖ ଆଖୁଆପଦାରେ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥା, ବ୍ୟାରେଜ ନିର୍ମାଣ ସମ୍ଭାବନା ଅନୁଧ୍ୟାନ କରିବା ସହ ବାଲିପୋଖରୀ ଏସକେପର କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ।

ଏହି ଏସକେପର ପୁନଃ ତଥା ସ୍ଥାୟୀ ନିର୍ମାଣ ସମ୍ପର୍କରେ ଆଲୋଚନା କରିବା ସହ କଣ୍ଟିଘାଇ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି। ଏଥିସହ ଜଳସେଚନ ବିଭାଗ କାର୍ଯ୍ୟାଳୟରେ ବନ୍ୟା କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିଥିବା ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Sep 13, 2020, 4:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.