ETV Bharat / state

Bhadrak Missing Youth murder case, କ୍ରାଇମ ସିନ ରିକ୍ରିଏସନ କଲା ଅଭିଯୁକ୍ତ

author img

By

Published : Aug 26, 2022, 10:11 AM IST

ଭଦ୍ରକ ନିଖୋଜ ଯୁବକ ହତ୍ୟା ଘଟଣାର କ୍ରାଇମ ସିନ ରିକ୍ରିଏସନ କଲା ପୋଲିସ । ଅଧିକ ପଢନ୍ତୁ

police recreate crime scene with accused
ଯୁବକଙ୍କୁ ହତ୍ୟା ଘଟଣାର କ୍ରାଇମ ସିନ ରିକ୍ରେସନ କଲା ଅଭିଯୁକ୍ତ

ଭଦ୍ରକ: ଭଦ୍ରକ ନିଖୋଜ ଯୁବକ ନିର୍ମମ ହତ୍ୟା ଘଟଣା । ଅଭିଯୁକ୍ତକୁ ସାଙ୍ଗରେ ନେଇ ଘଟଣାର ସିନ ରିକ୍ରିଏସନ କଲା ପୋଲିସ । କିଭଳି ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା ଅଭିଯୁକ୍ତ ଗୋଟି ଗୋଟି କରି ଦେଖାଇଲା ପୋଲିସକୁ । ମୃତ ଯୁବକ ହେଲେ ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ଅନ୍ତର୍ଗତ ଧନାଟୋଲା ଗ୍ରାମର ପ୍ରକାଶ ଚନ୍ଦ୍ର ବେହେରା । ଗତ 18 ତାରିଖରେ ତାଙ୍କର ମୃତଦେହ ଉଦ୍ଧାର କରିଥିଲା ପୋଲିସ ।

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ଅନ୍ତର୍ଗତ ଧନାଟୋଲା ଗ୍ରାମର ପ୍ରକାଶ ଚନ୍ଦ୍ର ବେହେରା ଅଗଷ୍ଟ 17 ଠାରୁ ନିଖୋଜ ଥିଲେ । ତା ପର ଦିନ ଅର୍ଥାତ 18 ତାରିଖରେ ଭଦ୍ରକ ଦେଇ ପ୍ରବାହିତ ସାଳନ୍ଦୀ ନଦୀର ନୁଆସାହି ଆଶ୍ରମ ପଡ଼ିଆ ନିକଟରେ ଥିବା ନଦୀ କୂଳରେ ପ୍ରକାଶଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ଏନେଇ ସ୍ଥାନୀୟ ଲୋକେ ପୁରୁଣା ବଜାର ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା ।

ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରିଥିଲା । ତେବେ ପୋଲିସ ଏହି ଘଟଣାରେ ଜଗନ୍ନାଥ ମହଲାକୁ ଅଟକ ରଖି ପଚରାଉଚରା କରିବା ପରେ ସବୁ ମାନି ଯାଇଥିଲା ଅଭିଯୁକ୍ତ ଜଣକ । ଏନେଇ ଶେଷରେ କେମିତି ନିର୍ମମ ଭାବେ ହତ୍ୟା କରିଥିଲା ବୋଲି ସ୍ପଷ୍ଟ ଭାବେ ଦେଖାଇବାକୁ ଘଟଣା ସ୍ଥଳକୁ ଯାଇ ସିନ ଦେଖାଇଥିଲା ଅଭିଯୁକ୍ତ । ଏହି ହତ୍ୟାକାଣ୍ଡରେ ଏକାଧିକ ଅଭିଯୁକ୍ତ ସାମିଲ ଥିବା ସୂଚନା ମିଳିଥିବା ବେଳେ ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କା କରି ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ବୋଲି ଜଣାପଡିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.