ETV Bharat / state

ଦାରିଦ୍ରତାର ତାଡନାରେ ଜର୍ଜରିତ ମାନସିଂଙ୍କ ପରିବାର, ସାହାଯ୍ୟ ପାଇଁ ସରକାରଙ୍କୁ ନିବେଦନ - ସାହାଯ୍ୟ ପାଇଁ ସରକାରଙ୍କୁ ନିବେଦନ

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଧାମନଗର ଛକ ଅଞ୍ଚଳର ମାନସିଂ ମୁର୍ମୁ । ସଡକ ଦୁର୍ଘଟଣାରେ ଶଯ୍ୟାଶାୟୀ ହେବା ପରେ ଦୁର୍ଦ୍ଦିନରେ କଟୁଛି ମାନସିଂଙ୍କ ଜୀବନ। କେବଳ ଏବେ ସରକାରୀ ସହାୟତାକୁ ଅପେକ୍ଷା । ଦେଖନ୍ତୁ ଏହି ରିପୋର୍ଟ

ମାନସିଂଙ୍କ ପରିବାର
ମାନସିଂଙ୍କ ପରିବାର
author img

By

Published : Dec 16, 2022, 9:38 PM IST

ଦାରିଦ୍ରତାରେ ଜର୍ଜରିତ ମାନସିଂଙ୍କ ପରିବାର, ସାହାଯ୍ୟ ପାଇଁ ସରକାରଙ୍କୁ ନିବେଦନ

ଭଦ୍ରକ: ଅସହାୟ ଗରିବଙ୍କ ପାଇଁ ସରକାରଙ୍କ କାହିଁ କେତେ ଯୋଜନା । କିନ୍ତୁ ଏଥିରୁ ବଞ୍ଚିତ ପ୍ରକୃତ ହିତାଧିକାରୀ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ଅଧିନ ଅଞ୍ଚଳରୁ ଆସିଛି ଏମିତି ଦୁଃଖଦ ଖବର । ସଡକ ଦୁର୍ଘଟଣାରେ ଶଯ୍ୟାଶାୟୀ ହେବା ପରେ ଦୁର୍ଦ୍ଦିନରେ କଟୁଛି ମାନସିଂଙ୍କ ଜୀବନ । ମାନସିଂଙ୍କ ପାଖରେ ସରକାରଙ୍କ ସୁବିଧା ସତେ ଯେମିତି ଫେଲ୍‌ ମାରିଛି ।

ଦଇବର ବିଧି ବଡ ବିଚିତ୍ର । ଜୀବନରେ ଏମିତି କିଛି ଘଟଣା ଓ ଦୁର୍ଘଟଣା ଘଟେ ଯାହା ଜୀବନର ମୋଡ ବଦଳାଇ ଦିଏ । ସତେ ଯେମତି ବଞ୍ଚିବାର ସବୁ ବାଟ ବନ୍ଦ କରିଦିଏ ଦୁଃଖ । ଯେଉଁଆଡେ ଚାହିଁଲେ ଚାରିଆଡ଼େ ଅନ୍ଧକାର ଦେଖାଯାଏ । ପ୍ରାୟ ବର୍ଷେ ପୂର୍ବରୁ ମାନସିଂଙ୍କ ମାନସିକ ବିକୃତ ସ୍ତ୍ରୀ ବସନ୍ତି ଘରୁ କେଉଁଆଡେ ଚାଲି ଯାଇଛନ୍ତି । ଘରେ ବୃଦ୍ଧ ବାପା ଓ ଦୁଇ ଝିଅ ଓ ଦୁଇ ପୁଅଙ୍କୁ ନେଇ ଚାଲିଥିଲା ସୁଖର ସଂସାର । ଗତ ଦଶହରା ସମୟରେ ଧାମନଗର ଛକରୁ ଅଟୋରେ ଯାତ୍ରୀ ନେଇ ଆସୁଥିବା ବେଳ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ ମାନସିଂ । ଫଳରେ ତାଙ୍କ ମେରୁଦଣ୍ଡ ଓ ବେକ ଆଘାତ ଲାଗିଥିଲା । ସେହିଦିନଠାରୁ ଶଯ୍ୟାଶାୟୀ ହୋଇଛନ୍ତି ମାନସିଂ । ଏକ ପ୍ରକାର ଅକ୍ଷମ ହୋଇ ପଡ଼ିଛନ୍ତି ମାନସିଂ । ସରକାରୀ ସହାୟତା କହିଲେ କେବଳ ଖାଦ୍ୟ ସୁରକ୍ଷାରେ ମିଳୁଥିବା ଚାଉଳ ମିଳୁଛି।

ଏହା ମଧ୍ୟ ପଢନ୍ତୁ: ଓଲଟିଲା ଯାତ୍ରୀବାହୀ ବସ୍: ଜଣେ ମୃତ, ୪୦ରୁ ଅଧିକ ଆହତ

ଘରେ ଏବେ ସମୁଦାୟ 6 ପ୍ରାଣୀ କୁଟୁମ୍ବ। ବଡ ଝିଅ ଯମୁନା ମୁର୍ମୁ ମେଟ୍ରିକ ପାସ କରିଛନ୍ତି । କିନ୍ତୁ ସମ୍ବଳ ଅଭାବରୁ ଆଉ ପାଠ ପଢି ପାରୁନାହାନ୍ତି । ଘରର ରୋଷେଇ ସହ ଘର କାର୍ଯ୍ୟ କରୁଛନ୍ତି । ବୁଢା ବାପା ଓ ବାପାଙ୍କୁ ଔଷଧ ଖର୍ଚ୍ଚ ପାଇଁ ବନ୍ଧୁ ବାନ୍ଧବଙ୍କ ସହଯୋଗ ମାଗୁଛନ୍ତି । ଆଉ ଜଣେ ଭଉଣୀ ଓ ଦୁଇ ଭାଇ ସ୍କୁଲ ଯାଉଛନ୍ତି କିନ୍ତୁ ଆର୍ଥିକ ସମସ୍ୟା ଏବେ ସମସ୍ତଙ୍କ ଭାଗ୍ୟରେ ଡୋରି ବାନ୍ଧିବା ପାଇଁ ଯାଉଛି । ତେବେ ଘଟଣା ସମ୍ପର୍କରେ ଅବଗତ କରାଇବା ପରେ ଭଣ୍ଡାରିପୋଖରୀ ଗୋଷ୍ଠୀ ଉନୟନ ଅଧିକାରୀ କହିଛନ୍ତି, "ମୁଁ ଘଟଣାର ତଦନ୍ତ ଆରମ୍ଭ କରିଛି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ତଦନ୍ତ କରି ରିପୋର୍ଟ ମଗାଯାଇଛି। ଖୁବଶୀଘ୍ର ଆବଶ୍ୟକ ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ।"

ଯଦି କେହି ସଦୃଦୟ ବ୍ୟକ୍ତି ଏହି ଅସହାୟ ପରିବାରକୁ ସାହାଯ୍ୟ କରିବାକୁ ଚାହାଁନ୍ତି ତେବେ ମାନସିଂ ବଡ ଝିଅ ଯମୁନା ମୁର୍ମୁଙ୍କ ଆକାଉଣ୍ଟରେ ସହାୟତା ରାଶି ପଠାଇ ପାରିବେ ।

ସହୋଯାଗ ପାଇଁ ଯୋଗାଯୋଗ ମାଧ୍ୟମ :

ଓଡିଶା ଗ୍ରାମ୍ୟ ବ୍ୟାଙ୍କ - ବାରିକପୁର ଶାଖା
MISS JAMUNA MURMU
ଆକାଉଣ୍ଟ ନମ୍ବର - 413534002002224
IFSC - I0BA0R0GB01
ଫୋନ ନମ୍ବର - 8455827151

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.