ETV Bharat / state

ବିଷ୍ଣୁଙ୍କ ବିବାଦୀୟ ବୟାନକୁ ନେଇ ବିବାଦ, ଭଦ୍ରକରେ କଂଗ୍ରେସର ବିକ୍ଷୋଭ - ବିଷ୍ଣୁ ସେଠିଙ୍କ ବିବାଦୀୟ ମନ୍ତବ୍ୟ

ବିଷ୍ଣୁଙ୍କ ମନ୍ତବ୍ୟକୁ ନେଇ ତେଜୁଛି ବିବାଦ । ଏନେଇ ଶୁକ୍ରବାର ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛି ଭଦ୍ରକ ଜିଲ୍ଲା କଂଗ୍ରେସ । କର୍ମୀମାନେ ବିଷ୍ଣୁଙ୍କ କୁଶପୁତ୍ତଳିକା ଦାହ କରିବା ସହ ଵିଧାୟକଙ୍କ ବିରୋଧରେ ନାରାବାଜି କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭଦ୍ରକ
author img

By

Published : Aug 2, 2019, 7:59 PM IST

Updated : Aug 3, 2019, 7:45 PM IST

ଭଦ୍ରକ: ଥମୁନି ବିଷ୍ଣୁଙ୍କୁ ନେଇ ବିବାଦ। ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠିଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଯାଇଛି ପ୍ରତିବାଦ। ଏନେଇ ଶୁକ୍ରବାର ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛି ଭଦ୍ରକ ଜିଲ୍ଲା କଂଗ୍ରେସ।

ପୁରୁଣା ବଜାରରୁ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ରାଲି ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖକୁ ଯାଇଥିଲା। ପରେ ସେଠାରେ ବିଷ୍ଣୁ ସେଠିଙ୍କ କୁଶପୁତ୍ତଳିକା ଦାହ କରିବା ସହ ଵିଧାୟକଙ୍କ ବିରୋଧରେ ନାରାବାଜି କରିଥିଲେ। ତେବେ ବିଧାୟକ ଜଣକ ମୁସଲିମ ମହିଳାଙ୍କ ପ୍ରତି ଦେଇଥିବା ଅଶାଳୀନ ମନ୍ତବ୍ୟ ପାଇଁ ସର୍ବ ସମ୍ମୁଖରେ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ ବୋଲି ଦାବି କରିଛି କଂଗ୍ରେସ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭଦ୍ରକ

ସୂଚନା ଅନୁଯାୟୀ, ଯଦି ବିଷ୍ଣୁ ସେଠି କହିଥିବା କଥାକୁ ପ୍ରତ୍ୟାହାର ନକରନ୍ତି ଏବଂ ଗୃହରେ ଭୁଲ ନମାଗନ୍ତି ତାହାଲେ ଆଗକୁ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ବ୍ୟାପକ କରାଯିବା ନେଇ କଂଗ୍ରେସ ଚେତାବନୀ ଦେଇଛି। ଶେଷରେ ମାନ୍ୟବର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ଜିଲାପାଳଙ୍କ ଅନୁପସ୍ଥିତିରେ ତହସିଲଦାରଙ୍କୁ ପ୍ରଦାନ କରିଥିଲା କଂଗ୍ରେସ।

ଏନେଇ ଚଉଦ ମହଲା ମୁସଲିମ ଜମାତର ସଭାପତିଙ୍କ ପ୍ରତିକ୍ରିୟା ନେଇଥିଲୁ ଇଟିଭି ଭାରତ। ତାଙ୍କ କହିବା ଅନୁସାରେ ଚଉଦ ମହଲା ମୁସ୍ଲିମ୍ ଜମାତର ଏକ ମିଟିଂ ସନ୍ଧ୍ୟାରେ ଅନୁଷ୍ଠିତ ହେବ । ଏହାପରେ ଏହିଭଳି ଏକ ସମ୍ବେଦନଶୀଳ ବକ୍ତବ୍ୟ ଉପରେ ଭବିଷ୍ୟତ ଆଭିମୁଖ୍ୟ ସ୍ଥିର ହେବ ବୋଲି ସଭାପତି ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି ।

ଏପଟେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠିଙ୍କ ମୁସଲିମ ମହିଳାଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ଓଡ଼ିଶା ବିଧାନ ସଭାରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠି ଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ କୁ ନେଇ ପ୍ରତିବାଦ।Body:ଓଡ଼ିଶା ବିଧାନ ସଭାରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠି ଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ କୁ ନେଇ ପ୍ରତିବାଦ। ଆଜି ଭଦ୍ରକ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛି ଭଦ୍ରକ ଜିଲ୍ଲା କଂଗ୍ରେସ। ପୁରୁଣା ବଜାର ରୁ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ରାଲି ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖକୁ ଯାଇଥିଲା। ପରେ ସେଠାରେ ବିଷ୍ଣୁ ସେଠି ଙ୍କ କୁଶପୁତ୍ତଳିକା ଦାହ କରିବା ସହ ଵିଧାୟକ ଙ୍କ ବିରୋଧରେ ନାରାବାଜି କରିଥିଲେ। ବିଧାୟକ ମୁସଲିମ ମହିଳା ଙ୍କ ପ୍ରତି ଦେଇଥିବା ଅଶାଳୀନ ମନ୍ତବ୍ୟ ପାଇଁ ସର୍ବ ସମ୍ମୁଖରେ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ ବୋଲି ଦାବି କରିଛି କଂଗ୍ରେସ। ଯଦି ବିଷ୍ଣୁ ସେଠି କହିଥିବା କଥାକୁ ପ୍ରତ୍ୟାହାର ନକରନ୍ତି ଏବଂ ଗୃହରେ ଭୁଲ ନମାଗନ୍ତି ତାହାଲେ ଆଗକୁ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ବ୍ୟାପକ କରାଯିବା ନେଇ କଂଗ୍ରେସ ଚେତାବନୀ ଦେଇଛି। ଶେଷରେ ମାନ୍ୟବର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ଜିଲାପାଳ ଙ୍କ ଅନୁପସ୍ଥିତି ରେ ତହସିଲଦାର ଙ୍କୁ ପ୍ରଦାନ କରିଥିଲେ। ଏନେଇ ଆମେ ଚଉଦ ମହଲା ମୁସ୍ଲିମ୍ ଜମାତ ର ସଭାପତି ଙ୍କ ପ୍ରତିକ୍ରିୟା ନେଇଥିଲୁ। ETV Bharat କୁ ଦେଇଥିବା EXCLUSIVE INTERVIEW ରେ ସେ କହିଛନ୍ତି, ଆଜି ଏନେଇ ଚଉଦ ମହଲା ମୁସ୍ଲିମ୍ ଜମାତ ର ଏକ ମିଟିଂ ସନ୍ଧ୍ୟାରେ ଅନୁଷ୍ଠିତ ହେବା ପରେ ଏହିଭଳି ଏକ ସମ୍ବେଦନଶୀଳ ବକ୍ତବ୍ୟ ଉପରେ ଭବିଷ୍ୟତ ଆଭିମୁଖ୍ୟ ସ୍ଥିର ହେବ। ଏଥିସହ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠି ଙ୍କ ମୁସଲିମ ମହିଳା ଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
Bite_1 : ନଳିନୀ କାନ୍ତ ମହାନ୍ତି_ଜିଲ୍ଳା କଂଗ୍ରେସ କାର୍ଯ୍ୟକାରୀ ସଭାପତି
EXCLUSIVE Bite_2 : ମହମ୍ମଦ ଅବଦୁଲ ବାରି_ଚଉଦ ମହଲା ମୁସ୍ଲିମ୍ ଜମାତ ସଭାପତିConclusion:
Last Updated : Aug 3, 2019, 7:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.