ETV Bharat / state

ଚେକ୍ ବାଉନ୍ସ ମାମଲାରେ ଗିରଫ ହେଲେ ଭଦ୍ରକ ଡିଏସପି - ଦିଲ୍ଲୀ କୋର୍ଟରେ ହାଜର ହେଲେ ଭଦ୍ରକ ଡିଏସପି

ଚେକ୍ ବାଉନ୍ସ କେସରେ ଫସିଲେ ଭଦ୍ରକ ଡିଏସପି ଗୌତମ ମଲ୍ଲିକ । ଦିଲ୍ଲୀ କୋର୍ଟରେ ହେଲେ ହାଜର ।

ଫାଇଲ ଫଟୋ
author img

By

Published : Oct 31, 2019, 12:46 AM IST

Updated : Oct 31, 2019, 1:20 AM IST

ଭଦ୍ରକ: ଚେକ୍ ବାଉନ୍ସ କେସରେ ଫସିଛନ୍ତି ଭଦ୍ରକ ଡିଏସପି ଗୌତମ ମଲ୍ଲିକ । ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶାକ୍ରମେ ଡିଏସପିଙ୍କୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିଓରୁ ଗିରଫ କରାଯାଇଥିଲା । ଅକ୍ଟୋବର 19ରେ ଆଇଆଇସି ଗଣେଶ ପ୍ରଧାନଙ୍କ ନେତୃତ୍ବରେ ତାଙ୍କୁ ଗରିଫ କରାଯାଇ ଦିଲ୍ଲୀ ହାଇକୋର୍ଟରେ ହାଜର କରାଯାଇଥିଲା ।

ଅକ୍ଟୋବର 21ରେ ଦିଲ୍ଲୀ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟରେ ଡିଏସପି ଗୌତମ ମଲ୍ଲିକଙ୍କୁ ହାଜର କଲା ଭଦ୍ରକ ପୋଲିସ । ପ୍ରକାଶଥାଉକି, 2013ରେ ଆନନ୍ଦପୁରର ବାସିନ୍ଦା ରଘୁନନ୍ଦନ ଦେଓଙ୍କ ଠାରୁ ଜମି କରାଇଦେବା କହି 20 ଲକ୍ଷଟଙ୍କା ନେଇଥିଲେ । ଜମି ନକରାଇପାରି 10 ଲକ୍ଷ ଫେରାଇଦେଇଥିଲେ କିନ୍ତୁ ବାକି 10 ଲକ୍ଷ ଫେରାଇନଥିଲେ । ଏହାକୁ ନେଇ ରଘୁନନ୍ଦନ ଏକ ମାମଲା ରୁଜୁ କରିଥିଲେ ।

ତେବେ ଚେକ୍ ବାଉନ୍ସରେ କୋର୍ଟର ଅବମାନନା କରିଥିବା ଦର୍ଶାଇ ଦିଲ୍ଲୀ କୋର୍ଟ ଜାମିନ ବିହିନ ଗିରଫ ଜାରି କରି ପରବର୍ତ୍ତୀ ଶୁଣାଣି ନଭେମ୍ବର 1ରେ କରାଯିବ । ସେ ଯାଏଁ ଦିଲ୍ଲୀ ନ ଛାଡିବାକୁ ଗୌତମ ମଲ୍ଲିକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ କୋର୍ଟ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:Body:

sf

Conclusion:
Last Updated : Oct 31, 2019, 1:20 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.