ଭଦ୍ରକ: ଭାରତରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ମେ 31 ମାସ ଯାଏଁ ଲାଗୁ ହୋଇଛି । ତେବେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଭଦ୍ରକ ଜିଲ୍ଲାରେ ସନ୍ଧ୍ୟା 7 ଟା ରୁ ସକାଳ 7 ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ଏଥିସହ ଜିଲ୍ଲାରେ ଥିବା ସମସ୍ତ ଧର୍ମାନୁଷ୍ଠାନ ମାନଙ୍କର ଚତୁଃପାର୍ଶ୍ଵରେ 144 ଧାରା ଜାରି ରହିବ ।
ଏନେଇ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ଲକଡାଉନ-4 ନେଇ ଜାରି ସମସ୍ତ କଟକଣା, ବିଶେଷ କରି ସାମାଜିକ ଦୂରତା ପାଳନ ଦିଗରେ ଯେଉଁ ସବୁ ନିର୍ଦ୍ଦେଶ ଜାରି କରାଯାଇଛି, ସେ ଦିଗରେ ନଜର ରଖିବା ପାଇଁ ପୋଲିସ ଓ ମାଜିଷ୍ଟ୍ରେଟଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି ବୋଲି ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ