ETV Bharat / state

ଜାତୀୟ କ୍ରୀଡା ପଦକ ବିଜେତା ରୂପାଲି-ଗାୟତ୍ରୀଙ୍କୁ ଜିଲ୍ଲାପାଳଙ୍କ ସମ୍ବର୍ଦ୍ଧନା

author img

By ETV Bharat Odisha Team

Published : Nov 21, 2023, 10:43 AM IST

37ତମ ଜାତୀୟ କ୍ରୀଡାରେ ବ୍ରୋଞ୍ଜ ପଦକ ଜିତିଥିବା ଭଦ୍ରକ ଚାନ୍ଦବାଲିର ରୂପାଲି ଏବଂ ଗାୟତ୍ରୀଙ୍କୁ ସ୍ବମ୍ବର୍ଦ୍ଧିତ କରିଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ

National games medalist felicitated by collector
National Games 2023

National Games 2023

ଭଦ୍ରକ: ସଫଳତାକୁ ସମ୍ବର୍ଦ୍ଧନା । 37ତମ ଜାତୀୟ କ୍ରୀଡାରେ ସିପକଟାକ୍ରୋ ଦଳରେ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଭଦ୍ରକ ଜିଲ୍ଲାପାଳ । ସିପାକଟାକ୍ରୋ ଖେଳରେ କୃତିତ୍ୱ ଅର୍ଜନ କରିଥିବା ରୂପାଲି ଏବଂ ଗାୟତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସଫଳ ଖେଳାଳି ରୂପାଲି ଏବଂ ଗାୟତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ସମ୍ବର୍ଦ୍ଧିତ କରିଛନ୍ତି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସଭାରେ ଏହି ଜାତୀୟ କ୍ରୀଡାରେ ପଦକ ବିଜେତାଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଖେଳ ପ୍ରତି ଖେଳାଳିମାନଙ୍କୁ ଆକର୍ଷିତ କରିବା ଲାଗି ଆଗାମୀ ଦିନରେ ଚାନ୍ଦବାଲି ଷ୍ଟାଡିୟମଠାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବା ସହିତ ସେମାନଙ୍କ ପ୍ରଶିକ୍ଷଣ ପାଇଁ ଜଣେ କୋଚ ନିଯୁକ୍ତି କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ଉକ୍ତ ସମ୍ବର୍ଦ୍ଧନା ସଭାରେ ଓଡ଼ିଶା ସିପକଟାକ୍ରୋ ରାଜ୍ୟ ଉପସଭାପତି ତଥା ସିପକଟାକ୍ରୋ ଜିଲ୍ଲା ସଭାପତି ଚାନ୍ଦବାଲି ଅଞ୍ଚଳର ପ୍ରଭାସ ଶୁଭଦର୍ଶନ ମହାନ୍ତି, ଖେଳାଳିମାନଙ୍କ ପରାମର୍ଶଦାତା ତାରାପଦ ମହାନ୍ତି, ଆନ୍ତର୍ଜାତୀୟ ଖେଳାଳି ଲକ୍ଷ୍ମୀ ପ୍ରିୟା ନାୟକଙ୍କ ସମେତ ଜିଲ୍ଲାର ବିଭିନ୍ନ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ଗୋଆରେ ଚାଲିଥିବା 37 ଜାତୀୟ କ୍ରୀଡାରେ ସିନିୟର ମହିଳା ସିପକଟାକ୍ରୋ ଖେଳରେ ଓଡ଼ିଶା ଦଳ ବ୍ରୋଞ୍ଜ ପଦକ ଜିତିଥିଲା । ଏଥିରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ରୂପାଲି ସାହୁ ଓ ଗାୟତ୍ରୀ ସାହୁ ସାମିଲ ଥିଲେ । ଓଡ଼ିଶାରୁ ମୋଟ 6 ଜଣ ଖେଳାଳି ଏହି କ୍ରୀଡ଼ାରେ ଅଂଶ ଗ୍ରହଣ ଜାତୀୟ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତି ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଥିଲେ ରୂପାଲି ଓ ଗାୟତ୍ରୀ । ଓଡିଶା ସିନିୟର ମହିଳା ସିପାକଟାକ୍ରୋ ଦଳ ସେମିଫାଇନାଲର "ଡବଲ ଇଭେଣ୍ଟ"ରେ ଆନ୍ଧ୍ରପ୍ରଦେଶ ସିନିୟର ମହିଳା ସିପାକଟାକ୍ରୋ ଦଳକୁ 1-2ରେ ଏବଂ ଅନ୍ୟ ଏକ ସେମିଫାଇନାଲର "ବ୍ଲାକ ଇଭେଣ୍ଟ"ରେ ହରିୟାଣା ସିନିୟର ମହିଳା ସିପାକଟାକ୍ରୋ ଦଳକୁ 0-2ରେ ପରାସ୍ତ କରି ଦଳ କାଂସ୍ୟ ପଦକ ହାସଲ କରିଥିଲେ ।

ଏହା ବି ପଢନ୍ତୁ: National Games 2023: ଚମକିଲେ ଭଦ୍ରକର ରୂପାଲି-ଗାୟତ୍ରୀ, ଜାତୀୟ ସିପକଟାକ୍ରୋ ଦଳରେ ଜିତିଲେ କାଂସ୍ୟ

ପ୍ରକାଶଥାଉ କି, ଗୋଆରେ ଗତ ଅକ୍ଟୋବର 26 ତାରିଖରୁ ନଭେମ୍ବର 9 ତାରିଖ ଯାଏଁ 37ତମ ଜାତୀୟ କ୍ରୀଡ଼ା ଆୟୋଜିତ ହୋଇଥିଲା । ଏଥିରେ ଓଡ଼ିଶାର କ୍ରୀଡ଼ାବିତ୍ ଦମଦାର ପ୍ରଦର୍ଶନ କରି ରେକର୍ଡ ପଦକ ଜିତିଛନ୍ତି । ମୋଟ 58 ପଦକ ଜିତି 16ତମ ସ୍ଥାନରେ ରହିଛି ଓଡ଼ିଶା ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.