ETV Bharat / state

ଆରପାରିରେ ପୂର୍ବତନ ବିଧାୟକ ଗଙ୍ଗାଧର ଦାସ, ସରଳ ଜୀବନଯାପନ ପାଇଁ ଥିଲେ ଚର୍ଚ୍ଚାରେ - ପୂର୍ବତନ ବିଧାୟକ ଗଙ୍ଗାଧର ଦାସଙ୍କ ପରଲୋକ

ଚାନ୍ଦବାଲି ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଗଙ୍ଗାଧର ଦାସଙ୍କ ପରଲୋକ ହୋଇଯାଇଛି । ଅଧିକ ପଢନ୍ତୁ

ex mla gangadhar das passes away
ଆରପାରିରେ ପୂର୍ବତନ ବିଧାୟକ ଗଙ୍ଗାଧର ଦାସ
author img

By

Published : Feb 3, 2023, 7:55 AM IST

Updated : Feb 3, 2023, 8:14 AM IST

ex mla gangadhar das passes away

ଭଦ୍ରକ: ଆଉ ନାହାନ୍ତି ପୂର୍ବତନ ବିଧାୟକ ଗଙ୍ଗାଧର ଦାସ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଗଙ୍ଗାଧର ଦାସଙ୍କ ପରଲୋକ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ 91 ବର୍ଷରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଗଙ୍ଗାଧର ଦାସ । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଦେହାନ୍ତ ହୋଇଛି ।

ସ୍ବର୍ଗତ ଦାସ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀରୁ 1971 ଓ 1979 ମସିହାରେ ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ଘର ତିହିଡି ବ୍ଲକ ଅଧିନସ୍ଥ କାଁପଡା ଗ୍ରାମରେ । ସେ ବିଧାୟକ ଥିବା ସମୟରେ ବହୁ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ । ତେବେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ସେ ହଠାତ୍‌ ଅସୁସ୍ଥ ହୋଇ ପଡିବାରୁ ତୁରନ୍ତ ତାଙ୍କୁ ପରିବାର ଲୋକ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଛି ।

ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ 1971ରୁ 1974 ପର୍ଯ୍ୟନ୍ତ କଂଗ୍ରେସ ବିଧାୟକ ଓ 1977ରୁ 1979 ପର୍ଯ୍ୟନ୍ତ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସରଳ ଜୀବନଚର୍ଯ୍ୟା, ଉତ୍ସର୍ଗୀକୃତ ସେବା ଓ ମିଷ୍ଟଭାଷୀ ବ୍ୟବହାର ପାଇଁ ସେ ସମସ୍ତଙ୍କ ପ୍ରିୟଭାଜନ ଥିଲେ । ଜୀବନର ଶେଷ ପର୍ଯ୍ୟନ୍ତ ସେ ପ୍ରତିଦିନ ନିଜ ଗାଁ କାଁପଡାରୁ ତିହିଡିକୁ ଦୀର୍ଘ 7 କିମି ସାଇକେଲରେ ଯାଆସ କରୁଥିଲେ । ବିଧାୟକ ଥିବା ସମୟରେ ଦଶମୌଜା କେନାଲ କାର୍ଯ୍ୟ ଓ ତିହିଡି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଗଙ୍ଗାଧର ଦାସ ସକ୍ରିୟ ରାଜନୀତିକୁ ଆସିବା ପୂର୍ବରୁ ସେ ଶିକ୍ଷକତା କରୁଥିଲେ । ତାଙ୍କ ବିୟୋଗ ଖବର ଜଣାପଡିବା ପରେ ଅଞ୍ଚଳେ ଶୋକର ଛାୟା ଖେଳିଯାଇଛି ।

ଏହା ବି ପଢନ୍ତୁ...ଅଡୁଆରେ ତିର୍ତ୍ତୋଲ ବିଧାୟକ, ଏତଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ସ୍ବର୍ଗତ ଗଙ୍ଗାଧର ଦାସ ତାଙ୍କର ସରଳ ଜୀବନଯାପନ ପାଇଁ ଜିଲ୍ଲାରେ ବେଶ ଚର୍ଚ୍ଚାରେ ରହୁଥିଲେ । ସାଇକେଲ ଧରି ଯିବା ଆସିବା କରୁଥିଲେ । ତାଙ୍କ ମୃତ୍ୟୁରେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଏବଂ ଚାନ୍ଦବାଲିର ପୂର୍ବତନ ବିଧାୟକ ବିଜୟ ନାୟକଙ୍କ ସମେତ ବହୁ ବିଶିଷ୍ଟ ବକ୍ତି ଶୋକବ୍ୟକ୍ତ କରିବା ସହିତ ଅନ୍ତିମ ଦର୍ଶନ କରିଛନ୍ତି । ମୃତ୍ୟୁ ଵେଳକୁ ତାଙ୍କ ପାଖରେ ତାଙ୍କର ଝିଅ, ପୁଅ, ଵୋହୂ, ନାତି, ନାତୁଣୀ ମାନେ ଉପସ୍ଥିତ ରହିଥିଲେ । ସ୍ବର୍ଗତ ଦାସଙ୍କ ଶେଷକୃତ୍ୟ ତାଙ୍କ ଜନ୍ମମାଟି କାଁପଡା ଠାରେ ହେବ ବୋଲି ଜଣାଯାଇଛି ।

ଇଟିଭି ଭାରତ, ଭଦ୍ରକ

Last Updated : Feb 3, 2023, 8:14 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.