ETV Bharat / state

ଭଦ୍ରକରେ ପବିତ୍ର ଇଦ: ଇଦଘାରେ ଏକାଠି ହେଲେ ଦଶହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ - fervor

ପବିତ୍ର ଇଦୁଲ ଫିତରରେ କମ୍ପୁଛି ସର୍ବଧର୍ମାବଲମ୍ବୀର ସହର ଭଦ୍ରକ । କୁଆଁସସ୍ଥିତ ଇଦଘା ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକେ ଏକତ୍ରିତ ହୋଇ ପରସ୍ପରକୁ ଇଦ ମୁବାରକ ଜଣାଇଛନ୍ତି ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ଭଦ୍ରକ
author img

By

Published : Jun 5, 2019, 2:26 PM IST

ଭଦ୍ରକ: ଆଜି ପବିତ୍ର ଇଦୁଲ ଫିତର । ତ୍ୟାଗ ଓ ସମର୍ପଣର ପର୍ବ । ‘ଆଲ୍ଲା ହୋ ଆକବର’ ଶବ୍ଦରେ କମ୍ପୁଛି ଭଦ୍ରକର କୁଆଁସସ୍ଥିତ ଇଦଘା । ଚଉଦ ମହଲା ମୁସ୍ଲିମ୍ ଜମାତ ପକ୍ଷରୁ ଆୟୋଜିତ ଏହି ଆଡମ୍ବରପୂର୍ଣ୍ଣ ସମାରୋହରେ ଦଶ ହଜାରରୁ ଊର୍ଦ୍ଧ୍ଵ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । କୋରାନ ପାଠ ସାଙ୍ଗକୁ ଜମିଛି ସମୂହ ନମାଜ ପାଠର ମାହୋଲ । ଶେଷରେ ସବୁ କିଛି ଭୁଲିଯାଇ ପରସ୍ପରକୁ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ୍ ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଭଦ୍ରକ

ତେବେ ଇଦ ପାଇଁ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ସ୍ଥାନରେ 2 ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, 5 ଜଣ ଡିଏସପି, 2 ଜଣ ଇନ୍ସପେକ୍ଟର, 35 ଜଣ ଏସଆଇ / ଏଏସଆଇ ସମେତ 15 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଇଦଘା ବ୍ୟତୀତ ଭଦ୍ରକର ଅନ୍ୟ ମସଜିଦରେ ମଧ୍ୟ ଇଦ ଉପଲକ୍ଷେ ଧର୍ମ ସଭା ସହ ସମୂହ ନମାଜ ପାଠର ଆୟୋଜନ କରାଯାଇଛି । ମୋଟା ମୋଟି ଭାବେ ଭଦ୍ରକରେ ଶାନ୍ତି ଶୃଙ୍ଖଳାର ସହିତ ଇଦ ବା ଇଦୁଲ ଫିତର ପାଳନ ହେଉଛି । ତେବେ ଇଦ ପାଳନର ପରମ୍ପରା ଭଦ୍ରକରେ ବେଶ ନିଆରା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

SLUG : EID
FORMAT : DEFORD 
REPORT : DEBASIS MOHAPATRA / BHADRAK
DATE : 05.06.2019

ANCHOR : ପବିତ୍ର ରମଜାନ ମାସରେ ଦୀର୍ଘ ଏକ ମାସ ରୋଜା ରଖିବା ସହ କୋରାନରେ ଥିବା ବାଣୀକୁ ପାଳନ କରିବା ପରେ ଗତ କାଲି ଇଦର ଚାନ୍ଦ ଦେଖିଥିଲେ ଭଦ୍ରକରେ ଇସଲାମ ଭାଇ ଭଉଣୀ ମାନେ ଏହାପରେ ଆଜି ଆନନ୍ଦ ଉଲ୍ଲାସ ମଧ୍ୟରେ ବହୁ ପ୍ରତୀକ୍ଷିତ ଇଦ ପାଳନ କରୁଛନ୍ତି ସେମାନେ। ଏହି ଅବସରରେ ଆଜି ଚଉଦ ମହଲା ମୁସ୍ଲିମ୍ ଜମାତ ପକ୍ଷରୁ ଆୟୋଜିତ କୁଆଁସ ସ୍ଥିତ ଇଦଘା ଠାରେ ସମୂହ ନମାଜ ପାଠରେ ଦଶ ହଜାର ରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ସେଠାରେ ଆୟୋଜିତ ଧର୍ମ ସଭାରେ କୋରାନ ପାଠ ସହ ସମୂହ ନମାଜ ପାଠ ଆୟୋଜିତ ହୋଇଥିଲା ପରେ ମୁସଲମାନ ଭାଇ ମାନେ ପରସ୍ପରକୁ ଇଦ ମୁବାରକ ଜଣାଇଥିଲେଏଥି ସହ ଇଦଘା ଠାରେ ଅନୁଷ୍ଠିତ ଏହି ପବିତ୍ର ଅବସରରେ ଉଭୟ ହିନ୍ଦୁ ମୁସଲମାନ ସମ୍ପ୍ରଦାୟର ଲୋକେ ମଧ୍ୟ ଏକତ୍ରୀତ ହୋଇ ପରସ୍ପରକୁ ଇଦ ମୁବାରକ ଜଣାଇଥିଲେ ଇଦ ପାଇଁ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଭିନ୍ନ ସ୍ଥାନରେ 2 ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, 5 ଜଣ ଡିଏସପି, 2 ଜଣ ଇନ୍ସପେକ୍ଟର, 35 ଜଣ ଏସଆଇ / ଏଏସଆଇ ସମେତ 15 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଇଦଘା ବ୍ୟତୀତ ଭଦ୍ରକର ଅନ୍ୟ ମସଜିଦ ରେ ମଧ୍ୟ ଇଦ ଉପଲକ୍ଷେ ଧର୍ମ ସଭା ସହ ସମୂହ ନମାଜ ପାଠର ଆୟୋଜନ କରାଯାଇଛି। ମୋଟା ମୋଟି ଭାବେ ଭଦ୍ରକରେ ଶାନ୍ତି ଶୃଙ୍ଖଳାର ସହିତ ଇଦ ବା ଇଦୁଲ ଫିତର ପାଳନ ହେଉଛି ତେବେ ଇଦ ପାଳନର ପରମ୍ପରା ଭଦ୍ରକ ରେ ବେଶ ନିଆରା ଏନେଇ ଆମେ ସିଧାସଳଖ ସେଠାରେ ଥିବା କିଛି ଶ୍ରାଦ୍ଧକୁଙ୍କ ସହ ଆଲୋଚନା କରିଥିଲୁ
Mojo ରେ Deford ଏବଂ Visual ଯାଇଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.