ଭଦ୍ରକ: ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରେ ଭଙ୍ଗାରୁଜା ଘଟଣାକୁ ତୀବ୍ର ନିନ୍ଦା କରିଛି ଭଦ୍ରକ ବିଜେଡି । ବିଜେଡି ଜିଲ୍ଲା ସଭାପତି ଜଗନାଥ ସ୍ୱାଇଁ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ପ୍ରମୁଖଙ୍କ ସହିତ ବହୁ ବିଜେଡି ନେତା ବିଜେପି ଗଣତାନ୍ତ୍ରିଜ ଉପାୟରେ ବିକ୍ଷୋଭ ଓ ପ୍ରତିବାଦ ନାମରେ ଯେପରି ଆଜି ହିଂସାକାଣ୍ଡ ଘଟାଇଲେ ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ।
ଏଥି ସହିତ ଘଟଣା ଘଟାଇ ଥିବା ବିଜେପି ନେତା ଓ କର୍ମୀ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ