ETV Bharat / state

ଦୀପକ ସାରଙ୍କ ସ୍ମାର୍ଟ ଚାଟଶାଳୀ: ହସି ଖେଳି ଗୀତ ଗାଇ ପାଠ ପଢୁଛନ୍ତି ପିଲାଏ

author img

By ETV Bharat Odisha Team

Published : Jan 18, 2024, 8:20 PM IST

Innovative teaching methods: ଆଜିର ସ୍ମାର୍ଟ ଯୁଗରେ କିଛି ଭିନ୍ନ ଶୈଳୀ ତଥା ନିଆରା ଢଙ୍ଗରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି ଭଦ୍ରକର ଦୀପକ ସାର । ଏଇଠି ହସି ଖେଳି ଗୀତ ଗାଇ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ପାଠପଢା ଏଠାରେ ପାଲଟିଛି ଅତି ସହଜ । ଦେଖନ୍ତୁ ଏହି ସ୍ବତନ୍ତ୍ର ରିପୋର୍ଟ

Unique Teacher Deepak Kumar Das
Unique Teacher Deepak Kumar Das
ଦୀପକ ସାରଙ୍କ ସ୍ମାର୍ଟ ଚାଟଶାଳୀ; ହସି ଖେଳି ଗୀତ ଗାଇ ପାଠ ପଢୁଛନ୍ତି ପିଲାଏ

ଭଦ୍ରକ: ସ୍ମାର୍ଟ ଯୁଗରେ ସ୍ମାର୍ଟ ପାଠପଢା ଶୈଳୀ । ଚାଟଶାଳୀରେ ଖେଳକୁଦ, ଗୀତ, ମନୋରଞ୍ଜନ ସହିତ ହେଉଛି ପାଠପଢା । ଶିକ୍ଷକ ଜଣକ ନିଜେ ଗୀତ ଗାଉଛନ୍ତି ଆଉ ପିଲାମାନେ ମଧ୍ୟ ତାଙ୍କ ପାଳି ଧରୁଛନ୍ତି । ପାଠପଢା ବେଳେ ପ୍ରାକ୍ଟିକାଲ ମାଧ୍ୟମରେ ବାସ୍ତବ ଜିନିଷକୁ ବୁଝାଉଛନ୍ତି । ଆଉ ସବୁଠୁ ବଡ଼ କଥା ହେଉଛି ମାଗଣାରେ ଏଠାରେ ପିଲା ପାଠ ପଢୁଛନ୍ତି । ଏମିତି ଜଣେ ନିଆରା ଶିକ୍ଷକ ହେଉଛନ୍ତି ଜିଲ୍ଲାର ନାୟକାଣୀଡିହ ଥାନା ଅନ୍ତର୍ଗତ ସନ୍ଥିଆ ଅଞ୍ଚଳର ଶିକ୍ଷକ ଦୀପକ କୁମାର ଦାସ । ସେ ନିଜ ଛାତ୍ର ଜୀବନରେ ଅର୍ଥ ଅଭାବରୁ ପାଠପଢା ପାଇଁ ଯେଉଁ ସଂଘର୍ଷ କରିଛନ୍ତି, କେଉଁ ଛାତ୍ରଛାତ୍ରୀ ତାହା ଯେପରି ସାମ୍ନା କରିବେ ନାହିଁ ସେହି ଲକ୍ଷ୍ୟରେ ଦୀର୍ଘ 10 ବର୍ଷ ଧରି ନିଆରା ଶିକ୍ଷାଦାନ ପ୍ରଦାନ କରିଚାଲିଛନ୍ତି ଦୀପକ ସାର ।

ଦୀପକ ସାରଙ୍କ ଏଭଳି ଶିକ୍ଷାଦାନ ଶୈଳୀ କେବଳ ଛାତ୍ରଛାତ୍ରୀଙ୍କୁ ନୁହେଁ, ବରଂ ଅଭିଭାବକଙ୍କୁ ମଧ୍ୟ ପ୍ରଭାବିତ କରୁଛି । ତାଙ୍କ ଠାରୁ ପାଠ ପଢିଥିବା ଅନେକ ଛାତ୍ରଛାତ୍ରୀ ଏବେ ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ଅର୍ଜନ କରିଥିବା ବେଳେ ଏନେଇ ଦୀପକ ସାର ବେଶ ଖୁସି ବ୍ୟକ୍ତ କରିଛନ୍ତି । ଜଣେ ଗରିବ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିବା ଦୀପକ କୁମାର ଦାସ ତାଙ୍କ ଜୀବନରେ ଅନେକ ସଂଘର୍ଷ ଦେଖିଛନ୍ତି । ହେଲେ ଅନେକ ପରିଶ୍ରମ କରି ଆଜି ସେ ଜଣେ ମେଧାବୀ ଏମବିଏ ଛାତ୍ର ତଥା ଶିକ୍ଷକ ଭାବେ ସୁପରିଚିତ । ବର୍ତ୍ତମାନ ସେ ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ ସନ୍ଥିଆ ଠାରେ ରହି 10 ବର୍ଷ ହେବ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି । ତେବେ ତାଙ୍କର ଶିକ୍ଷାଦାନ ପଦ୍ଧତି ଅନ୍ୟମାନଙ୍କ ଠାରୁ ବେଶ ଭିନ୍ନ ।

ଏହା ମଧ୍ୟ ପଢନ୍ତୁ- ମିଶନ ଏକ-ଦୁଇ-ତିନି: ଶିକ୍ଷକଙ୍କ ଅଭିନବ ପ୍ରୟାସ, ମୋ ଘର କଳାପଟାରେ ପଢୁଛନ୍ତି ପିଲା

ଗୀତ ମାଧ୍ୟମରେ ପାଠ ପଢାଇବା, ବ୍ୟଙ୍ଗ କଥା, ଚିତ୍ର ଆଙ୍କି, କ୍ରୀଡା, ମନୋରଞ୍ଜନ, ଗୋଷ୍ଠୀ ପରୀକ୍ଷା କରିବା ମାଧ୍ୟମରେ ବିଜ୍ଞାନ, ଗଣିତ, ଭୂଗୋଳ, ଇଂରାଜୀ, ସାଧାରଣ ଜ୍ଞାନକୁ ଅତି ଚମତ୍କାର ଭାବେ ଛାତ୍ରଛାତ୍ରୀଙ୍କୁ ବୁଝାଇଥାନ୍ତି । ଏହି ମାଧ୍ୟମରେ ପିଲାମାନେ ମଧ୍ୟ ଅତି ସହଜରେ ବୁଝି ପାରିବା ସହ ମନେ ରଖି ପାରନ୍ତି ବୋଲି କହିଛନ୍ତି । ବିଶେଷ କରି ସପ୍ତମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସେ ଶିକ୍ଷା ପ୍ରଦାନ କରନ୍ତି । ତେବେ ଦୀପକ ସାରଙ୍କ ଜୀବନ ଥିଲା ଅତି ସଂଘର୍ଷମୟ । ସେହିପରି ଆଉ କେହି ଯେମିତି ସଂଘର୍ଷ ନକରନ୍ତି ଏ ନେଇ ସେ ପ୍ରୟାସ ଜାରି ରଖିଛନ୍ତି ।

ଏନେଇ ଶିକ୍ଷକ ଦୀପକ କୁମାର ଦାସ କୁହନ୍ତି, "ପାଠପଢା ଜୀବନରେ ଅନେକ ସଂଘର୍ଷ ଦେଖିଛି । ଓଳିଏ ଖାଇ ପାଠ ପଢିଛି । ଜୀବନରେ ଅନେକ ଦୁଃଖ କଷ୍ଟ ସହିଛି । ମୋ ବାପା ଚାଷୀ ପରିବାରର ଥିବାରୁ ପାଠପଢା ପାଇଁ ଅର୍ଥ ବାଧକ ସାଜିଥିଲା । ହେଲେ ମୋ ବାପା ମୋତେ କହିଥିଲେ ତାଙ୍କ କିଡନୀ ବିକି ମୋତେ ପାଠ ପଢାଇବେ ବୋଲି । ତେବେ ଯେପରି କୌଣସି ପିଲା ଶିକ୍ଷାରୁ ବଞ୍ଚିତ ନ ହେଉ, ସମସ୍ତଙ୍କୁ ନିଜ ଜୀବନ ଗଢି ତୋଳିବାର ସୁଯୋଗ ମିଳୁ, ଏହା ମୋର ସ୍ବପ୍ନ ।"

ତେବେ ପ୍ରତ୍ୟେକ ଦିନ ଛାତ୍ରଛାତ୍ରୀଙ୍କ ସ୍କୁଲ ସମୟ ବ୍ୟତୀତ ସକାଳ ଏବଂ ସନ୍ଧ୍ୟାରେ 5ରୁ 6 ଘଣ୍ଟା ସେ ପିଲାମାନଙ୍କୁ ପଢାଇଥାନ୍ତି । ଶିକ୍ଷାଦାନକୁ ସେ ଏକ ପ୍ରକାର ଜୀବନର ନିଶା ଭାବେ ଗ୍ରହଣ କରି ନେଇଛନ୍ତି । ସ୍ଥାନୀୟ ଦୁର୍ଗାପୁର, ପୁରୁଣା ବଜାର, ମୋଟେଲ ଛକ, ଖାନକା, ଗେଲଟୁଆ, କଚେରୀ ବଜାର, କୁଆଁସ, ନଙ୍ଗା ମହଲା, ବଙ୍କସାହି, ପାଟଣା ସାହି, ଗୁଜିଦରଡା ଆଦି ବିଭିନ୍ନ ସ୍ଥାନର ଛାତ୍ରଛାତ୍ରୀ ସେଠାକୁ ପାଠ ପଢିବା ପାଇଁ ଯାଇଥାନ୍ତି । ବିଭିନ୍ନ ପର୍ଯ୍ୟାୟରେ ପ୍ରତିଦିନ 100ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ସେ ଶିକ୍ଷା ପ୍ରଦାନ କରିଥାନ୍ତି । ତେବେ ସେ ପଢ଼ାଉ ଥିବା ସ୍ଥାନକୁ ଦେଖିଲେ କୌଣସି ଏକ ସ୍କୁଲ ପରିସର ପରି ଲାଗିଥାଏ । ପ୍ରଥମେ ଏକ ପାଲ ଟାଙ୍ଗି ପାଠ ପଢ଼ାଇ ପ୍ରଥମ ଶିକ୍ଷକତା ଜୀବନ ଆରମ୍ଭ କରିଥିବା ଦୀପକ ସାରଙ୍କ ଶିକ୍ଷା ପ୍ରଦାନ ଶୈଳୀରେ ପ୍ରଭାବିତ ହୋଇ ସ୍ଥାନୀୟ ଲୋକଙ୍କ ସହାୟତାରେ ସେ ଏବେ ଏକ ଟିଣ ଛପର ଘରେ ତାଙ୍କ ଶିକ୍ଷା ପ୍ରଦାନ ଜାରି ରଖିଛନ୍ତି ।

ଶିକ୍ଷା ଗ୍ରହଣ କରିବା ପାଇଁ ପିଲାମାନଙ୍କ ମନରେ ଥିବା ଭୟକୁ ଦୂର କରିବା ସହିତ ସ୍ମାର୍ଟ ତଥା କୌତୁହଳ ଶୈଳୀରେ ଏହି ଶିକ୍ଷକ ଜଣଙ୍କର ଶିକ୍ଷାଦାନ ପ୍ରକ୍ରିୟା ବେଶ ନିଆରା । ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.