ETV Bharat / state

ବିବାଦ ଘେରରେ ବାଲେଶ୍ବର ଭଦ୍ରକ ସେବା ସମବାୟ ସମିତି, ସମ୍ପାଦକଙ୍କୁ ଅଗଣତାନ୍ତ୍ରିକ ଭାବେ ନିଲମ୍ବନ ଅଭିଯୋଗ - ନିଲମ୍ବନକୁ ନିନ୍ଦା କଲା ସେବା ସମବାୟ କର୍ମଚାରୀ ସଂଘ

ବିବାଦ ଘେରରେ ଥିବା ବାଲେଶ୍ବର ଭଦ୍ରକ ସେବା ସମବାୟ ସମିତି ସଭାପତିଙ୍କ ବେଆଇନ କାର୍ଯ୍ୟକୁ ନେଇ ଅସନ୍ତୋଷ । ସମ୍ପାଦକଙ୍କୁ ଅଗଣତାନ୍ତ୍ରିକ ଭାବେ ନିଲମ୍ବନକୁ ନିନ୍ଦା କଲା ସେବା ସମବାୟ କର୍ମଚାରୀ ସଂଘ । ଅଧିକ ପଢ଼ନ୍ତୁ

ଦାନା ବାନ୍ଧୁଛି ସେବା ସମବାୟ ସମୀତି କର୍ମଚାରୀ ସଂଘର ଅସନ୍ତୋଷ

author img

By

Published : Apr 9, 2023, 10:53 PM IST

ଦାନା ବାନ୍ଧୁଛି ସେବା ସମବାୟ ସମୀତି କର୍ମଚାରୀ ସଂଘର ଅସନ୍ତୋଷ

ଭଦ୍ରକ: ଦାନା ବାନ୍ଧୁଛି ସେବା ସମବାୟ ସମିତି କର୍ମଚାରୀ ସଂଘର ଅସନ୍ତୋଷ । ବିବାଦ ଘେରରେ ବାଲେଶ୍ବର ଭଦ୍ରକ ସେବା ସମବାୟ ସମିତି । ସଭାପତିଙ୍କ ବେଆଇନ କାର୍ଯ୍ୟ ଏବେ ପଦାରେ ପଡ଼ିଛି । ପ୍ରତିବାଦ କଲେ ଅଗଣତାନ୍ତ୍ରିକ ଭାବେ ନିଳମ୍ବନ କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଏବେ ସେବା ସମବାୟ ସମିତି କର୍ମଚାରୀ ସଂଘ ପକ୍ଷରୁ ଅସନ୍ତୋଷ ଦେଖାଦେଇଛି । ଏଦିଗରେ ସେବା ସମବାୟ ସମିତିର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ଦାବି କରାଯାଇଛି ।

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ସେବା ସମବାୟ ସମିତିର ସମ୍ପାଦକ କାଳିନ୍ଦୀ ଚରଣ ଦାସଙ୍କୁ ସେବା ସମବାୟ ସମିତି ସଭାପତି କିଛି ବେଆଇନ ନିଯୁକ୍ତି ପ୍ରଦାନ କରିବା ପାଇଁ ବାଧ୍ୟ କରିଥିବା ଅଭିଯୋଗ ଆସିଛି । ସେଥିରେ ସମ୍ପାଦକ କାଳିନ୍ଦୀ ଚରଣ ଦାସ ଅରାଜି ହୋଇଥିଲେ ବୋଲି ସୂଚନା ମିଳିଛି । ଏଥିସହ ଧାନ କ୍ରୟ ସମୟରେ ମଧ୍ୟ ଶ୍ୟାମସୁନ୍ଦରପୁର ସେବା ସମବାୟ ସମିତିର ସଭାପତି, ସମ୍ପାଦକଙ୍କୁ କିଛି ଅସାଧୁ ଉପାୟ ଅବଲମ୍ବନ କରିବା ପାଇଁ ବାଧ୍ୟ କରିଥିଲେ ବୋଲି ସୂଚନା ମିଳିଛି । ହେଲେ ସଭାପତିଙ୍କ କୌଣସି ବେଆଇନ କଥାକୁ ସମ୍ପାଦକ କାର୍ଯ୍ୟକାରୀ କରିନଥିଲେ । ଏହିପରି ବିବାଦକୁ କେନ୍ଦ୍ର କରି ସେବା ସମବାୟ ସମିତିର ସଭାପତି, ସମ୍ପାଦକଙ୍କୁ ହଠାତ ନିଳମ୍ବନ କରିବା ପାଇଁ ଆଦେଶ ଦେଇଥିବା ଅଭିଯୋଗ ହୋଇଛି । ।

ସେବା ସମବାୟ ସମିତି ସଂଘ ସଭାପତି କହିଛନ୍ତି, ‘‘ଆଇନ ଅନୁଯାୟୀ ନିବନ୍ଧକ ସମବାୟ ସମିତି ସମୂହଙ୍କ ବିନା ଅନୁମୋଦନରେ ଏହିପରି କୌଣସି ନିଲମ୍ବନ କରାଯାଇ ପାରିବ ନାହିଁ । କାରଣ ଦର୍ଶାଅ ନୋଟିସ ଜାରି କରାଯିବା ବିଧିବଦ୍ଧ ବ୍ୟବସ୍ଥା ରହିଛି । ହେଲେ କୌଣସି କାରଣ ଦର୍ଶାଅ ନୋଟିସ ଦିଆ ଯାଇନାହିଁ ବା କୌଣସି ରିଜୋଲ୍ୟୁସନ ମଧ୍ୟ କରା ଯାଇନାହିଁ । ଅନ୍ୟ ପକ୍ଷରେ ସଭା କାର୍ଯ୍ୟ ପାଇଁ ଆଇନ ଅନୁଯାୟୀ ଉଦ୍ଦିଷ୍ଟ ଥିବା ଖାତାଟି ସମ୍ପାଦକଙ୍କ ନିକଟରେ ଥିବା ବେଳେ ଏହି ପ୍ରକାର ନିଲମ୍ବନ କିପରି କରାଗଲା ତାହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ସଂଘ ସଭାପତି । ଯାହାକି ସମବାୟ ସମିତି ସଭାପତିଙ୍କ ବେଆଇନ କାର୍ଯ୍ୟରେ ବୋଲି ସ୍ପଷ୍ଟ ହୋଇଛି ।’’

ସେ ଆହୁରୀ ମଧ୍ୟ କହିଛନ୍ତି, "ନିଲମ୍ବନ ତୁରନ୍ତ ପ୍ରତ୍ୟାହାର କରା ନଗଲେ ପ୍ରଥମେ ତିହିଡ଼ି ଏବଂ ପରେ ଭଦ୍ରକ ଜିଲ୍ଲା ସହ ବାଲେଶ୍ବର ଜିଲ୍ଲାର ସମସ୍ତ ସମବାୟ ସମିତିକୁ ଅଚଳ କରି ଦିଆଯିବ ବୋଲି ଚେତାବନୀ ଦେଇଛି ବାଲେଶ୍ୱର ଭଦ୍ରକ ସେବା ସମବାୟ କର୍ମଚାରୀ ସଂଘର ।"

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.