ETV Bharat / state

ପେଟ୍ରୋଲ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ, ଜଣେ ଗୁରୁତର

ପେଟ୍ରୋଲ ଦେବାରେ ବିଳମ୍ବ ହେବାରୁ ଅଭାବନୀୟ ପରିସ୍ଥିତି । ପେଟ୍ରୋଲ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ । ସିସିଟିଭିରେ କଏଦ ହେଲା ଆକ୍ରମଣର ଦୃଶ୍ୟ । ଅଧିକ ପଢ଼ନ୍ତୁ

attacked on petrol pump employee
ସଂଘବଦ୍ଧ ଆକ୍ରମଣ
author img

By

Published : Jan 20, 2023, 12:37 PM IST

ପେଟ୍ରୋଲ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ

ଭଦ୍ରକ: ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ । ସିସିଟିଭିରେ କଏଦ ହେଲା ଆକ୍ରମଣ ବେଳର ଦୃଶ୍ୟ । ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଧିନସ୍ଥ ମଙ୍ଗଳପୁର ଛକ ନିକଟରେ ଥିବା ପେଟ୍ରୋଲ ପମ୍ପରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । କର୍ମଚାରୀଙ୍କୁ ଗୁରୁତର ଭାବେ ଉଦ୍ଧାର କରି ପ୍ରଥମେ ଭଦ୍ରକ ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ ମଙ୍ଗଳପୁର ଛକ ନିକଟରେ ଥିବା ପେଟ୍ରୋଲ ପମ୍ପରେ ତେଲ ପକାଇବାକୁ ଆସିଥିବା ଜଣେ ଯୁବକ ପେଟ୍ରୋଲ ପକାଇବାରେ ବିଳମ୍ବ ନେଇ କର୍ମଚାରୀଙ୍କ ସହ ଝଗଡା ହୋଇଥିଲା । ସ୍ଥାନୀୟ ଲୋକମାନେ ବୁଝା ସୁଝା ପରେ ଯୁବକ ସେଠାରୁ ପଳାଇଥିଲେ । ପରେ ହଠାତ କିଛି ଯୁବକମାନେ ଏକତ୍ରିତ ହୋଇ ପେଟ୍ରୋଲ ପମ୍ପ ନିକଟକୁ ଆସି କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ । ଉଭୟଙ୍କ ଭିତରେ ଠେଲା ପେଲା ସହ ଆକ୍ରମଣରେ ପେଟ୍ରୋଲ ପମ୍ପ କର୍ମଚାରୀ ନାରାୟଣ ଦାସ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ପ୍ରଥମେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ଵାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: Plus two Exam Preparation: ୨୦୨ଟି ପରୀକ୍ଷା ପରିଚାଳନା ହବ୍ ପାଇଁ ନିଷ୍ପତ୍ତି

ଏହି ଘଟଣାକୁ ନେଇ ପେଟ୍ରୋଲ ପମ୍ପର ମାଲିକ ଧୂଷୁରୀ ଥାନାରେ ଅଭିଯୋଗ କରିଛନ୍ତି । ଆକ୍ରମଣରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ଦାବି କରିଛନ୍ତି । ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ କରି ଦୁଇ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ । ତେବେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଆକ୍ରମଣ ନେଇ ଜନସାଧାରଣଙ୍କ ମନରେ ଭୟ ସୃଷ୍ଟି କରିଛି । ଦୁର୍ବୃତ୍ତଙ୍କ ଏଭଳି ଆତଙ୍କରାଜ ନେଇ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଲୋକେ ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Congress Politics: ଓଡିଶା କଂଗ୍ରେସ ସ୍ଥିତି କୁଆଡେ ? ନେତା ଛାଡୁଛନ୍ତି ଦଳ, ସଭାପତି କହିଲେ ସବୁ ଠିକ ଠାକ

ନିକଟରେ ଭଦ୍ରକରେ ରାସ୍ତା କାମକୁ ନେଇ ମଧ୍ୟ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ ଘଟିଥିଲା । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଷୋଳମପୁର ପଞ୍ଚାୟତ ଅନ୍ତର୍ଗତ ବାହନୁଆପଡ଼ାରେ ଦୁଇ ଗୋଷ୍ଠୀ ସଂଘର୍ଷ ଫଳରେ 4 ଜଣ ଗୁରୁତର ହୋଇଥିଲା । ରାସ୍ତା କାମକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଟେକା ପଥର ମାଡ଼ ହୋଇଥିଲା । ଫଳରେ ଗାଁର ଅନେକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏକ ମୋଟର ସାଇକେଲ ଜଳି ପୋଡ଼ି ପାଉଁଶ ହୋଇଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.