ETV Bharat / state

ସ୍ବାମୀକୁ ମରଣାନ୍ତକ ଆକ୍ରମଣ ପରେ ଫେରାର ଉଦ୍ୟମ, ପ୍ରେମିକ ସହ ବିମାନ ବନ୍ଦରରୁ ବାନ୍ଧିଲା ପୋଲିସ

ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା ଉଦ୍ୟମ । ଛୁଆଙ୍କୁ ଛାଡ଼ି ଫେରାର ହେଉଥିଲା ସ୍ତ୍ରୀ । ଏୟାରପୋର୍ଟରୁ ଗିରଫ କଲା ପୋଲିସ । ଅଧିକ ପଢ଼ନ୍ତୁ

author img

By

Published : Jan 23, 2023, 9:37 AM IST

Wife and boy friend arrested
ସ୍ତ୍ରୀ ଓ ପ୍ରେମିକ ଗିରଫ
ସ୍ତ୍ରୀ ଓ ପ୍ରେମିକ ଗିରଫ

ଭଦ୍ରକ: ପରକ୍ରିୟା ପ୍ରୀତି ଯୋଗୁଁ ସ୍ୱାମୀକୁ ହତ୍ୟା କରିବା ଉଦ୍ୟମ ମହଙ୍ଗା ପଡିଲା । ସ୍ୱାମୀକୁ ରାସ୍ତାରୁ ହଟାଇ ସ୍ତ୍ରୀ ପ୍ରେମିକ ସହ ମିଶି ନିଜ ଘର ବସାଇବ ବୋଲି ଭାବିଥିଲା । ଏଥିପାଇଁ ରାଜ୍ୟ ବାହାରକୁ ପଳାଉଥିଲେ ସ୍ତ୍ରୀ ଓ ତାଙ୍କ ପ୍ରେମିକ । ଏନେଇ ସାବରଙ୍ଗ ଥାନାରେ ଅଭିଯୋଗ ହେବାପରେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା । ପରେ ଏୟାରପୋର୍ଟରୁ ଉଭୟଙ୍କୁ ବାନ୍ଧିଲା ପୋଲିସ । ଉଭୟ ରାଜ୍ୟ ବାହାରକୁ ଖସି ପଳାଇ ଯାଉଥିବା ନେଇ ଏକ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଭୁବେନେଶ୍ୱର ବିମାନ ବନ୍ଦରରୁ ସ୍ତ୍ରୀ ଏବଂ ପ୍ରେମିକ ଉଭୟଙ୍କୁ ଗିରଫ କରିଛି ପୋଲିସ ।

ସୂଚନାନୁସାରେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧୀନ କମାରଗାଁର ଶମ୍ଭୁନାଥ ଦଳେଇ ସାବରଙ୍ଗ ଥାନା ଏରଡାର ଲିଜାଙ୍କୁ ବିବାହ କରିଥିଲେ । କିନ୍ତୁ ଲିଜାଙ୍କର ବିବାହ ପୂର୍ବରୁ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଭଦ୍ରକ ଗ୍ରାମାଞ୍ଚଳ ଥାନା ବଣିଆ ଅଞ୍ଚଳର ରବିଙ୍କୁ ଭଲ ପାଉଥିଲେ ଲିଜା । ତେବେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସତ୍ତ୍ବେ ଲିଜା ଶମ୍ଭୁନାଥଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ସନ୍ତାନ ମଧ୍ୟ ରହିଛନ୍ତି । କିନ୍ତୁ ବିବାହ ପରେବି ପ୍ରେମିକକୁ ଭୁଲି ପାରିନଥିଲେ ଲିଜା । ଗତ ବୁଧବାର ଦିନ ଶମ୍ଭୁନାଥ ତାଙ୍କ ପତ୍ନୀ ଓ ପୁଅ ସହ ଶ୍ୱଶୁର ଘର ଏରଡ଼ାକୁ ଯାଇଥିଲେ ।

ସେଠାରେ ଲିଜା ତାଙ୍କ ପ୍ରେମିକ ରବି ସହ ମିଶି ସ୍ୱାମୀଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ। ରାତିରେ ଶମ୍ଭୁନାଥ ଶୋଇଥିବା ବେଳେ ଲିଜା ହଠାତ ତାଙ୍କୁ ଏକ ଭୁଜାଲିରେ ଆକ୍ରମଣ କରିଥିଲେ । ପରେ ଶମ୍ଭୁନାଥ ନିଦରୁ ଉଠିଯିବାରୁ ପ୍ରେମିକ ରବି ଆକ୍ରମଣ କରିଥିଲା । ପାଖାପାଖି ୫୦ଥର ଶମ୍ଭୁନାଥଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ ଉଭୟ । ଶମ୍ଭୁଙ୍କୁ ଗୁରୁତର ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ ।

ଏପରି ଘଟଣା ଘଟାଇବା ପରେ ଉଭୟ ଲିଜା ଓ ତାର ପ୍ରେମିକ ରବି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏନେଇ ସାବରଙ୍ଗ ଥାନାରେ ଅଭିଯୋଗ ପରେ ଉଭୟଙ୍କୁ ପୋଲିସ ଗତକାଲି ଭୁବନେଶ୍ବର ବିମାନ ବନ୍ଦରରୁ ଗିରଫ କରିଛି । ପରେ ପୋଲିସ ପ୍ରେମିକ ରବୀନ୍ଦ୍ର ଓ ପ୍ରେମିକା ଲିଜାକୁ ସାବରଙ୍ଗ ଡାକ୍ତରୀମାଇନା କରିବା ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲା । ଏହାପରେ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି । ଯେଉଁ ହାତ ଧରି ସାତ ଜନ୍ମର ସାଥୀ ହେବ ବୋଲି କଥା ଦେଇଥିଲା ସେଇ ହାତରେ ଭୁଜାଲି ଧରି ସ୍ବାମୀକୁ ହତ୍ୟା ଉଦ୍ୟମ କରିବାକୁ ପଛାଇଲା ନାହିଁ ସ୍ତ୍ରୀ । ପ୍ରାୟ ୫୦ଥର ଭୁଜାଲିରେ ଆକ୍ରମଣ ପରେବି ଅଳ୍ପକେ ବର୍ତ୍ତି ଯାଇଛନ୍ତି ମହିଳାଙ୍କ ସ୍ବାମୀ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.