ଭଦ୍ରକ: ଲାଞ୍ଚ ନେଇ ବନ୍ଧା ହେଲେ ଏଏସଆଇ । ଭଦ୍ରକ ଜିଲ୍ଲା ନାୟକାଣିଡିହ ଥାନା ଏଏସଆଇ କୈଳାଶ ଚନ୍ଦ୍ର ଖୁଣ୍ଟିଆଙ୍କୁ ଗିରଫ କରିଛି ଭିଜିଲାନ୍ସ । କୌଣସି କେସକୁ ରଫାଦଫା କରିବା ପାଇଁ ସେ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ପୂର୍ବପ୍ରସ୍ତୁତି ଅନୁଯାୟୀ ଘଟଣାସ୍ଥଳରେ ଚଢାଉ କରିଥିଲା ଭଦ୍ରକ ଭିଜିଲାନ୍ସ ବିଭାଗ । ଏହାପରେ ଲାଞ୍ଚ ନେବା ମାମଲାରେ ତାଙ୍କୁ ଗିରଫ କରାଯାଇଛି ।
ସୂଚନାଯୋଗ୍ୟ, ଏଏସଆଇ ଏକ ଯୁବତୀ ଅପହରଣ ମାମଲାରେ ବାକିଥିବା 2 ହଜାର ଟଙ୍କା ନେଉଥିଲେ । ଲାଞ୍ଚୁଆ ଥାନା ବାବୁଙ୍କୁ ଧରିବା ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲା ଭିଜିଲାନ୍ସ । କୌଳାଶ ଲାଞ୍ଚ ନେବା ମାତ୍ରେ ଟିମ୍ ସେଠାରେ ଚଢାଉ କରି ତାଙ୍କୁ ଗିରଫ କରିଛି । ବିଦ୍ୟାଧର ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଏଏସଆଇ ଲାଞ୍ଚ ନେଉଥିବା ଜଣାପଡିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ