ETV Bharat / state

କୋରୋନା ଛଡେଇ ନେଇଛି ମେଲୋଡି କଳାକାରଙ୍କ ରୋଜଗାର, ଦୁଃଖ ନଶୁଣିଲେ ସମୂହ ଆତ୍ମାହୁତି ଚେତାବନୀ - ଆତ୍ମାହୁତି ଚେତାବନୀ

କୋରୋନା ମହାମାରୀ ପାଇଁ ସମସ୍ତ ସାଂସ୍କୃତିକ କାର୍ଯ୍ୟ ବନ୍ଦ ହୋଇ ଯାଇଥିବାରୁ ଏବେ ଦୁର୍ବିସହ ଜୀବନଯାପନ କରୁଛନ୍ତି ମେଲୋଡି ପାର୍ଟିର ମାଲିକ ଓ କଳାକାରମାନେ । ଯଦି ସରକାର 7 ଦିନ ଭିତରେ ଏଥିପ୍ରତି ଧ୍ୟାନ ନଦିଅନ୍ତି ତାହାଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବା ସହ ପରିବାର ସମୂହ ଆତ୍ମାହୁତି କରିବେ ବୋଲି ଚେତାବନୀ ଦେଇଛନ୍ତି ।

କୋରୋନା ଛଡେଇ ନେଇଛି ମେଲୋଡି କଳାକାରଙ୍କ ରୋଜଗାର, ଦୁଃଖ ନଶୁଣିଲେ ସମୂହ ଆତ୍ମାହୁତି ଚେତାବନୀ

author img

By

Published : Nov 10, 2020, 6:45 PM IST

ଭଦ୍ରକ: ଜିଲ୍ଲା କଳାକାର ସଂଘ ପକ୍ଷରୁ 6 ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ଓ ଧାରଣା । କୋରୋନା ମହାମାରୀ ପାଇଁ ସମସ୍ତ ସାଂସ୍କୃତିକ କାର୍ଯ୍ୟ ବନ୍ଦ ହୋଇ ଯାଇଥିବାରୁ ଏବେ ଦୁର୍ବିସହ ଜୀବନଯାପନ କରୁଛନ୍ତି ମେଲୋଡି ପାର୍ଟିର ମାଲିକ ଓ କଳାକାରମାନେ। ମେଲୋଡିକୁ ରୋଜଗାରର ମାଧ୍ୟମ କରି ଯେଉଁମାନେ ନିଜର ସମସ୍ତ ଅର୍ଥବଳ ଖଟାଇ ସାଂସ୍କୃତିକ ବାଦ୍ୟଯନ୍ତ୍ର କିଣି ଦୁଇପଇସା ରୋଜଗାର କରି ପେଟ ପୋଷୁଥିଲେ ତାହା ଏବେ ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଛି।

କୋରୋନା ଛଡେଇ ନେଇଛି ମେଲୋଡି କଳାକାରଙ୍କ ରୋଜଗାର, ଦୁଃଖ ନଶୁଣିଲେ ସମୂହ ଆତ୍ମାହୁତି ଚେତାବନୀ

ଅନ୍ୟ ପଟେ ଘରେ ପଡି ପଡି ବାଦ୍ୟଯନ୍ତ୍ର ସବୁ ନଷ୍ଟ ହେବାକୁ ବସିଲାଣି। ବିଦ୍ୟୁତ୍ ସରଞ୍ଜାମ, ମାଇକ୍ ସବୁ ଖତ ଖାଇବାକୁ ଲାଗିଲାଣି। ଏବେ କେମିତି ଚଳିବେ ମେଲୋଡି ମାଲିକମାନେ ବୋଲି ସରକାରଙ୍କ ପାଖରେ ଦାବି କରିଛନ୍ତି ଭଦ୍ରକ ମେଲୋଡି ମାଲିକ ସଂଘର କର୍ମକର୍ତ୍ତାମାନେ। ତେବେ ଏ ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିବା ବେଳେ ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ।

ତେଣୁ ଭଦ୍ରକ କଳାକାର ସଂଘ ଓ ମେଲୋଡି ମାଲିକମାନେ ବହୁ ସଂଖ୍ୟାରେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କରିଥିଲେ। ଯଦି ସରକାର 7 ଦିନ ଭିତରେ ଏଥିପ୍ରତି ଧ୍ୟାନ ନଦିଅନ୍ତି ତାହାଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବା ସହ ପରିବାର ସମୂହ ଆତ୍ମାହୁତି କରିବେ ବୋଲି ଚେତାବନୀ ଦେଇଛନ୍ତି ମେଲୋଡି କଳାକାର ସଂଘ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.