ETV Bharat / state

ଲଘୁଚାପ ଜନିତ ବର୍ଷାରେ ଭାଙ୍ଗିଲା ନଦୀବନ୍ଧ, ଜଳବନ୍ଦୀରେ ଆରଡି ପଞ୍ଚାୟତ - ଭଦ୍ରକ ଖବର

ଭଦ୍ରକ ଜିଲ୍ଲା ଆରଡି ପଞ୍ଚାୟତ ଅନ୍ତର୍ଗତ ଅଞ୍ଚଳରେ ବୈତରଣୀ ଓ ସାଳନ୍ଦୀ ନଦୀ ପାଣି ଶୀତଳପୁର ଠାରେ କୂଳଲଙ୍ଘି ଗାଁ ଦାଣ୍ଡ ଓ ବିଦ୍ୟାଳୟ ପରିସରରେ ଲହଡି ଭାଙ୍ଗୁଛି । ନଦୀ ଜଳ ଗାଁ ମଧ୍ୟରେ ପ୍ରବେଶ କରିଥିବାରୁ କୁମ୍ଭୀର ଭୟ ସହ ଚାଷବାସ ନଷ୍ଟ ହେବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ଲଘୁଚାପ ଜନିତ ବର୍ଷାରେ ଭାଙ୍ଗିଲା ନଦୀବନ୍ଧ, ଜଳବନ୍ଧୀରେ ଆରଡି ପଞ୍ଚାୟତ
ଲଘୁଚାପ ଜନିତ ବର୍ଷାରେ ଭାଙ୍ଗିଲା ନଦୀବନ୍ଧ, ଜଳବନ୍ଦୀରେ ଆରଡି ପଞ୍ଚାୟତ
author img

By

Published : Aug 11, 2020, 10:57 PM IST

ଭଦ୍ରକ: ଜିଲ୍ଲାରେ ଲଘୁଚାପ ଜନିତ ବର୍ଷାରେ ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଯଦ୍ବାରା ଜିଲ୍ଲାରେ ଥିବା ଅସ୍ଥାୟୀ ନଦୀବନ୍ଧ ଭାଙ୍ଗିଯାଇଛି । ଭଦ୍ରକ ଜିଲ୍ଲା ଆରଡି ପଞ୍ଚାୟତ ଅନ୍ତର୍ଗତ ଅଞ୍ଚଳରେ ବୈତରଣୀ ଓ ସାଳନ୍ଦୀ ନଦୀ ପାଣି ଶୀତଳପୁର ଠାରେ କୂଳଲଙ୍ଘି ଗାଁ ଦାଣ୍ଡ ଓ ବିଦ୍ୟାଳୟ ପରିସରରେ ଲହଡି ଭାଙ୍ଗୁଛି । ତେବେ ଜୁଆର ସମୟରେ ନଦୀର ଜଳସ୍ତର ବୃଦ୍ଧି ପାଇଥିବା ଜଣାପଡିଛି।

ଲଘୁଚାପ ଜନିତ ବର୍ଷାରେ ଭାଙ୍ଗିଲା ନଦୀବନ୍ଧ, ଜଳବନ୍ଦୀରେ ଆରଡି ପଞ୍ଚାୟତ

ସେପଟେ ନଦୀ ଜଳ ଗାଁ ମଧ୍ୟରେ ପ୍ରବେଶ କରିଥିବାରୁ କୁମ୍ଭୀର ଭୟ ସହ ଚାଷବାସ ନଷ୍ଟ ହେବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି । ତେବେ ଏନେଇ ବାରମ୍ଵାର ଅଭିଯୋଗ ହେଲେ ମଧ୍ୟ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି କହିଛନ୍ତି ନଈକୂଳିଆବାସୀ । ଅନ୍ୟପଟେ ଏନେଇ ବିଭାଗୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.