ETV Bharat / state

ରାଜ୍ୟରେ ଅସୁରକ୍ଷିତ ପଶୁ ସମ୍ପଦ, ସର୍ପାଘାତ ପାଇଁ ନାହିଁ ପ୍ରତିଷେଧକ

author img

By

Published : Oct 5, 2019, 3:48 PM IST

Updated : Oct 5, 2019, 4:41 PM IST

ପଦାରେ ପଡ଼ିଛି ସରକାରଙ୍କ ସାଙ୍ଘାତିକ ତଥ୍ୟ । ବିଶ୍ଵ ପଶୁ ସମ୍ପଦ ଦିବସରେ ପଶୁଙ୍କ ସୁରକ୍ଷା ନେଇ ଉଠିଛି ପ୍ରଶ୍ନବାଚୀ । ରାଜ୍ୟରେ ରହୁଥିବା 4,06,23,036 ଗୃହପାଳିତ ପଶୁଙ୍କ ପାଇଁ ସରକାରଙ୍କ ନିଘା ନାହିଁ । କୌଣସି ପଶୁକୁ ସର୍ପାଘାତ ହେଲେ ସେମାନଙ୍କର ସୁରକ୍ଷା ପାଇଁ ନାହିଁ କୌଣସି ପ୍ରତିଷେଧକ । ଏପରି ତଥ୍ୟ ଭିତ୍ତିକ ରିପୋର୍ଟକୁ ସାମ୍ନାକୁ ଆଣିଛି ‘ଇଟିଭି ଭାରତ’ । ଅଧିକ ପଢନ୍ତୁ...

ରାଜ୍ୟରେ ଅସୁରକ୍ଷିତ ପଶୁସମ୍ପଦ, ସର୍ପାଘାତ ପାଇଁ ନାହିଁ ପ୍ରତିକାର

ଭଦ୍ରକ: ଓଡିଶାରେ ପଶୁ ସମ୍ପଦ ଅସୁରକ୍ଷିତ । ସରକାର କାଗଜ କଲମରେ ପଶୁ ସମ୍ପଦର ସୁରକ୍ଷା ପାଇଁ ବିହିତ ପଦକ୍ଷେପ ଗ୍ରହଣ ହୋଇଥିବା ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ବାସ୍ତବ ଚିତ୍ର ପୂରା ଓଲଟା । ଏପରିକି ସର୍ପାଘାତର ଶିକାର ହେଉଥିବା ପଶୁଙ୍କ ପାଇଁ ନାହିଁ ଭ୍ୟାକ୍ସିନ । ଜିଲ୍ଲାରେ ବିଶ୍ଵ ପଶୁସମ୍ପଦ ଦିବସ ପାଳନ ଅବସରରେ ଏହି ସୂଚନା ଦେବା ସହ ସରାକରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ।

ଅସୁରକ୍ଷିତ ପଶୁସମ୍ପଦ

ଓଡିଶାରେ ଅସୁରକ୍ଷିତ ରହିଛନ୍ତି ପଶୁ । ଯଦି କୌଣସି ପଶୁକୁ ସର୍ପାଘାତ ହେଉଛି ତେବେ ମୃତ୍ୟୁ ହେବା ସୁନିଶ୍ଟିତ । କାରଣ ରାଜ୍ୟରେ ଉପଲବ୍ଧ ନାହିଁ ସର୍ପାଘାତରେ ପୀଡ଼ିତ ପଶୁଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଇଞ୍ଜେକ୍ସନ । ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରକାଶ ପାଇଛି ତୀବ୍ର ଅସନ୍ତୋଷ ।

ସାଧାରଣତଃ ରାଜ୍ୟରେ ପଶୁସମ୍ପଦକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଗୃହପାଳିତ ପଶୁ ଏବଂ କୁକୁଡା ବତକ ଆଦି ପକ୍ଷୀ । ଏହି ଆଧାରରେ 19ତମ ଗଣନା ଅନୁଯାୟୀ ରାଜ୍ୟରେ ମୋଟ 4,06,23,036 ଗୃହପାଳିତ ପଶୁ ଏବଂ କୁକୁଡା ବତକ ଆଦି ପକ୍ଷୀ ଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ 2,07,32,498 ଗୃହପାଳିତ ପଶୁ ଏବଂ 1,98,90,538 କୁକୁଡା ବତକ ଆଦି ପକ୍ଷୀ ଥିବା ଜଣାପଡ଼ିଛି । କିନ୍ତୁ ଏହି ପଶୁ ମାନଙ୍କୁ ଯଦି ସର୍ପାଘାତ ହୁଏ ତେବେ ପ୍ରତିହତ କରିବା ପାଇଁ କୌଣସି ଇଞ୍ଜେକ୍ସନ ନାହିଁ ।

ଏପରି ଦୁର୍ଭାଗ୍ୟ ଜନକ ପରିସ୍ଥିତିକୁ ସୁଧାରିବା ପାଇଁ ବିଭାଗୀୟ ଅଧିକାରୀ ତଥା ସରକାର ଯତ୍ନବାନ ହେବା ଆବଶ୍ୟକ ବୋଲି ଦାବି ହୋଇଛି । ନହେଲେ ଆଗାମୀ ଦିନରେ ଏହାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ।

ଏପଟେ ଏନେଇ ଧାମନଗର ବିଧାୟକ ତଥା ବିରୋଧି ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଗାମୀ ବିଧାନସଭା ଶୀତ ଅଧିବେଶନରେ ଏହି ଘଟଣାକୁ ଉପସ୍ଥାପନା କରିବେ ବୋଲି ସେ କହିଛନ୍ତି । ମୁଲତବୀ ପ୍ରସ୍ତାବ ଆଣିବା ସହିତ ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ସର୍ପାଘାତରେ ପୀଡିତ ପଶୁ ସମ୍ପଦ କିପରି ସୁରକ୍ଷିତ ରହିବେ, ସେନେଇ ବିଧାନସଭା ରେ ଉତ୍ତର ଆଦାୟ କରିବେ ବୋଲି ଚେତାବନୀ ଦେଇଛନ୍ତି ବିଷ୍ଣୁ ସେଠୀ । ଏପରି ଏକ ଘଟଣାକୁ ପ୍ରଥମ କରି ଏକ ଦାୟିତ୍ବବାନ ଗଣମାଧ୍ୟମ ଭାବେ ‘ଇଟିଭି ଭାରତ’ ପଦାକୁ ଆଣିଥିବାରୁ ଧନ୍ୟବାଦ ଜଣାଇଛନ୍ତି ବିଷ୍ଣୁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : WORLD ANIMAL DAY 
FORMAT : EXCLUSIVE 
REPORT : DEBASIS MOHAPATRA / BHADRAK
DATE : 04.10.2019

ANCHOR : ଆଜି ବିଶ୍ଵ ପଶୁସମ୍ପଦ ଦିବସ। ହେଲେ ଓଡିଶା ରେ ଅସୁରକ୍ଷିତ ପଶୁ ସମ୍ପଦ। କୌଣସି ପଶୁକୁ ସର୍ପାଘାତ ହେଲେ ମୃତ୍ୟୁ ଥୟ। କାରଣ ରାଜ୍ୟରେ ଉପଲବ୍ଧ ନାହିଁ ସର୍ପାଘାତ ରେ ପୀଡିତ ପଶୁ ମାନଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଇଞ୍ଜେକ୍ସନ। ଏକଥା ଆମେ କହୁ ନାହୁଁ। ବିଭାଗୀୟ ଅଧିକାରୀ ଙ୍କ ବୟନ ରୁ ଏହିପରି ଏକ ସାଙ୍ଘାତିକ ତଥ୍ଯ ସାମ୍ନାକୁ ଆସିଛି। ଏନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଇଟିଭି ଭାରତ ଇନଭେଷ୍ଟୀକେଟିଭ। Body:Vo_1 : ସାଧାରଣତଃ ରାଜ୍ଯ ରେ ପଶୁସମ୍ପଦ କୁ ଦୁଇ ଭାଗ ରେ ବିଭକ୍ତ କରାଯାଇଛି। ଯାହା ହେଉଛି ଗୃହପାଳିତ ପଶୁ ଏବଂ କୁକୁଡା ବତକ ଆଦି ପକ୍ଷୀ। ଏହି ଆଧାରରେ 19 ତମ ଗଣନା ଅନୁଯାୟୀ ରାଜ୍ୟରେ ମୋଟ 40623036 ଗୃହପାଳିତ ପଶୁ ଏବଂ କୁକୁଡା ବତକ ଆଦି ପକ୍ଷୀ ଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରୁ 20732498 ଗୃହପାଳିତ ପଶୁ ଏବଂ 19890538 କୁକୁଡା ବତକ ଆଦି ପକ୍ଷୀ ଥିବା ଜଣାପଡ଼ିଛି। ହେଲେ ଏହି ପଶୁସମ୍ପଦ ମାନଙ୍କ ପାଇଁ ସର୍ପାଘାତ କୁ ପ୍ରତିହତ କରିବା ପାଇଁ ଇଞ୍ଜେକ୍ସନ ରାଜ୍ଯ ରେ ନଥିବା କଥା କହିଛନ୍ତି ବିଭାଗୀୟ ଅଧିକାରୀ। ଆଶ୍ଚର୍ଯ୍ୟର କଥା କେତେ ପଶୁ ସର୍ପାଘାତ ରେ ମୃତ୍ୟୁ ମୁଖରେ ପଡ଼ିଛନ୍ତି, ସେ ନେଇ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ରାଜ୍ୟରେ ଉପଲବ୍ଧ ନାହିଁ ବୋଲି ଅଭିଯୋଗ ହୋଇଛି। ଯଦି କୌଣସି ପଶୁକୁ ସାପ ଦଂଶନ କରୁଛି, ପଶୁ ଚିକିତ୍ସା କେନ୍ଦ୍ର କୁ ନେଲେ ସେମାନେ ହାତ ଟେକି ଦେଉଥିବା କେତେଦୂର ସମୀଚୀନ ସେ ନେଇ ସାଧାରଣ ରେ ପ୍ରଶ୍ନ ଉଠିଛି। ରାଜ୍ୟରେ ସ୍ରୁଷ୍ଟି ହୋଇଥିବା ଏହିପରି ଏକ ଦୁର୍ଭାଗ୍ୟ ଜନକ ପରିସ୍ଥିତି ସୁଧାରିବା ପାଇଁ ବିଭାଗୀୟ ଅଧିକାରୀ ତଥା ସରକାର ଯତ୍ନବାନ ହେବା ଆବଶ୍ୟକ ବୋଲି ଦାବୀ ହୋଇଛି। ନହେଲେ ଆଗାମୀ ଦିନରେ ଏହାର ପ୍ରତିବାଦରେ ରାଜରାସ୍ତା କୁ ଓହ୍ଲାଇବାକୁ ଚେତାବନି ଦେଇଛନ୍ତି ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ। 
Bite_1 : ଡାକ୍ତର ଗଗନ ଚରଣ ପଣ୍ଡା_ବିଭାଗୀୟ ଅଧିକାରୀ 
Bite_2 : ମାନସ ରଞ୍ଜନ ମହାନ୍ତି_ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ 

Vo_2 : ରାଜ୍ୟରେ ସର୍ପାଘାତ ରେ ପୀଡିତ ପଶୁ ମାନଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଇଞ୍ଜେକ୍ସନ ରାଜ୍ୟରେ ଉପଲବ୍ଧ ନଥିବା ନେଇ ଆମେ ବିଧାନସଭା ରେ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। ଏହି ସ୍ଥିତି କୁ ନେଇ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ଆଗାମୀ ଶୀତ ଅଧିବେଶନ ରେ ବିଧାନସଭା ରେ ସେ ଏକ ମୁଲତବୀ ପ୍ରସ୍ତାବ ଆଣିବା ସହିତ ବିଭାଗୀୟ ମନ୍ତ୍ରୀ ଙ୍କ ଠାରୁ ସର୍ପାଘାତ ରେ ପୀଡିତ ପଶୁ ସମ୍ପଦ କିପରି ସୁରକ୍ଷିତ ରହିବେ, ସେନେଇ ବିଧାନସଭା ରେ ଉତ୍ତର ଆଦାୟ କରିବେ ବୋଲି ଚେତାବନୀ ଦେଇଛନ୍ତି ବିଧାନସଭା ରେ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ। ଏନେଇ ଇଟିଭି ଭାରତ ର ପ୍ରୟାସ କୁ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ପ୍ରସଂଶା କରିଥିଲେ।
Bite_3 : ବିଷ୍ଣୁ ଚରଣ ସେଠୀ_ବିରୋଧୀ ଦଳ ଉପନେତାConclusion:FVO : ମାନବ ସଭ୍ୟତା ଏବଂ ପ୍ରାଣୀ ସମ୍ପଦ ମଧ୍ୟରେ ଥିବା ପରିପୂରକ ସେବାର ଯଥୋଚିତ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ ?
Last Updated : Oct 5, 2019, 4:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.