ETV Bharat / state

ଅଙ୍ଗନୱାଡି ପିଲାମାନଙ୍କୁ ପ୍ଲାଷ୍ଟିକ ଅଣ୍ଡା ପ୍ରଦାନ ଅଭିଯୋଗ

author img

By

Published : Nov 12, 2020, 8:50 PM IST

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସାହାପୁର ପଞ୍ଚାୟତ ଅର୍ନ୍ତଗତ ହରିପୁର ଗାଁରେ ଅଙ୍ଗନୱାଡି ପିଲାମାନଙ୍କୁ ପ୍ଲାଷ୍ଟିକ ଅଣ୍ଡା ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଅଙ୍ଗନୱାଡି ପିଲାମାନଙ୍କୁ ପ୍ଲାଷ୍ଟିକ ଅଣ୍ଡା ପ୍ରଦାନ ଅଭିଯୋଗ
ଅଙ୍ଗନୱାଡି ପିଲାମାନଙ୍କୁ ପ୍ଲାଷ୍ଟିକ ଅଣ୍ଡା ପ୍ରଦାନ ଅଭିଯୋଗ

ଭଦ୍ରକ: ଅଙ୍ଗନୱାଡି ପିଲାମାନଙ୍କୁ ପ୍ଲାଷ୍ଟିକ ଅଣ୍ଡା ପ୍ରଦାନ କରାଯାଉଥିବା ଅଭିଯୋଗ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସାହାପୁର ପଞ୍ଚାୟତ ଅର୍ନ୍ତଗତ ହରିପୁର ଗାଁରେ ଅଙ୍ଗନୱାଡି ପିଲାମାନଙ୍କୁ ପ୍ଲାଷ୍ଟିକ ଅଣ୍ଡା ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି । ଏଥିସହ ହିତାଧିକାରୀମାନେ ଭିଡିଓ କରି ପ୍ରକୃତ ଅଣ୍ଡା ଓ ପ୍ଲାଷ୍ଟିକ ଅଣ୍ଡା ମଧ୍ୟରେ ରହିଥିବା ଫରକ ସମ୍ପର୍କରେ ବିଭାଗକୁ ଅବଗତ କରାଇଥିଲେ ବୋଲି ଜଣାପଡିଛି ।

ଅଙ୍ଗନୱାଡି ପିଲାମାନଙ୍କୁ ପ୍ଲାଷ୍ଟିକ ଅଣ୍ଡା ପ୍ରଦାନ ଅଭିଯୋଗ ଅଙ୍ଗନୱାଡି ପିଲାମାନଙ୍କୁ ପ୍ଲାଷ୍ଟିକ ଅଣ୍ଡା ପ୍ରଦାନ ଅଭିଯୋଗ

ଖବର ଅନୁଯାୟୀ, ହରିପୁର ଅଙ୍ଗନୱାଡି କେନ୍ଦ୍ରଟି ୧୩ ଓ ୧୪ ନମ୍ବର ୱାର୍ଡକୁ ନେଇ ଗଠିତ । ସଂପ୍ରତି ୩୫ ଜଣ ପିଲା ଏହି କେନ୍ଦ୍ରରେ ପ୍ରାକ ଶିକ୍ଷାର୍ଜନ କରନ୍ତି । ଏହି ସମସ୍ତ ପିଲା ପିଛା ୨୦ଟି ଅଣ୍ଡା ପ୍ରଦାନ କରାଯାଇଥିଲା । ଯାହା ଏକ ମାସ ପାଇଁ ଉଦ୍ଦିଷ୍ଟ । ତେବେ ଗ୍ରାମର ସୁଭଦ୍ରା ମାଝୀଙ୍କ ସମେତ କେତେକ ହିତାଧିକାରୀ ଏହା ପ୍ଲାଷ୍ଟିକ ଅଣ୍ଡା ବୋଲି ଅଭିଯୋଗ କରିଛନ୍ତି ।

ସାଧାରଣ ଅଣ୍ଡା ଠାରୁ ଉକ୍ତ ଅଣ୍ଡା ଭିନ୍ନ ବୋଲି ହିତାଧିକାରୀ ଦାବି କରିଛନ୍ତି । କଞ୍ଚା ଅଣ୍ଡାକୁ ଭାଙ୍ଗିବା ପରେ ତାର ଖୋଳପା ମଧ୍ୟର ଏକ ପରଦା ବାହାରୁଛି ଯାହା ପ୍ଲାଷ୍କିକ ଅଣ୍ଡା ବୋଲି କୁହାଯାଉଛି । ସେହିପରି ଉକ୍ତ ଅଣ୍ଡାର କେଶର ମଧ୍ୟ ଅଲଗା ବୋଲି ବାରି ହେଉଛି ।

ଅଣ୍ଡା ଭାଙ୍ଗିବା ଠାରୁ ଆରମ୍ଭ କରି କେଶର ଗୋଳାଇବା ଓ ଖୋଳପା ପୋଡିବା ଆଦି ଭିଡିଓ କରି ବିଭାଗୀୟ ପଦାଧିକାରୀଙ୍କୁ ହ୍ବାଟ୍ସଆପରେ ପଠାଇଥିବା ଜଣାପଡ଼ିଛି । ଏନେଇ ଅଭିଯୋଗ ହେବା ପରେ ତିହିଡି ସିଡିପିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ସୁପରଭାଇଜର ତଦନ୍ତ ଆରମ୍ଭ କରିଛନ୍ତି । ହେଲେ ବିଭାଗୀୟ ଅଧିକାରୀ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.