ETV Bharat / state

ଭଦ୍ରକରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବୈତରଣୀ ନଦୀ ପଠାରୁ ମିଳିଛି ଜଣେ ମହିଳାଙ୍କ ମୁହଁ ବନ୍ଧା ମୃତଦେହ । ପରିଚୟ ଅସ୍ପଷ୍ଟ । ଅଧିକ ପଢନ୍ତୁ...

ଭଦ୍ରକରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର
ଭଦ୍ରକରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର
author img

By

Published : Feb 13, 2021, 8:27 PM IST

Updated : Feb 13, 2021, 8:55 PM IST

ଭଦ୍ରକ: ଜିଲ୍ଲାରୁ ମିଳିଛି ଜଣେ ମହିଳାଙ୍କ ମୃତଦେହ । ଚାନ୍ଦବାଲି ବ୍ଲକ ଦେଇ ପ୍ରବାହିତ ବୈତରଣୀ ନଦୀ ପଠାରୁ ମୁହଁ ବନ୍ଧା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳା ଜଣଙ୍କୁ କେହି ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି । ମୃତ ମହିଳାଙ୍କ ପରିଚୟ ଅସ୍ପଷ୍ଟ ।

ଭଦ୍ରକରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର

ଖବର ଅନୁଯାୟୀ ଚାନ୍ଦବାଲି NAC ଅନ୍ତର୍ଗତ ବୈତରଣୀ ନଦୀରେ ଘିକୋଇଲି ୱାର୍ଡ ନିକଟରେ ଜଣେ ଅଜଣା ମହିଳାଙ୍କ ମୁହଁ ବନ୍ଧା ମୃତଦେହ ପଡିଥିବା ନେଇ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ଚାନ୍ଦବାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ମୃତଦେହକୁ ଉଦ୍ଧାର କରିଛି । ତେବେ ଏହା ଏକ ହତ୍ୟାକାଣ୍ଡ ଘଟଣା ବୋଲି ପୋଲିସ ଅନୁମାନ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଏଥିସହ ନଦୀ ମଧ୍ୟରେ ମୃତଦେହ କେଉଁଠୁ ଭାସି ଆସିଛି ତାହା ଉପରେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ଚାନ୍ଦବାଲି SDPO, ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକ ଟିମ ଏହି ତଦନ୍ତ ପ୍ରକ୍ରିୟା ଜାରି ରଖିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Feb 13, 2021, 8:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.