ETV Bharat / state

ଦୁର୍ବଳ ହେଉଛି 'ହାତ', ବିଜେଡିରେ ଯୋଗଦେଲେ କଂଗ୍ରେସର ଶତାଧିକ କର୍ମୀ

ଜିଲ୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ମିଶିଛନ୍ତି । ଦଳୀୟ କାର୍ଯ୍ୟାଳୟରେ ଜିଲ୍ଲା ସଭାପତିଙ୍କ ସଭାପତିତ୍ବରେ ଆୟୋଜିତ ହୋଇଯାଇଛି ଏହି ମିଶ୍ରଣ ପର୍ବ ।

author img

By

Published : Apr 13, 2019, 8:33 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଜିଲ୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ମିଶିଛନ୍ତି । ଦଳୀୟ କାର୍ଯ୍ୟାଳୟରେ ଜିଲ୍ଲା ସଭାପତିଙ୍କ ସଭାପତିତ୍ବରେ ଆୟୋଜିତ ହୋଇଯାଇଛି ଏହି ମିଶ୍ରଣ ପର୍ବ । ଏରେଇଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ରତ୍ନାକର ସାମଲଙ୍କ ସହ ତାଙ୍କର ଶତାଧିକ ସମର୍ଥକ ବିଜେଡିରେ ମିଶିଥିବା ସୂଚନା ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ମିଶିଥିବା କର୍ମୀମାନଙ୍କୁ ଜିଲ୍ଲା ସଭାପତି ଏବଂ ବିଜେଡି ପ୍ରାର୍ଥୀ ସଂଜୀବ ମଲ୍ଲିକ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ଶକ୍ତି ବୃଦ୍ଧି ପାଇଛି ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜିବ ମଲ୍ଲିକ।

ଅନ୍ୟପଟେ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ସାଙ୍ଗକୁ ସଞ୍ଜିବ ମଲିକଙ୍କ ଆଦର୍ଶ ଏବଂ ପରୋପକାରୀ ବ୍ୟକ୍ତିତ୍ୱ ପାଇଁ ଆମେ ବିଜେଡିରେ ମିଶିଲୁ ବୋଲି କହିଛନ୍ତି ପୁର୍ବତନ ସରପଞ୍ଚ ରତ୍ନାକର ସାମଲ । ତେବେ କଥା ଦେଇଛି ଗତ କିଛିଦିନ ହେଲା ଭଦ୍ରକରେ ବିଭିନ୍ନ ଦଳରୁ କର୍ମୀମାନେ ବିଜେଡିରେ ମିଶିବାରେ ଲାଗିଛନ୍ତି ।

ଭଦ୍ରକରୁ ଦେବାଶିଷ ମାହପାତ୍ର, ଇଟିଭି ଭାରତ

Intro:Body:

ZBDFB

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.