ETV Bharat / state

ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ: ବ୍ଲକ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କଲେ BJP କର୍ମୀ - ତିହିଡି ବ୍ଲକ କାର୍ଯ୍ୟାଳୟରେ ଭଙ୍ଗିଲା ବିଜେପି

ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କଲେ ବିଜେପି କର୍ମୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ନେଇ ତିହିଡି ବ୍ଲକ କୁବେରା ପଞ୍ଚାୟତର ବିଜେପି କର୍ମୀ ଅଭିଯୋଗ ଆଣିଥିଲେ। ଅଧିକ ପଢନ୍ତୁ...

ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ: ବ୍ଲକ କାର୍ଯ୍ୟାଳୟରେ ପଶି ଭଙ୍ଗିଲା ବିଜେପି

author img

By

Published : Aug 2, 2021, 8:53 PM IST

ଭଦ୍ରକ: ଜିଲ୍ଲାର ତିହିଡି ବ୍ଲକ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କଲେ ବିଜେପି କର୍ମୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ନେଇ ତିହିଡି ବ୍ଲକ କୁବେରା ପଞ୍ଚାୟତର ବିଜେପି କର୍ମୀ ଅଭିଯୋଗ ଆଣିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ଚି଼ହ୍ନଟ ନକରିବା, ନୂତନ ଲିଷ୍ଟରେ ଗୁରୁତର ତ୍ରୁଟି ଥିବା ନେଇ ଅଭିଯୋଗ ଆଣିଥିଲେ କୁବେରା ପଞ୍ଚାୟତର କିଛି ହିତାଧିକାରୀ।

ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ: ବ୍ଲକ କାର୍ଯ୍ୟାଳୟରେ ପଶି ଭଙ୍ଗିଲା ବିଜେପି

ଏହି ଅଭିଯୋଗ ନେଇ କୁବେରା ପଞ୍ଚାୟତର ବିଜେପି କର୍ମୀମାନେ ବାରମ୍ବାର ଅଭିଯୋଗ କରିଆସୁଥିଲେ। ସେମାନଙ୍କ କଥାକୁ କେହି କର୍ଣ୍ଣପାତ କରୁନଥିବାରୁ, ଏନେଇ ଆଜି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଗଣଧାରଣା ଦିଆଯାଇଥିଲା। ପରେ ବ୍ଲକ କାର୍ଯ୍ୟାଳୟରେ ବିଜେପି କର୍ମୀମାନେ ଧସେଇ ପଶି ଭଙ୍ଗା ରୁଜା କରିଛନ୍ତି। ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ଥିବା ଚେୟାର ଭାଙ୍ଗିବା ସହ ଡୋର ସ୍କ୍ରିନକୁ ଛିଡ଼ାଇଥିବା ଦେଖିବାକୁ ମିଳିଛି। ତେବେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.