ETV Bharat / state

ଭଦ୍ରକରେ ବଧୂହତ୍ୟା ଅଭିଯୋଗ - ବଧୂହତ୍ୟା ମାମଲା

ଭଦ୍ରକ ନଳଗୋହିରା ପଞ୍ଚାୟତ ଅଞ୍ଚଳରେ ବିବାହ ପରେ ମାନସିକ ଯନ୍ତ୍ରଣା ଦେବା ସହ ଜଣେ ବଧୂଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

Allegations of Bride murder in Bhadrak District
ଭଦ୍ରକରେ ବଧୂହତ୍ୟା ଅଭିଯୋଗ
author img

By

Published : Jan 19, 2021, 8:08 PM IST

ଭଦ୍ରକ: ଜିଲ୍ଲା ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଅଧିନ ନଳଗୋହିରା ପଞ୍ଚାୟତ କରଣ ପୋଖରୀ ଗ୍ରାମରେ ବଧୂ ହତ୍ଯା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୋଗ ଆଧାରରେ ଶାଶୁ, ଦିଅର ଓ ଯାଆଙ୍କୁ ଅଟକ ରଖାଯାଇଛି ।

ଭଦ୍ରକରେ ବଧୂହତ୍ୟା ଅଭିଯୋଗ

ମତୋ ପଞ୍ଚାୟତ ବଣିଆ ସାହିର ଲମ୍ବଧର ସାମଲଙ୍କ ଝିଅ ରଞ୍ଜୁଲତା ନାୟକ ୪ ବର୍ଷ ତଳେ ନଳଗୋହିରା ପଞ୍ଚାୟତ କରଣ ପୋଖରୀ ଗ୍ରାମର ବଂଶୀଧର ନାୟକଙ୍କ ପୁଅ ବିଜୟ ନାୟକଙ୍କୁ ବୈଦିକ ରିତୀନିତୀରେ ବିବାହ କରିଥିଲେ । ବିବାହ ପରେ ରଞ୍ଜୁଲତାଙ୍କୁ ତାଙ୍କ ଶାଶୁ, ଯାଆ ଓ ଦିଅର ସବୁ ସମୟରେ ମାନସିକ ନିର୍ଯାତନା ଦେଉଥିଲେ ବୋଲି ଜଣାପଡିଛି ।

କିନ୍ତୁ କିଛି ଦିନ ପୂର୍ବରୁ ଶାଶୁ ଘର ଲୋକେ ରଞ୍ଜୁଲତାଙ୍କୁ ବାହାର କରିଦେଇଥିଲେ । ଭଦ୍ରଲୋକଙ୍କ ଆପୋଷ ସମାଧାନ ପରେ ଘରେ ରହିବାକୁ ତାଙ୍କୁ ଅନୁମତି ମିଳିଥିଲା । ପରେ ଶାଶୁ ଘରର ପରିବାର ଲୋକେ ଏକତ୍ରିତ ହୋଇ ରଞ୍ଜୁଲତାଙ୍କୁ ହତ୍ୟା କରିଛନ୍ତି ବୋଲି ମୃତକର ବାପା ବାଂଶଡା ଥାନାରେ ଅଭିଯୋଗ କରିଥିଲେ । ପରେ ବାଂଶଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିବା ସହ ଅଭିଯୋଗ ଆଧାରରେ ମୃତ ରଞ୍ଜୁଲତାଙ୍କ ଶାଶୁ, ଦିଅର ଓ ଯାଆକୁ ଥାନାରେ ଅଟକ ରଖିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.