ETV Bharat / state

ଶୁଣିଲାନି ପ୍ରଶାସନ, ନିଜ ପ୍ରଚେଷ୍ଟାରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ କଲେ ମହିଳା

ବାରମ୍ବାର ଦାବି ପରେ ମଧ୍ୟ ଶୁଣିଲାନି ପ୍ରଶାସନ । ନିଜ ଶିଶୁଙ୍କ ପାଇଁ ଅଣ୍ଟା ଭିଡିଲେ ମହିଳା । ନିଜସ୍ବ ଉଦ୍ୟମରେ ନିର୍ମାଣ କଲେ ଅଙ୍ଗନଓ୍ବାଡି କେନ୍ଦ୍ର । ଅଧିକ ପଢନ୍ତୁ...

author img

By

Published : Jul 21, 2021, 8:53 AM IST

ଶୁଣିଲାନି ପ୍ରଶାସନ, ନିଜସ୍ବ ପ୍ରଚେଷ୍ଟାରେ ଅଙ୍ଗନାଓ୍ବାଡି କେନ୍ଦ୍ର ନିର୍ମାଣ କଲେ ମହିଳା

ଭଦ୍ରକ : ସରକାରଙ୍କ ମାଳମାଳ ଯୋଜନା ସତେ ଯେପରି ଏଠି ଫିକା ପଡିଛି । ବାରମ୍ବାର ଆପତ୍ତି ଓ ଅଭିଯୋଗ ପରେ ମଧ୍ୟ ଶୁଣିଲା ନାହିଁ ବ୍ଲକ ପ୍ରଶାସନ । ସରକାରୀ ଅର୍ଥରେ ଅଙ୍ଗନଓ୍ବାଡି କେନ୍ଦ୍ରଟିଏ ହୋଇ ପାରିଲାନାହିଁ । ବାଧ୍ୟ ହୋଇ ନିଜ ଶିଶୁଙ୍କ ପାଇଁ ଅଣ୍ଟା ଭିଡିଲେ ମା’ମାନେ । ଗ୍ରାମବାସୀଙ୍କ ଆର୍ଥିକ ସହଯୋଗ ଓ ନିଜର ଶ୍ରମ ଦେଇ ନିର୍ମାଣ କଲେ ଅଙ୍ଗନଓ୍ବାଡି କେନ୍ଦ୍ର ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ସାଜିଛି । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସୟା ପଞ୍ଚାୟତ ବାଲିଚତୁରୀ ଗ୍ରାମରେ ।

ଘଟଣାର ସମ୍ପୂର୍ଣ୍ଣକ୍ରମ ଅନୁସାରେ ଏହି ଗାଁର 23 ନମ୍ବର ୱାର୍ଡରେ ଏକ କ୍ଷୁଦ୍ର ଅଙ୍ଗନୱାଡି ଗୃହ ନିର୍ମାଣ ପାଇଁ 2018 ମସିହାରେ ପ୍ରଶାସନ ପକ୍ଷରୁ ବ୍ୟୟ ବରାଦ ହୋଇଥିଲା । ସେବେଠାରୁ ଏହି ଗ୍ରାମବାସୀ ବିଡିଓଙ୍କ ଠାରୁ ଆରମ୍ଭ କରି ତହସିଲଦାର ପର୍ଯ୍ୟନ୍ତ ସମସ୍ତଙ୍କୁ ଭେଟି ସ୍ଥାନ ଚିହ୍ନଟ କରିବାକୁ ଦାବି କରିଥିଲେ । ପ୍ରଥମେ ଯେଉଁ ସ୍ଥାନ ପ୍ରଦାନ କରାଗଲା ତାହା ଉପଯୋଗୀ ନହେବାରୁ ପୁନର୍ବାର ସ୍ଥାନ ଚିହ୍ନଟ ପାଇଁ ଦାବି କରିଥିଲେ ଗ୍ରାମବାସୀ । ତେବେ ସ୍ଥାନ ଚିହ୍ନଟ ନକରି ସମୟ ଗଡେଇ ଚାଲିଥିଲା ବ୍ଲକ ପ୍ରଶାସନ ।

6 ମାସ ତଳେ ବିଡିଓଙ୍କୁ ଭେଟି ଗୃହ ନିର୍ମାଣ ଲାଗି କାର୍ଯ୍ୟାଦେଶ ଦାବି କରିଥିଲେ ଗ୍ରାମବାସୀ । ବିଡିଓ 15 ଦିନ ମଧ୍ୟରେ କାର୍ଯ୍ୟାଦେଶ ପ୍ରଦାନ କରିବା ଲାଗି ପ୍ରତିଶୃତି ଦେଇଥିଲେ ହେଁ ଏଯାଏଁ କୌଣସି ସୁଫଳ ମିଳି ପାରିଲା ନାହିଁ । ବାଧ୍ୟ ହୋଇ ଗ୍ରାମବାସୀ ନିଜ ନିଜ ମଧ୍ୟରେ ଆର୍ଥିକ ସହାୟତା ଯୋଗାଡ କରି ପ୍ରାୟ 30 ହଜାର ଟଙ୍କା ଖର୍ଚ୍ଚକରି ଏକ ଆଜବେଷ୍ଟସ୍ ଗୃହ ନିର୍ମାଣ କରିଛନ୍ତି । ଏଠାରେ ସବୁଠୁ ବଡ କଥା ହେଉଛି ଏହି ଗୃହ ନିର୍ମାଣ ପାଇଁ କୌଣସି ଶ୍ରମିକ ନିୟୋଜିତ କରିବାକୁ ପଡିନାହିଁ। ଗ୍ରାମର ମହିଳାମାନେ ସ୍ବେଚ୍ଛାକୃତ ଭାବେ ଶ୍ରମଦେଇ ଏପରି ଘର ଛିଡା କରିବା ପ୍ରଶାସନର ପାରିଆ ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଘର ତିଆରି କରିବା ପରେ ସେଠାରେ ସ୍ଥାନୀୟ ଅଙ୍ଗନୱାଡି କର୍ମୀ ପିଲାମାନଙ୍କୁ ଅଣ୍ଡା ପ୍ରଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

ତିହିଡି ବ୍ଲକର 304 ଟି ଅଙ୍ଗନୱାଡି କେନ୍ଦ୍ର ଅଛି । ତନ୍ମଧ୍ୟରୁ 249 ଟି ଅଙ୍ଗନୱାଡି ଓ 55 ଟି ମିନି ଅଙ୍ଗନୱାଡି କେନ୍ଦ୍ର ବୋଲି ଜଣାଯାଇଛି । ଏହି ବ୍ଲକରେ ଏଯାଏଁ 164 ଟି ଗୃହ ସିଡିପିଓଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି । ଅନ୍ୟପଟେ 5ଟି ଗୃହ ନିର୍ମାଣ ସରିଥିଲେ ମଧ୍ୟ ଏଯାଏଁ ହସ୍ତାନ୍ତର ହୋଇନଥିବାବେଳେ ବର୍ତ୍ତମାନ 56 ଟି ଗୃହ ନିର୍ମାଣଧିନ ଥିବା CDPO ମାନସୀ ସାନ୍ୟାଲଙ୍କ ଠାରୁ ସୂଚନା ମିଳିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.