ETV Bharat / state

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଏସିଡ୍‌ ମାଡ଼ - ଭଦ୍ରକରେ ଏସିଡ ମାଡ

ବନ୍ତ ଥାନା ଅନ୍ତର୍ଗତ ଶିଲନ୍ଦି ଗ୍ରାମରେ ଯୁବକଙ୍କୁ ଏସିଡ୍‌ ମାଡ଼ । ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ଭର୍ତ୍ତି । ଅଧିକ ପଢନ୍ତୁ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଏସିଡ ମାଡ଼

author img

By

Published : Apr 9, 2022, 7:38 AM IST

ଭଦ୍ରକ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଏସିଡ୍‌ ମାଡ଼ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ଯୁବକ । ଏଭଳି ଘଟଣା ଘଟିଛି ବନ୍ତ ଥାନା ଅନ୍ତର୍ଗତ ଶିଲନ୍ଦି ଗ୍ରାମରେ । ଗୁରୁତର ଯୁବକ ଜଣଙ୍କ ହେଉଛନ୍ତି ସେହି ଗ୍ରାମର ସାରଥୀ ଜେନା ।

ସୂଚନାଅନୁଯାୟୀ ସାରଥୀ ତାଙ୍କ ବାପାଙ୍କ ଔଷଧ ଆଣିବା ପାଇଁ ଛେନାପଦୀ ମାର୍କେଟକୁ ଯାଉଥିବା ବେଳେ ଅଧାବାଟରେ ତାଙ୍କ ମଝିଆଁ ଭାଇ ଓ ଭାଉଜ ତାଙ୍କୁ ମସାଣିକୁ ଡାକି ନେଇ ତାଙ୍କ ଉପରକୁ ଏସିଡ ମାଡ଼ କରିଥିଲେ । ଯୁବକ ଜଣଙ୍କ ଜୀବନ ବିକଳରେ ଦୌଡ଼ି ଆସି ଏକ ସ୍ଥାନରେ ଲୁଚି ରହିବା ସହ ପରିବାର ଓ ସ୍ଥାନୀୟ ଲୋକଙ୍କୁ ଜଣାଇବା ପରେ ପ୍ରଥମେ ତାଙ୍କୁ ଭଦ୍ରକ ଡାକ୍ତରଖାନା ଓ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଏସିଡ ମାଡ଼

ତାଙ୍କ ଆଖିରେ ଏବଂ ମୁହଁରେ ଏସିଡମାଡ଼ ହୋଇଥିବାରୁ ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ଜମି ବାଡ଼ି ଓ ମଦ ବିକ୍ରିକୁ ବିରୋଧ କରିବାରୁ ପାର୍ଥ ସାରଥୀଙ୍କୁ ତାଙ୍କ ମଝିଆଁ ଭାଇ ଓ ଭାଉଜ ଏସିଡ ମାଡ଼ କରିଥିବା ସେ ଅଭିଯୋଗ କରିଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.