ETV Bharat / state

ହାରିଗଲା ବିଜ୍ଞାନ, ଭାଙ୍ଗିଗଲା ଆଶା: ଶେଷରେ ଆଖି ବୁଜିଲେ ଭଦ୍ରକର ଅଭିଷେକ - ଅଭିଷେକ ମହାପାତ୍ର

ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ସତ୍ତ୍ବେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଭଦ୍ରକର ଅଭିଷେକ ମହାପାତ୍ର । ଅଧିକ ପଢନ୍ତୁ...

ହାରିଗଲା ବିଜ୍ଞାନ, ଭାଙ୍ଗିଗଲା ଆଶା: ଶେଷରେ ଆଖି ବୁଜିଲେ ଭଦ୍ରକର ଅଭିଷେକ

author img

By

Published : Sep 4, 2021, 11:08 AM IST

Updated : Sep 4, 2021, 11:22 AM IST

ଭଦ୍ରକ: ହାରିଗଲା ବିଜ୍ଞାନ, ଭାଙ୍ଗିଗଲା ଆଶା । ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଭଦ୍ରକର ଅଭିଷେକ ମହାପାତ୍ର । ଦୀର୍ଘ ଦିନ ଧରି ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ମଧ୍ୟ ଚାଲିଗଲେ ଅଭିଷେକ । ବିବାହର ମାତ୍ର ୮ ଦିନ ପରେ କୋରୋନାରେ ଆକ୍ରାନ୍ତ ହୋଇ ଇକମୋ ଚିକିତ୍ସା ପାଇଁ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସେ ।

ଅଭିଷେକ ଚଳିତ ବର୍ଷ ମେ' ମାସରେ ଲୋକଙ୍କ ପରିଚୟକୁ ଆସିଥିଲେ । କାରଣ ବିବାହର ମାତ୍ର ୮ ଦିନ ପରେ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ତାଙ୍କ ପତ୍ନୀ ପୁରା ରାଜ୍ୟବାସୀ ଏବଂ ସରକାରଙ୍କ ନିକଟରେ ସିନ୍ଦୂରକୁ ବଞ୍ଚାଇବାର ଭିକ୍ଷା କରିଥିଲେ । ଏହି ସମୟରେ ଗାଁ ଗହଳିଠୁ ସହର ପର୍ଯ୍ୟନ୍ତ ସମସ୍ତେ ଅଭିଷେକଙ୍କ ଆରୋଗ୍ୟ ପାଇଁ ସହାୟତାର ହାତ ବଢାଇଥିଲେ । ଶେଷରେ ବିରଳ ଇକମୋ ଚିକିତ୍ସା ପାଇଁ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଭିଷେକଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଅଭିଷେକ ମହାପାତ୍ର ଓମାନ୍‌ରେ ସିଭିଲ୍‌ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ । ସେ ବାପା-ମାଆଙ୍କର ଏକମାତ୍ର ପୁଅ । ମେ’ ୫ ରେ ତାଙ୍କ ବିବାହ ଥିବାରୁ ମାର୍ଚ୍ଚ ୨୫ ତାରିଖରେ ଘରକୁ ଆସିଥିଲେ । ବିବାହର ୮ ଦିନ ପରେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ । ପରେ ତାଙ୍କର କୋଭିଡ ଟେଷ୍ଟ କରିବାରୁ ରିପୋର୍ଟ ପଜିଟିଭ୍ ଆସିଥିଲା ।

ଧିରେ ଧିରେ ଅଭିଷେକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଦୀର୍ଘ ୨୩ ଦିନର ଆଇସିୟୁରେ ରହିବା ପରେ ଅଭିଷେକଙ୍କୁ ଇକମୋ ଚିକିତ୍ସା ଆବଶ୍ୟକ ବୋଲି ଡାକ୍ତର କହିଥିଲେ । ପରେ ତାଙ୍କ ପତ୍ନୀ ରାଜ୍ୟବାସୀଙ୍କୁ ସମାଜିକ ଗଣମାଧ୍ୟମ ଜରିଆରେ ସାହାୟତାର ଭିକ୍ଷା ମାଗିଥିଲେ । ବିଭିନ୍ନ ଆଡୁ ସାହାଯ୍ୟ ପାଇ, ଶେଷରେ ଏୟାରଲିଫ୍ଟିଂ ଜରିଆରେ ଅଭିଷେକଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ଦୀର୍ଘ ୩ ମାସର ଚିକିତ୍ସା ପରେ ଶେଷରେ ଗତକାଲି(ଶୁକ୍ରବାର) ରାତି ୧୦ ଟା ୪୫ ରେ ଆଖି ବୁଜିଛନ୍ତି ଅଭିଷେକ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Sep 4, 2021, 11:22 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.