ଭଦ୍ରକ: ବିବାହିତା ମହିଳାଙ୍କ ଗଳା କାଟି ବିଭତ୍ସ ହତ୍ୟା । ଏଭଳି ଚାଞ୍ଚଲ୍ୟକର ଘଟଣା ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ରହଣିଆ ପଞ୍ଚାୟତ ନୂଆପୋଖରୀରେ ଘଟିଛି । ମୃତକ ହେଲେ ନାରଣ ମହାନ୍ତିଙ୍କ ସ୍ତ୍ରୀ ରାଧାରାଣୀ ମହାନ୍ତି । ଏହି ଘଟଣା ପରେ ମହିଳାଙ୍କ ସ୍ବାମୀ ଫେରାର ହୋଇଯାଇଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରୁ ରାଧାରାଣୀ ନିଖୋଜ ଥିଲେ । ଆଜି ସକାଳୁ ଗାଁ ପାଖ ଏକ ରାସ୍ତା କଡରେ ତାଙ୍କର ମୃୃତଦେହ ପଡିଥିଲା । ମହିଳା ଜଣଙ୍କ ତଣ୍ଟିକାଟି ହତ୍ୟା କରାଯାଇଛି । ମହିଳାଙ୍କ ମୃତଦେହ ପଡିଥିବା ଦେଖି ଗ୍ରାମବାସୀ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଗତ ତଳେ 6 ବର୍ଷ ମହିଳା ଜଣକ ବିବାହ କରିଥିବାବେଳେ ତାଙ୍କର 5 ବର୍ଷ ଗୋଟିଏ ଝିଅ ରହିଛି । ସେପଟେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ