ETV Bharat / state

କଟକଣାକୁ ଅମାନ୍ୟ କରି ଟ୍ୟୁସନ କରୁଛନ୍ତି ଶିକ୍ଷକ,ପୋଲିସର ଚଢାଉ

author img

By

Published : Sep 5, 2020, 8:08 AM IST

କୋଭିଡ଼ ନିୟମକୁ ଫୁ କରି ଟ୍ୟୁସନ କରୁଛନ୍ତି ଜଣେ ଶିକ୍ଷକ। ଜାଫୁରପୁର ଗ୍ରାମର ସାଗର ଟିଉଟେରିୟାଲରେ ପ୍ରତିଦିନ ୫୦ରୁ ୬୦ ଜଣ ଛାତ୍ରଛାତ୍ରୀ ଟ୍ୟୁସନ ହେବାକୁ ଆସିଥାଆନ୍ତି । ଘଟଣା ବିଷୟରେ ଖବର ପାଇ ପୋଲିସ ପହଁଞ୍ଚି ଉକ୍ତ ସ୍ଥାନରେ ଚଢାଉ କରିଛି।

କଟକଣାକୁ ଅମାନ୍ୟ କରି ଟ୍ୟୁସନ କରୁଛନ୍ତି ଶିକ୍ଷକ, ପୋଲିସର ଚଢାଉ

ଭଦ୍ରକ: ଜିଲ୍ଲା ବାସୁଦେବପୁର ମୁନସିପାଲଟି ଜାଫରପୁର ଗ୍ରାମରେ ଚାଲିଛି ଛାତ୍ରଛାତ୍ରୀଙ୍କ ଟ୍ୟୁସନ। ତାହା ପୁଣି କୋଭିଡ଼ ନିୟମକୁ ଫୁ କରି ଟ୍ୟୁସନ କରୁଛନ୍ତି ଜଣେ ଶିକ୍ଷକ। ଜାଫୁରପୁର ଗ୍ରାମର ସାଗର ଟିଉଟେରିୟାଲରେ ପ୍ରତିଦିନ ୫୦ରୁ ୬୦ ଜଣ ଛାତ୍ରଛାତ୍ରୀ ଟ୍ୟୁସନ ହେବାକୁ ଆସିଥାଆନ୍ତି।

ଟ୍ୟୁସନ ଶିକ୍ଷକ ସାଗର ମହାଳିକ କୋଭିଡ଼ର ସମସ୍ତ ନିୟମକୁ ଉଲ୍ଲଂଘନ କରି ପିଲା ମାନଙ୍କୁ ଟ୍ୟୁସନ କରୁଥିବା ଜଣାପଡ଼ିଛି। ହେଲେ ସ୍ଥାନୀୟ ବାସୀ କୋରୋନା ମହାମାରିକୁ ଭୟ କରି ପୋଲିସ ଓ ପ୍ରଶାସନକୁ ଏନେଇ ଅଭିଯୋଗ କରିଥିବା ସୂଚନା ମିଳିଛି। ପରେ ପୋଲିସ ଆସି ଅଚାନକ ଉକ୍ତ ଟ୍ୟୁସନ ହେଉଥିବା ସ୍ଥାନରେ ଚଢାଉ କରିଥିଲେ।

ଏଥିସହ ଟ୍ୟୁସନ କରୁଥିବା ଶିକ୍ଷକ ସାଗର ମହାଳିକଙ୍କୁ ଥାନାକୁ ଆଣି ଅଟକ ରଖିଥିବା ସହ ପଚରା ଉଚରା ଜାରି ରଖିଥିବା ଜଣାଯାଇଛି। ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.