ETV Bharat / state

ଆଦର୍ଶ ଡାକ୍ତର ଦମ୍ପତି; ଦିବ୍ୟାଙ୍ଗଙ୍କ ସହ ଖୁସି ବାଣ୍ଟି ମନାଇଲେ ବିବାହ ଉତ୍ସବ

author img

By

Published : Jan 2, 2021, 9:49 AM IST

ସଭିଁଙ୍କ ପାଇଁ ଆଦର୍ଶ ସାଜିଲେ ଡାକ୍ତର ଦମ୍ପତି। ଭଦ୍ରକ ବରାଳପୋଖରୀ ଅଞ୍ଚଳର ଦମ୍ପତି ପ୍ରକାଶ ସାହୁ ଓ ସସ୍ମିତା ବେହେରାଙ୍କୁ ନେଇ ଏବେ ଅନେକ ଚର୍ଚ୍ଚା । ଅଧିକ ପଢନ୍ତୁ...

ଦିବ୍ୟାଙ୍ଗ ପିଲାଙ୍କ ସହ ମନାଇଲେ ବିବାହ ଉତ୍ସବ
ଦିବ୍ୟାଙ୍ଗ ପିଲାଙ୍କ ସହ ମନାଇଲେ ବିବାହ ଉତ୍ସବ

ଭଦ୍ରକ: ସଭିଁଙ୍କ ପାଇଁ ଆଦର୍ଶ ସାଜିଲେ ଡାକ୍ତର ଦମ୍ପତି। ଭଦ୍ରକ ବରାଳପୋଖରୀ ଅଞ୍ଚଳର ଦମ୍ପତି ପ୍ରକାଶ ସାହୁ ଓ ସସ୍ମିତା ବେହେରାଙ୍କୁ ନେଇ ଏବେ ଅନେକ ଚର୍ଚ୍ଚା । ଜଣେ ଫିଜିଓ ଥେରାପିଷ୍ଟ ଓ ଅନ୍ୟଜଣେ କୃ୍ତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ରୋପଣର ବିଶେଷଜ୍ଞ । କଟକ ଜିଲ୍ଲା ଓଲଟପୁର ଅସ୍ଥିଶଲ୍ୟ ସ୍ବତନ୍ତ୍ର ହସ୍ପିଟାଲରେ ଗବେଷଣା କରୁଥିବା ସମୟରେ ଚିହ୍ନା ପରିଚୟ ହେବା ସହ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହ ଉତ୍ସବ ପାଳନ କରିବାକୁ ଯାଇ ଆପଣାଇଥିଲେ ଭିନ୍ନ ଏକ ନିଆରା ତରିକା । ଯାହାକୁ ନେଇ ସମସ୍ତେ ଦମ୍ପତିଙ୍କୁ ସାଧୁବାଦ ଦେଇଛନ୍ତି ।

ଦିବ୍ୟାଙ୍ଗ ପିଲାଙ୍କ ସହ ମନାଇଲେ ବିବାହ ଉତ୍ସବ

ବିବାହ ଉତ୍ସବକୁ ସ୍ମରଣୀୟ କରିବାକୁ ଯାଇ ନା ଥିଲା ଉତ୍ସବର ମାହୋଲ ନା ଥିଲା ବିପୁଳ ସାଜସଜ୍ଜା କି କୌଣସି ଜାକଜମକରେ ନଥିଲା । ବରଂ ଥିଲା କାହା ନିରହ, ନିଷ୍ପାପଙ୍କ ମୁହଁରେ ଖିଲିଖିଲି ହସ । ଦିବ୍ୟାଙ୍ଗ ଓ ମାନସିକ ବିକାରଗ୍ରସ୍ତଙ୍କ ନିରବ ଓ ଅସ୍ପଷ୍ଟ ସ୍ବର ମଧ୍ୟରେ ଆଶର ଆଲୋକ ସୃଷ୍ଟି କରି ସେମାନଙ୍କ ବିତାଇଥିଲେ କିଛି ଖୁସିର ମୁହୂର୍ତ୍ତ । ଭଦ୍ରକ ଚରମ୍ପାସ୍ଥିତ ପୁର୍ନବାସ ସେବା ଓ ଅନୁସନ୍ଧାନ କେନ୍ଦ୍ର(ସିଆଏସଆର) ସହିତ ଏହି ନବ ଦମ୍ପତି ଉକ୍ତ କେନ୍ଦ୍ର ସହ ଯୋଗଯୋଗ କରିଥିଲେ । ଉକ୍ତ କେନ୍ଦ୍ରରେ ଶତାଧିକ ଦିବ୍ୟାଙ୍ଗଙ୍କ ସହ ସମୟ କାଟିଥିଲେ । ଏହି କେନ୍ଦ୍ରରେ ଭିନ୍ନ ଭିନ୍ନ ଦୁର୍ଘଟଣାରେ ନିଜ ଅଙ୍ଗ ହରାଇଥିବା ପିଲାମାନେ ଏଠାରେ ରୁହନ୍ତି ।

ସମ୍ପୃକ୍ତ କେନ୍ଦ୍ରର ମୁଖ୍ୟ ଡାକ୍ତର ଭଗବାନ ପରିଡାଙ୍କ ପ୍ରୋତ୍ସାହନକ୍ରମେ ଉଭୟ ପରିବାରର ସଦସ୍ୟ ପହଞ୍ଚିଥିଲେ ଉକ୍ତ କେନ୍ଦ୍ରରେ । ଉକ୍ତ କେନ୍ଦ୍ରର ଅସହାୟ ଭିନ୍ନକ୍ଷମ ଓ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ସହ ନିଜ ବିବାହ ସମୟର ଉତ୍ସବ ମନାଇବାକୁ ପହଞ୍ଚିଥିଲେ । ତେବେ ଉଭୟ ପ୍ରକାଶ ଓ କନ୍ୟା ସସ୍ମିତା ନିଜ ପରିବାର ସହ ଉକ୍ତ କେନ୍ଦ୍ରରେ ପହଞ୍ଚିଥିଲେ । ସେଠାରେ ସେମାନଙ୍କ ସହ ଖାଇବା ପିଇବା ସହ ହସଖୁସିର ଭିନ୍ନ ଏକ ପରିବେଶ ସୃଷ୍ଟି ହୋଇଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.