ETV Bharat / state

ଭଦ୍ରକ ଜିଲ୍ଲାପାଳଙ୍କ ଅଫିସରେ ଭଙ୍ଗାରୁଜା ଘଟଣା, 8 ଗିରଫ

author img

By

Published : Jan 8, 2022, 5:31 PM IST

ଭଦ୍ରକ ଜିଲ୍ଲାପାଳ ଅଫିସ ଭଙ୍ଗାରୁଜା ଘଟଣାରେ 8 ଗିରଫ । ଗୁରବାର ମଧ୍ୟାହ୍ନରେ ଓବିସିଙ୍କ ପାଇଁ ସଂରକ୍ଷଣ କରିବା, ଭୋଟର ତାଲିକାରେ ଜାଲିଆତି ଓ ପଞ୍ଚାୟତ ନିର୍ବାଚନ ପାଇଁ ଜାରି ହୋଇଥିବା ସରଂକ୍ଷଣ ତାଲିକାରେ ବେଆଇନ କରାଯାଇଥିବା ଦର୍ଶାଇ ବିଜେପି ଜିଲ୍ଲାପାଳଙ୍କ ଅଫିସରେ ଭଙ୍ଗାରୁଜା କରିଥିଲେ । ଅଧିକ ପଢନ୍ତୁ

ଜିଲ୍ଲାପାଳ ଅଫିସ ଭଙ୍ଗାରୁଜା ଘଟଣାରେ 8 ଗିରଫ
ଜିଲ୍ଲାପାଳ ଅଫିସ ଭଙ୍ଗାରୁଜା ଘଟଣାରେ 8 ଗିରଫ

ଭଦ୍ରକ: ଭଦ୍ରକ ଜିଲ୍ଲାପାଳ ଅଫିସ ଭଙ୍ଗାରୁଜା ଘଟଣାରେ 8 ଗିରଫ । ଗତ ଗୁରବାର ମଧ୍ୟାହ୍ନରେ ଓବିସିଙ୍କ ପାଇଁ ସଂରକ୍ଷଣ କରିବା, ଭୋଟର ତାଲିକାରେ ଜାଲିଆତି ଓ ପଞ୍ଚାୟତ ନିର୍ବାଚନ ପାଇଁ ଜାରି ହୋଇଥିବା ସରଂକ୍ଷଣ ତାଲିକାରେ ବେଆଇନ କରାଯାଇଥିବା ଦର୍ଶାଇ ଭଦ୍ରକ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା । ଏହି ଉପଲକ୍ଷେ ବିରୋଧୀ ଦଳ ଉପନେତା ବିଧାୟକ ବିଷ୍ଣୁ ସେଠୀଙ୍କ ନେତୃତ୍ବରେ ସ୍ଥାନୀୟ ଗାନ୍ଧୀ ପଡ଼ିଆଠାରୁ ବିଜେପି କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରିଥିଲେ ।

ଜିଲ୍ଲାପାଳ ଅଫିସ ଭଙ୍ଗାରୁଜା ଘଟଣାରେ 8 ଗିରଫ

ଠିକ ଏହି ସମୟରେ ବିଜେପି କର୍ମୀମାନେ ଜିଲ୍ଲାପାଳଙ୍କ ମୁଖ୍ୟ ଫାଟକରେ ପୋଲିସ ସହ ଧସ୍ତାଧସ୍ତି କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଜବରଦସ୍ତ ଧସେଇ ପଶିଥିଲେ । ପରେ ସେଠାରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏପରିକି ଜିଲ୍ଲାପାଳଙ୍କ ଗାଡ଼ିକୁ ଭାଙ୍ଗିବା ସହିତ ଅଭିଯୋଗ ବାକ୍ସ ଓ ଚେୟାର ଭଙ୍ଗାରୁଜା କରିଥିଲେ । ପରେ ଭିଡିଓ ଫୁଟେଜ ଆଧାରରେ ପୋଲିସ ତଦନ୍ତ କରି ପ୍ରଥମ ପର୍ଯ୍ୟାୟରେ ଏହି 8 ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.