ETV Bharat / state

ଲୁଣିଆ ସହିଦ ଘଟଣାକୁ 77 ବର୍ଷ, କାଗଜରେ ସୀମିତ ପର୍ଯ୍ୟଟନସ୍ଥଳୀ ମାନ୍ୟତା - ସ୍ଵାଧୀନତା ସଂଗ୍ରାମୀ

1942 ମସିହା ସେପ୍ଟେମ୍ବର 22 । ମହାତ୍ମା ଗାନ୍ଧୀଙ୍କ ଡାକରାରେ ଦେଶ ମାତୃକାର ସ୍ବାଧୀନତା ପାଇଁ ରଣହୁଙ୍କାର ଦେଇଥିଲେ ସହିଦନଗରର ହଜାର ହଜାର ସ୍ଵାଧୀନତା ସଂଗ୍ରାମୀ । ଲୁଣିଆରେ ସହିଦ ହୋଇଥିଲେ 9 ଜଣ ବୀର ସ୍ଵାଧୀନତା ସଂଗ୍ରାମୀ । ଆଉ ଆଜି ଏହି ଦିନକୁ ମନେ ପକାଉଛି ଲୁଣିଆ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ
author img

By

Published : Sep 22, 2019, 2:34 PM IST

Updated : Sep 22, 2019, 4:02 PM IST

ଭଦ୍ରକ: ସେପ୍ଟେମ୍ବର 22 ତାରିଖ ଆସିଲେ ମନେପଡ଼େ ଲୁଣିଆର ସେହି ରକ୍ତରଞ୍ଜିତ ଇତିହାସ କଥା । 1942 ମସିହା ସେପ୍ଟେମ୍ବର 22 ତାରିଖ ଦିନ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଦେଶ ମାତୃକାର ସ୍ବାଧୀନତା ପାଇଁ ରଣହୁଙ୍କାର ଦେଇଥିଲେ ସହିଦନଗରର ହଜାର ହଜାର ସ୍ଵାଧୀନତା ସଂଗ୍ରାମୀ । ଏହାକୁ ଦମନ କରିବା ପାଇଁ ଅତ୍ୟାଚାରୀ ଇଂରେଜମାନେ ଗୁଳିଚାଳନା କରିଥିଲେ । ଫଳରେ ଲୁଣିଆରେ ସହିଦ ହୋଇଥିଲେ 9 ଜଣ ବୀର ସ୍ଵାଧୀନତା ସଂଗ୍ରାମୀ । ଆଉ ଆଜି ଏହି ଦିନକୁ ମନେ ପକାଉଛି ଲୁଣିଆ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ

1942 ମସିହା ସେପ୍ଟେମ୍ବର 22 । ମହାତ୍ମା ଗାନ୍ଧୀଙ୍କ ଡାକରାରେ ଦେଶ ମାତୃକାର ସ୍ବାଧୀନତା ପାଇଁ ରଣହୁଙ୍କାର ଦେଇଥିଲେ ସହିଦନଗରର ହଜାର ହଜାର ସ୍ଵାଧୀନତା ସଂଗ୍ରାମୀ । ଏହାକୁ ଦମନ କରିବା ପାଇଁ ଅତ୍ୟାଚାରୀ ଇଂରେଜ ମାନେ ଗୁଳିଚାଳନା କରିଥିଲେ । ଫଳରେ ଲୁଣିଆରେ ସହିଦ ହୋଇଥିଲେ 9 ଜଣ ବୀର ସ୍ଵାଧୀନତା ସଂଗ୍ରାମୀ । ତେଣୁ ଦେଶମାତୃକା ସ୍ଵାଧୀନ ହେବା ପରେ ଏଠାରେ ସେପ୍ଟେମ୍ବର 22 ତାରିଖକୁ ସହିଦ ଦିବସ ଭାବେ ପାଳନ କରାଯାଉଛି । କେବଳ ଏତିକି ନୁହେଁ, ଦୀର୍ଘ ଦିନର ଦାବି ପରେ 2016 ମସିହାରେ ଲୁଣିଆକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରାଗଲା । ମାନ୍ୟତା ସିନା ପାଇଲା ହେଲେ ଆବଶ୍ୟକ ଭିତ୍ତିଭୂମିର ବିକାଶ କାହିଁକି ହେଉନାହିଁ ? ସେ ନେଇ ଉଠିଛି ପ୍ରଶ୍ନ ।

ପର୍ଯ୍ୟଟନ ବିଭାଗ ପକ୍ଷରୁ 30 ଲକ୍ଷ ଟଙ୍କା ବ୍ୟୟରେ ଏକ ଯାତ୍ରୀ ନିବାସ ନିର୍ମାଣ, ସହିଦ ସ୍ତମ୍ବର ନବକଳେବର, ତିଳ ତର୍ପଣ ପାଇଁ ପୋଖରୀ ଘାଟ ନିର୍ମାଣ, ଆଲୋକୀକରଣ ବ୍ୟବସ୍ଥା, ପ୍ରବେଶ ପଥରେ ଏକ ବିରାଟ କଙ୍କ୍ରିଟ୍ ତୋରଣ ନିର୍ମାଣ କରାଯାଇଛି ବୋଲି କହିଛନ୍ତି ସହିଦ ସ୍ମୃତି ରକ୍ଷା କମିଟିର ପୂର୍ବତନ ଉପସଭାପତି । ତେବେ ଏହି ରକ୍ତ ରଂଜିତ ଐତିହାସିକ ସ୍ଥାନରେ ଆହୁରି ଉନ୍ନତିକରଣର ଆବଶ୍ୟକତା ରହିଛି ବୋଲି କୁହାଯାଇଛି ।

ଭାରତ ଇତିହାସରେ ସ୍ଥାନ ପାଇଥିବା ଏହି ରକ୍ତ ରଂଜିତ ସହିଦ ପୀଠର ଭିତ୍ତିଭୂମି ବିକାଶ ସହିତ, ସହିଦଙ୍କୁ ଜଥୌଚିତ ସମ୍ମାନ ମିଳିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : LUNIA SAHEED 
FORMAT : SPECIAL 
REPORT : DEBASIS MOHAPATRA / BHADRAK
DATE : 21.09.2019

ANCHOR : ଦୀର୍ଘ ଦିନର ଦାବୀ ପରେ, ବିଳମ୍ବରେ ହେଲେ ମଧ୍ୟ ଚେତିଲେ ସରକାର। ଦେଶମାତୃକାକୁ ସ୍ଵାଧୀନ କରିବା ପାଇଁ ରକ୍ତ ରଂଜିତ ଇତିହାସ ବହନ କରୁଥିବା ଲୁଣିଆ କୁ ପର୍ୟଟନସ୍ଥଳିର ମାନ୍ୟତା ପ୍ରଦାନ କରାଯାଇଛି। ହେଲେ ସେଠାରେ ଆବଶ୍ୟକ ଭିତ୍ତିଭୂମିର ବିକାଶ କାହିଁକି ହେଉନାହିଁ ? ସେ ନେଇ ଉଠିଛି ପ୍ରଶ୍ନ। Body:Vo_1 : ସେପ୍ଟେମ୍ବର 22 ତାରିଖ ଆସିଲେ ମନେପଡ଼େ ଲୁଣିଆ ର ସେହି ରକ୍ତରଞ୍ଜିତ ଇତିହାସ କଥା। 1942 ମସିହା ସେପ୍ଟେମ୍ବର 22 ତାରିଖ ଦିନ, ମହାତ୍ମା ଗାନ୍ଧୀ ଙ୍କ ଡାକରାରେ ଦେଶ ମାତୃକାର ସ୍ବାଧୀନତା ପାଇଁ ରଣହୁଙ୍କାର ଦେଇଥିଲେ ସହିଦନଗର ର ହଜାର ହଜାର ସ୍ଵାଧୀନତା ସଂଗ୍ରାମୀ। ଏହାକୁ ଦମନ କରିବା ପାଇଁ ଅତ୍ୟାଚାରି ଇଂରେଜ ମାନେ ଗୁଳିଚାଳନା କରିଥିଲେ। ଫଳରେ ଲୁଣିଆ ରେ ସହିଦ ହୋଇଥିଲେ 9 ଜଣ ବୀର ସ୍ଵାଧୀନତା ସଂଗ୍ରାମୀ। ତେଣୁ ଦେଶମାତୃକା ସ୍ଵାଧୀନ ହେବା ପରେ ଏଠାରେ ସେପ୍ଟେମ୍ବର 22 ତାରିଖ କୁ ସହିଦ ଦିବସ ଭାବେ ପାଳନ କରାଯାଉଛି। ବିଭିନ୍ନ ମହଲରେ ବାରମ୍ବାର ଦାବୀ ପରେ, ଶେଷରେ ସରକାର 2016 ମସିହାରେ ଏହି ଏୈତିହାସିକ ସ୍ଥାନକୁ ପର୍ୟଟନସ୍ଥଳିର ମାନ୍ୟତା ପ୍ରଦାନ କଲେ। ହେଲେ ଅଦ୍ୟାବଧି ଏଠରେ ଉପଯୁକ୍ତ ଭିତ୍ତିଭୂମିର ବିକାଶ ହେଉନାହିଁ ବୋଲି ଅଭିଯୋଗ ହୋଇଛି। ଏପରିକି ଏହା କାଗଜ କଲମରେ ସୀମିତ ରହିଯାଇଛି ବୋଲି ମଧ୍ୟ ଅଭିଯୋଗ ହୋଇଛି। ତେବେ ଆଗାମୀ ଦିନରେ ସହିଦ ସ୍ମୃତି ରକ୍ଷା କମିଟି ଆବଶ୍ୟକ ଭିତ୍ତିଭୂମିର ବିକାଶ ଦିଗରେ ପ୍ରୟାସ କରିବ ବୋଲି କହିଛନ୍ତି କମିଟିର କର୍ମକର୍ତ୍ତା ଏବଂ ସ୍ଥାନୀୟ ସରପଞ୍ଚ। 
Bite_1 : ଗୟାଧର ନାୟକ_ସରପଞ୍ଚ 
Bite_2 : ଶ୍ରୀକାନ୍ତ କୁମାର ପଣ୍ଡା_କର୍ମକର୍ତ୍ତା, ସହିଦ ସ୍ମୃତି ରକ୍ଷା କମିଟି  

Vo_2 : ଅନ୍ୟପକ୍ଷରେ 2016 ମସିହାରେ ପର୍ୟଟନସ୍ଥଳିର ମାନ୍ୟତା ପାଇବା ପରେ ; ପର୍ଯ୍ୟଟନ ବିଭାଗ ପକ୍ଷରୁ 30 ଲକ୍ଷ ଟଙ୍କା ବ୍ୟୟରେ ଏକ ଯାତ୍ରୀ ନିବାସ ନିର୍ମାଣ, ସହିଦ ସ୍ତମ୍ବର ନବକଳେବର, ତିଳ ତର୍ପଣ ପାଇଁ ପୋଖରୀ ଘାଟ ନିର୍ମାଣ, ଆଲୋକୀକରଣ ବ୍ଯବସ୍ଥା, ପ୍ରବେଶ ପଥରେ ଏକ ବିରାଟ କଙ୍କ୍ରିଟ୍ ତୋରଣ ନିର୍ମାଣ କରାଯାଇଛି ବୋଲି କହିଛନ୍ତି ସହିଦ ସ୍ମୃତି ରକ୍ଷା କମିଟିର ପୂର୍ବତନ ଉପସଭାପତି। ଏଥିସହ ପ୍ରତିବର୍ଷ ସହିଦ ଙ୍କ ପରିବାର ମାନଙ୍କୁ ସହିଦ ଦିବସ ଅବସରରେ ସମ୍ବର୍ଦ୍ଧିତ କରାଯିବା ଏକ ନିଆରା ପରମ୍ପରାର ଶୁଭାରମ୍ଭ ବୋଲି ସେ କହିଛନ୍ତି। ତେବେ ଏହି ରକ୍ତ ରଂଜିତ ଏୈତିହାସିକ ସ୍ଥାନରେ ଆହୁରି ଉନ୍ନତିକରଣର ଆବଶ୍ୟକତା ରହିଛି ବୋଲି ମଧ୍ୟ ସେ ମତ ପୋଷଣ କରିଛନ୍ତି।
Bite_3 : ରଘୁନାଥ ଲେଙ୍କା_ ପୂର୍ବତନ ଉପସଭାପତି, ସହିଦ ସ୍ମୃତି ରକ୍ଷା କମିଟି Conclusion:FVO : ଭାରତ ଇତିହାସରେ ସ୍ଥାନ ପାଇଥିବା ଏହି ରକ୍ତ ରଂଜିତ ସହିଦ ପିଠର ଭିତ୍ତିଭୂମି ବିକାଶ ସହିତ, ସହିଦ ମାନଙ୍କୁ ଜଥୌଚିତ ସନ୍ମାନ ମିଳିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
Last Updated : Sep 22, 2019, 4:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.