ETV Bharat / state

61 ଗ୍ରାମ ବ୍ରାଉନସୁଗାର ଜବତ, 4 ଗିରଫ

author img

By

Published : Jan 27, 2021, 8:03 PM IST

ଭଦ୍ରକ ସହରାଞ୍ଚଳ ଥାନାର ବିଭିନ୍ନ ଅଞ୍ଚଳରେ ପୋଲିସର ଚଢାଉ । 61 ଗ୍ରାମ ବ୍ରାଉନସୁଗାର ଜବତ । ଅଧିକ ପଢନ୍ତୁ...

61 ଗ୍ରାମ ବ୍ରାଉନସୁଗାର ଜବତ, 4 ଗିରଫ
61 ଗ୍ରାମ ବ୍ରାଉନସୁଗାର ଜବତ, 4 ଗିରଫ

ଭଦ୍ରକ: ଧଳା ଜହରର ଜାଲରୁ ଜିଲ୍ଲାକୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡିଛି ଭଦ୍ରକ ପୋଲିସ । ବୁଧବାର ସହରାଞ୍ଚଳ ଥାନାର ବିଭିନ୍ନ ଅଞ୍ଚଳରେ ଚଢାଉ କରି 61 ଗ୍ରାମ ବ୍ରାଉନସୁଗାର ପୋଲିସ ଜବତ କରିଛି । ଘଟଣାରେ 4 ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ନିକଟରୁ 22ଟା ମୋବାଇଲ ଏବଂ 3ଟି ବାଇକ ଜବତ ହୋଇଛି ।

61 ଗ୍ରାମ ବ୍ରାଉନସୁଗାର ଜବତ, 4 ଗିରଫ

ଦୀର୍ଘ ଦିନ ଧରି ଅଭିଯୁକ୍ତମାନେ ଭଦ୍ରକରେ ବ୍ରାଉନସୁଗାର ବେପାର ଚଳାଇ ଆସୁଥିଲେ । ଯାହା ଉପରେ ତୀକ୍ଷ୍ମ ନଜର ରଖିଥିଲା ପୋଲିସ । ଏହାପରେ ଭଦ୍ରକ ଟାଉନ ପୋଲିସ ଆରମ୍ଭ କରିଥିଲା ରେଡ । ସହରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ 61 ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ସାମିଲ ଥିବା ପୋଲିସ ସୂଚନା ଦେଇଛି ।

ଗୋଟିଏ ଦିନ ପୂର୍ବରୁ ମଧ୍ୟ ଏସଟିଏଫର ଏକ ଟିମ ଭଦ୍ରକରୁ ଏକ କିଲୋଗ୍ରାମରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରିଛି । ଏସଟିଏଫର କାର୍ଯ୍ୟାନୁଷ୍ଠାନ ପରେ ଜିଲ୍ଲା ପୋଲିସ ଆଜି ନିଜର ଅଭିଯାନ କରିଛି । ତେବେ ବ୍ରାଉନସୁଗାର ହେଉ କି ଅନ୍ୟ କିଛି ନିଶା ଦ୍ରବ୍ୟ, ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ ସେମାନଙ୍କ ଉପରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ନେବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଣାଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.