ETV Bharat / state

50 ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ, 7 ଗିରଫ

author img

By

Published : Feb 10, 2021, 4:24 PM IST

ଭଦ୍ରକରେ 50 ଲକ୍ଷ ମୂଲ୍ୟର ବ୍ରାଉନସୁଗାର ଜବତ । ଘଟଣାରେ 7 ଗିରଫ । ଅଧିକ ପଢନ୍ତୁ...

50 ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ, 7 ଗିରଫ
50 ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ, 7 ଗିରଫ

ଭଦ୍ରକ: ଜିଲ୍ଲା ଗ୍ରାମାଞ୍ଚଳ ଥାନାର ବିଭିନ୍ନ ଅଞ୍ଚଳରୁ 516 ଗ୍ରାମ ବ୍ରାଉନସୁଗାର ଜବତ । ଯାହାର ଆନୁମାନିକ ମୂଲ୍ୟ 50 ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ଏଥିରେ ସମ୍ପୃକ୍ତ 7 ଜଣଙ୍କୁ ଗିରଫ କରିଛି ଗ୍ରାମାଞ୍ଚଳ ପୋଲିସ । ଅଭିଯୁକ୍ତଙ୍କ ନିକଟରୁ 10ଟି ମୋବାଇଲ ଫୋନ, 3ଟି ଖଣ୍ଡା, 3ଟି ଅଫୁଟା ଗୁଳି, 3ଟି ମ୍ୟାଗାଜିନ, ଗୋଟିଏ ବନ୍ଧୁକ ଏବଂ 2ଟା ବାଇକ ଜବତ କରାଯାଇଛି ।

ବହୁ ଦିନ ଧରି ଭଦ୍ରକରେ ଏମାନେ ବ୍ରାଉନସୁଗାର ବେପାର ଚଳାଇ ଆସୁଥିଲେ । ଯଦ୍ବାରା ସେମାନେ ପୋଲିସର ସ୍କାନରରେ ରହି ଆସିଥିଲେ । ବୁଧବାର ଭଦ୍ରକ ଗ୍ରାମାଞ୍ଚଳ ପୋଲିସର ଏକ ଟିମ ରାଣୀତାଲ ଅଞ୍ଚଳରେ ଚଢାଉ କରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । ତେବେ ଘଟଣାରେ ଦୁଇଜଣ ମହିଳା ମଧ୍ୟ ସାମିଲ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

କିଛିଦିନ ତଳେ ଏସଟିଏଫର ଏକ ଟିମ ଭଦ୍ରକରୁ ଏକ କିଲୋଗ୍ରାମରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରିଥିଲା । କିନ୍ତୁ ଏହି ଘଟଣା ସମ୍ପର୍କରେ ଜିଲ୍ଲା ପୋଲିସ ପାଖରେ କୌଣସି ଖବର ନଥିଲା । ତେବେ ଏସଟିଏଫର କାର୍ଯ୍ୟାନୁଷ୍ଠାନ ପରେ ଜିଲ୍ଲା ପୋଲିସ ଆଜି ତାହାର ଅଭିଯାନ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି । ବ୍ରାଉନସୁଗାର ହେଉ କି ଅନ୍ୟ ନିଶା ଦ୍ରବ୍ୟ, ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ ସେମାନଙ୍କ ଉପରେ ଜିଲ୍ଲା ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.