ETV Bharat / state

MV ଚେକିଂ ସମୟରେ ଖୋଲିଲା ଚୋରାଚାଲାଣ ଗୁମର, 45 କେଜି ଗଞ୍ଜେଇ ଜବତ - ଭଦ୍ରକରେ ଗଞ୍ଜେଇ ଚୋରାଚାଲାଣ

ଭଦ୍ରକରେ MV ଚେକିଂ ସମୟରେ ଖୋଲିଲା ଗଞ୍ଜେଇ ଚୋରାଚାଲାଣର ଗୁମର । ଘଟଣାରେ ୪୫ କିଲୋ ଗଞ୍ଜେଇ ହୋଇଛି ଜବତ । ଅଧିକ ପଢନ୍ତୁ...

MV ଚେକିଂ ସମୟରେ ଖୋଲିଲା ଚୋରାଚାଲାଣର ଗୁମର, 45କେଜି ଗଞ୍ଜେଇ ଜବତ

author img

By

Published : Nov 12, 2021, 6:30 PM IST

ଭଦ୍ରକ: ଏମଭି ଚେକିଂ ସମୟରେ ଖୋଲିଲା ଗଞ୍ଜେଇ ଚୋରା ଚାଲାଣ କରୁଥିବା ରାକେଟର ଗୁମର । ଏହି ଘଟଣାରେ ଗିରଫ ହୋଇଛନ୍ତି 8 ଜଣ ଅଭିଯୁକ୍ତ । ଏହାସହିତ 45 କିଲୋ ଗଞ୍ଜେଇ, ମାରଣାସ୍ତ୍ର, ମୋବାଇଲ, କାର ସହ ଗୋଟିଏ ଆମ୍ବୁଲାନ୍ସ ଜବତ ହୋଇଛି ।

MV ଚେକିଂ ସମୟରେ ଖୋଲିଲା ଚୋରାଚାଲାଣର ଗୁମର, 45କେଜି ଗଞ୍ଜେଇ ଜବତ

ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର, ଭଦ୍ରକ ସହର ଉପକଣ୍ଠରେ ଥିବା ଆପ୍ରଚ ରୋଡରେ ଟାଉନ ଥାନା ପୁଲିସ ପକ୍ଷରୁ ଏମଭି ଚେକିଂ ଚାଲିଥିଲା । ଏହି ସମୟରେ ସନ୍ଧିଗ୍ଧ ଭାବେ ଆସୁଥିବା ଏକ କାର ସହ ଏକ ଆମ୍ବୁଲାନ୍ସକୁ ଯାଞ୍ଚ କରିବା ବେଳେ ଉଭୟ ଗାଡିରୁ ମୋଟ 45 କିଲୋ ଗଞ୍ଜେଇ ଜବତ କରାଯାଇଛି । ଯାହାକି ଫୁଲବାଣୀରୁ ଭଦ୍ରକ ପୁରୁଣା ବଜାର ଅଞ୍ଚଳକୁ ଚାଲାଣ ହେଉଥିବା ନେଇ ସ୍ପଷ୍ଟ କରିଛନ୍ତି ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର ପଣ୍ଡା ।

ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଦିନକୁ ଦିନ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିଶା ମାଫିଆ ମାନେ ସେମାନଙ୍କ କାୟା ବିସ୍ତାର କରିବାରେ ଲାଗିଛନ୍ତି । ଏହାକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ତତ୍ପରତା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.