ETV Bharat / state

2019 ନିର୍ବାଚନ: କାହାର ହେବ ଭଣ୍ଡାରୀପୋଖରୀ ? - 2019 poll

ଭଦ୍ରକ ଜିଲ୍ଲାର ବନ୍ତ ଏବଂ ଭଣ୍ଡାରିପୋଖରୀ ବ୍ଲକକୁ ନେଇ 1974 ମସିହାରେ ଗଠିତ ହୋଇଥିଲା ଭଣ୍ଡାରିପୋଖରୀ ବିଧାନସଭା ଆସନ। ଏଥର ବେଶ ଚର୍ଚ୍ଚାରେ ରହିଛି ଏହି ଆସନ। କାରଣ ଚଳିତ ଥର ଏଠାରେ ହାଇଭୋଲଟେଜ ମୁକାବିଲା ହେବାକୁ ଯାଉଛି ।

ଡିଜାଇନ ଫଟୋ
author img

By

Published : Mar 29, 2019, 3:47 PM IST

Updated : Mar 29, 2019, 6:44 PM IST

ଭଦ୍ରକ: ନିର୍ବାଚନ ବିଗୁଲ ବାଜିବା ପରେ ଏବେ ଜିଲ୍ଲାରେ ସରଗରମ ରାଜନୈତିକ ପାଣିପାଗ । ପାଞ୍ଚବର୍ଷ ପରେ ନିଜର ପ୍ରତିନିଧି ଚୟନ କରିବାର ସୁଯୋଗ ମିଳିଥିବାରୁ ସଜାଗ ହୋଇ ଉଠିଛନ୍ତି ସାଧାରଣ ଜନତା। ଭୋଟରଙ୍କୁ ମନାଇବା ପାଇଁ କସରତ କରିବାରେ ଲାଗିପଡିଛନ୍ତି ଦଳୀୟ ନେତା । ବିଭିନ୍ନ ଦଳର ପ୍ରଚାର ନିର୍ବାଚନ ମାହୋଲକୁ ସରଗରମ କରିରଖିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଏଥିରୁ ବାଦ ପଡିନାହିଁ ଭଦ୍ରକ ଜିଲ୍ଲାରେ ଅବସ୍ଥିତ ଭଣ୍ଡାରିପୋଖରୀ ବିଧାନସଭା ଆସନ । ଜିଲ୍ଲାର ବନ୍ତ ଏବଂ ଭଣ୍ଡାରିପୋଖରୀ ବ୍ଲକକୁ ନେଇ 1974 ମସିହାରେ ଗଠିତ ହୋଇଥିଲା ଏହି ଆସନ । ଭଦ୍ରକ ଲୋକସଭା ନିର୍ବାତନମଣ୍ଡଳୀରେ ଅଧିନରେ ଅବସ୍ଥିତ ଏହି ଆସନ। 2009 ନିର୍ବାଚନ ପୂର୍ବରୁ ସଂରକ୍ଷିତ ରହିଥିଲା ଏହି ଆସନ ।

ଗତ 2009 ଏବଂ 2014 ନିର୍ବାଚନରେ ଏଠାରୁ ବାଜି ମାରିଥଲେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ । ଏପରିକି ରାଜ୍ୟ କ୍ୟାବିନେଟରେ ମଧ୍ୟ ସ୍ଥାନ ପାଇଥିଲେ । ଚଳିତ ଥର ସେ ପୁନର୍ବାର ଦଳୀୟ ଟିକେଟରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି ଖବର ମିଳିଛି । ଅନ୍ୟପଟେ ବିଜେପିରୁ ଗତ ଥର ହୋଇଥିବା ବଦ୍ରି ନାରାୟଣ ଧଳ ତାଙ୍କୁ ଟକ୍କର ଦେବାକୁ ଅଣ୍ଟା ଭିଡିଛନ୍ତି।

ଦଳୀୟ ଟିକେଟ କାହାକୁ ମିଳିବ ତାକୁ ନେଇ କଂଗ୍ରେସ ଶିବିରରେ ଛକାପଞ୍ଝା ଚାଲିଛି । ଏଥର ଟିକେଟ ଦୌଡରେ ଅଛନ୍ତି ଖୋଦ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଗତ ଥରର ଦଳୀୟ ପ୍ରାର୍ଥୀ ହୋଇଥିବା ସୁବ୍ରତ ଦାସ । ଏଥରଟିକେଟ ପିସିସି ସଭାପତି ହାତେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏମାନଙ୍କୁ ଛାଡି ଅନ୍ୟ ପ୍ରାର୍ଥୀ ମଧ୍ୟ ନିର୍ବାଚନରେ ଅବତୀର୍ଣ୍ଣ ହେବେ।

ଯାହା ହେଉ ନାଁ କାହିଁକି ବେଶ ପ୍ରତିଦ୍ବନ୍ଦ୍ଦିତାପୂର୍ଣ୍ଣ ରହିବ 2019 ଲଢେଇ । ତେବେ ଏଥର ବିଜେଡି ଏଠାରେ ବାଜି ମାରୁଛି ନାଁ ବିରୋଧି ଏହି ଆସନକୁ ବିଜେଡି ହାତରୁ ଛଡାଇ ନେବାରେ ସଫଳ ହେଉଛି ତାହା ନିର୍ବାଚନ ଫଳାଫଳରୁ ଜଣାପଡିବ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

||ବରଗଡ ||

 2019 ସାଧାରଣ ନିର୍ବାଚନ ପାଇଁ ସମସ୍ତ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିସାରିଛନ୍ତି | ଆରମ୍ଭ ହୋଇଯାଇଛି ଦଳୀୟ ପ୍ରଚାର ପ୍ରସାର ଓ  ନେତା ମାନଙ୍କ ପ୍ରତିଶ୍ରୁତି |ତେବେ ବରଗଡ ଜିଲ୍ଲାରେ ଏପ୍ରିଲ 18 ତାରିଖରେ ନିର୍ବାଚନ ଥିବା ବେଳେ ଏଠାରେ ମଧ୍ୟ ଚାଷ ଓ ଚାଷୀଙ୍କୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି | ଓଡିଶାର ଭାତହାଣ୍ଡି କୁହାଯାଉଥିବା  ବରଗଡ ଜିଲ୍ଲାରେ ଚାଷୀଙ୍କ ସମସ୍ୟା କୁନେଇ ପ୍ରତିଶ୍ରୁତି ର ଭୁଆଁ ବୁଲାଇ ନିର୍ବାଚନୀ ବୈତରଣୀ ପାରହୋଇଥାନ୍ତି ଏଠାକାର ନେତା ଓ ମନ୍ତ୍ରୀ | ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ସବୁ ନିର୍ବାଚନ ପରେ ପାଣିର ଗାର ପାଳଟିଯାଇଥିବା ବେଳେ ଚାଷୀ ତାର ଛୋଟ ବଡ ସମସ୍ୟା କୁନେଇ ଆନ୍ଦୋଳନ ନ କରିବା ଯାଏ ଏଠାକାର ସରକାର ଶୁଣିବାକୁ ପ୍ରସ୍ତୁତ ହେଉନଥିବା ରୁ  ଚାଷୀ କୂଳରେ ତୀବ୍ର ଅସନ୍ତୋଷ ଲାଗିରହିଛି |ଏପରି ପରିସ୍ଥିତିରେ ଆଗକୁ ନିର୍ବାଚନ ରହିଥିବା ବେଳେ 20% ଗରିବ ଲୋକଙ୍କୁ ବାର୍ଷିକ 72 ହଜାର ଟଙ୍କା ପ୍ରଦାନ ଓ ଚାଷୀଙ୍କ ଧାନର ମୂଲ୍ୟ ଛତିଶଗଡ ରାଜ୍ୟ ପରି 2600 ଟଙ୍କା କରାଯିବାର ଘୋଷଣା କଂଗ୍ରେସ ଦଳ କରିବା ପରେ ବରଗଡ ଜିଲ୍ଲାରେ ଚାଷୀ ମାନଙ୍କ ମଧ୍ୟରେ ସରକାର ପରିବର୍ତନର  ଚିନ୍ତାଧାରା ବୃଦ୍ଧିପାଇଛି | ତେବେ କଂଗ୍ରେସ ଦଳର ଏପରି ଘୋଷଣାରେ ବରଗଡ ଜିଲ୍ଲା ରାଜନୀତିରେ କୌଣସି ପ୍ରଭାବ ପକାଇପାରିବ ନାହି ବୋଲି ବିଜେଡି ଓ ବିଜେପି ଉଭୟ ଦଳ ପକ୍ଷରୁ କୁହାଯାଇଛି |
           ନିର୍ବାଚନ ଆସିଲେ ରାଜନେତାଙ୍କ ପ୍ରତିଶ୍ରୁତି ରେ ଛନ୍ଦିହୋଇଯାନ୍ତି ଗରିବ ମଜୁରିଆ ଓ ଚାଷୀକୁଳ |କେତେବେଳେ ଭୂମିହିନଙ୍କୁ ଘର ଡିହ ପ୍ରଦାନ, ବାସହୀନଙ୍କୁ ଗୃହ ପ୍ରଦାନ ତ ଆଉ କେତେବେଳେ ଚାଷୀଙ୍କ ରୂଣ ଛାଡ, ଧାନର ମୂଲ୍ୟ ବୃଦ୍ଧି ଏପରି ବହୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ ହାତେଇଥାନ୍ତି କିନ୍ତୁ ବର୍ତମାନ ସମୟ ବଦଳି ଯାଇଛି ଗରିବ ଲୋକେମଧ୍ୟ ସଚେତନ ହୋଇଛନ୍ତି | ରାଜ୍ୟରେ 19 ବର୍ଷର ବିଜେଡି ଶାସନରେ ଅଞ୍ଚଳର ଚାଷୀ ମାନଙ୍କୁ କେବଳ ମିଥ୍ୟା ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ପଡୋଶୀ ଛତିଶଗଡ ରାଜ୍ୟରେ କଂଗ୍ରେସ ଦଳ ସରକାର ଗଠନ କରିବା ମାତ୍ରେ ଚାଷୀଙ୍କ ସମସ୍ତ ସମସ୍ୟା ଦୂରକରିଥିବା କଂଗ୍ରେସ ସରକାର ଉପରେ ଏଠାକାର ଚାଷୀ ମାନେ ଆସ୍ଥା ପ୍ରକଟ କରିଥିବା ବେଳେ ସ୍ଥାନୀୟ ବିଜେପି ଓ ବିଜେଡି ଦଳର ନେତା ମାନେ କଂଗ୍ରେସ ଦଳର ମିଥ୍ୟା ପ୍ରତିଶ୍ରୁତି ଉପରେ ଉପହାସ କରିଛନ୍ତି | ତେବେ ଆଗାମୀ ନିର୍ବାଚନର ଫଳାଫଳ ପରେ ଜଣାପଡିବ ଯେ ବରଗଡ ଜିଲ୍ଲାର ଗରିବ ଓ ଚାଷୀ କୁଳ କେଉଁ ଦଲ ଉପରେ ଆସ୍ଥା ଓ ବିଶ୍ବାସ ରଖିଛନ୍ତି |

ବାଇଟ ଓ ଭିଡିଓ MOJO ରେ ଯାଇଛି |

slug- ODbargarh_congress_rajesh_280319

ବାଇଟ 1- ସୁଶାନ୍ତ ନାଏକ ( ଚାଷୀ )
ବାଇଟ 2- ନରସିଂହ ନାଗ  ( ଚାଷୀ )
ବାଇଟ 3- ପ୍ରସନ୍ନ ଆଚାର୍ଯ୍ୟ ( ବିଜେଡି )
ବାଇଟ 4- ଅକୁର ମଲ୍ଲିକ ( ବିଜେପି ) 
Last Updated : Mar 29, 2019, 6:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.