ଭଦ୍ରକ: ଦୁଇ ଦିନରେ ଦୁଇ ଯୁବତୀଙ୍କ ମୃତଦେହ ଉଦ୍ଧାର। ରବିବାର ଭଦ୍ରକ ପରେ ଆଜି ଧାମନଗର ଅଞ୍ଚଳରୁ ଆଉ ଜଣେ ଯୁବତୀଙ୍କ ମୃତଦେହ ସନ୍ଦେହ ଜନକ ଭାବେ ଉଦ୍ଧାର ହୋଇଛି । ଧାମନଗର ଥାନା କରଦା ପଞ୍ଚାୟତ ଅଲ୍ଲୀନଗର ନିକଟରେ ଥିବା ବତାସିଆ ନାଳରେ ଜଣେ ଯୁବତୀଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା।
ଏନେଇ ଧାମନଗର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ଯୁବତୀ ଜଣଙ୍କ ଅଲ୍ଲୀନଗର ଗ୍ରାମର ତ୍ରିନାଥ ପୃଷ୍ଟିଙ୍କ ଝିଅ କମଳା ପୃଷ୍ଟି ବୋଲି ଜଣାପଡିଛି । ଏହି ଘଟଣାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ସହ ପୋଲିସର ତଦନ୍ତ ପରେ ଏହାର ଚିତ୍ର ସ୍ପଷ୍ଟ ହେବ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ