ଭଦ୍ରକ: ଜିଲ୍ଲା ତିହିଡି ତହସିଲ କାର୍ଯ୍ୟାଳୟର ଦୁଇ ଜଣ କିରାଣୀ ନିଲମ୍ବିତ । ଜୁନିଅର ରେଭିନ୍ୟୁ ଆସିଷ୍ଟାଂଟ କମଳାକାନ୍ତ ଗିରି ଓ ଗଣେଶ୍ବର ସିଂଙ୍କୁ ନିଲମ୍ବିତ କରାଯାଇଛି ।
ତହସିଲ କାର୍ଯ୍ୟାଳୟ ମଧ୍ୟରେ ମଦ ପିଇ ମତୁଆଲା ସାଜିବା ସହିତ କର୍ତ୍ତବ୍ୟରେ ବ୍ୟାପକ ଅବହେଳା, ସାଧାରଣ ହିତାଧିକାରୀଙ୍କୁ ଅଭଦ୍ର ବ୍ୟବହାର ପ୍ରଦର୍ଶନ କରିବା ସହ ବାରମ୍ବାର ସେମାନଙ୍କୁ କାର୍ଯ୍ୟାଳୟକୁ ଦୌଡାଇବା ଏବଂ ଲାଞ୍ଚ ମାଗିବା ଆଦି ସଙ୍ଗୀନ ଅଭିଯୋଗ ଉଭୟଙ୍କ ବିରୋଧରେ ହୋଇଥିଲା ।
ତେଣୁ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଯାଇଥିବା ତହସିଲ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ବିଶୃଙ୍ଖଳିତ କର୍ମଚାରୀଙ୍କ ବିରୁଧୋରେ ପ୍ରଶାସନର ଏହିପରି କାର୍ଯ୍ୟନୁଷ୍ଠାନକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ