ଭଦ୍ରକ: ପୁଣି ଲଜ୍ଜା । 11 ବର୍ଷର ନାବାଳିକାକୁ ଗଣ ଦୁଷ୍କର୍ମ ପରେ ଭିଡିଓ ଭାଇରାଲ ଅଭିଯୋଗ । ଏପରି ଏକ ସମ୍ବେଦନଶୀଳ ଘଟଣା ଭଦ୍ରକ ଜିଲ୍ଲା ବାଂଶଡ ଥାନା ଅଞ୍ଚଳରୁ ଆସିଛି ।
ଅଭିଯୋଗ ଅନୁସାରେ, ପୀଡିତାଙ୍କୁ ତାଙ୍କରି ଗାଁର 2 ଜଣ ଯୁବକ ଉଠେଇ ନେଇଥିଲେ । ଏକ ନିଛାଟିଆ ସ୍ଥାନ ଦେଖି ଗଣଦୁଷ୍କର୍ମ କରିଥିଲେ । ଏଥିସହ ଏହାର ଏକ ଭିଡିଓ କରି ପୀଡିତାଙ୍କୁ ବ୍ଲାକମେଲ କରୁଥିବାର ମଧ୍ୟ ଅଭିଯୋଗ ହୋଇଛି। ତେବେ ଘଟଣାଟି ପ୍ରାୟ 25 ଦିନ ତଳର ବୋଲି ସୂଚନା ମିଳିଛି । ଦୁଇ ଦିନ ତଳେ ଭିଡିଓ ଭାଇରାଲ ହେବା ପରେ ପୀଡିତାଙ୍କ ବାପା ଥାନାରେ ଏତଲା ଦେଇଛନ୍ତି ।
ଅଭିଯୋଗକୁ ଆଧାର କରି ପୋଲିସ ଦୁଇ ଅଭିଯୁକ୍ତ ଗିରଫ କରିଛି । ଚାନ୍ଦବାଲିରେ କୋରୋନା ପରୀକ୍ଷା ସହ ଡାକ୍ତରୀ ମାଇନା କରି ଅଧିକ ତଦନ୍ତ ଜାରି ରଖିଛନ୍ତି । ବରିଷ୍ଠ ପୋଲିସ ଅଧିକାରୀ ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟି ଥିବା ଜଣାପଡିଛି । ଏହି ଦୁଇ ଅଭିଯୁକ୍ତ ହେଲେ ଚିତ୍ତରଞ୍ଜନ ବେରା(23) ଓ ଦେବାଶିଷ ବେରା(21) ଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁ କରିଛି ।
184/20 ରେ, IPC ଧାରା ଅନୁଯାୟୀ :- 376(B), 506 ଦଫା ଏବଂ 6 ପୋସ୍କୋ ଆକ୍ଟ ଅନୁଯାୟୀ :- 67, 67(A), 67(B) ଦଫା ରେ ମାମଲା ରୁଜୁ କରାଯାଇଛି ବୋଲି ସୂଚନା ମିଳିଛି। ଆଜି ଉଭୟ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି। ତେବେ ଏନେଇ ପୋଲିସ କିମ୍ବା ପୀଡିତାଙ୍କ ପରିବାର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ସେପଟେ ପୀଡିତାଙ୍କ ପରିବାର ପକ୍ଷରୁ କେସ ଲଢୁଥିବା ଆଇନଜୀବୀ ଅଭିିଯୁକ୍ତଙ୍କୁ ମୃତଦଣ୍ଡ ଦେବାକୁ ଦାବି କରିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ